Astrospeak
  • Live TV
  • Read In English

ମୁଲ୍ଲା ବରାଦରଙ୍କ ପତା କଟିଲା ! ତାଲିବାନୀ ସରକାରରେ କମାଣ ସମ୍ଭାଳିପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି । ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦ ବର୍ଷ ଧରି ରହବରୀ ଶୁରାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଲିବାନ ନେତୃତ୍ୱ ମଧ୍ୟରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି

Taliban Finalise its Leadership
Taliban Finalise its Leadership

News Summary

ତାଲିବାନ୍ ସରକାରରେ କିଏ ତୁଲାଇବ ମୁଖିଆ ଦାୟିତ୍ୱ ?

ମୂଲ୍ଲା ବରାଦର ବନାମ୍ ମୁଲ୍ଲା ହସନ୍ ଅଖୁନ୍ଦ

କାବୁଲ : ମୂଲ୍ଲା ବରାଦର ବନାମ୍ ମୁଲ୍ଲା ହସନ୍ ଅଖୁନ୍ଦ । ତାଲିବାନ୍ ସରକାରରେ କିଏ ତୁଲାଇବ ମୁଖିଆ ଦାୟିତ୍ୱ ? ତାଲିବାନୀଙ୍କ ମଧ୍ୟରେ ଜାରି ରହିଛି କ୍ଷମତା ଯୁଦ୍ଧ । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତ ସପ୍ତାହରେ ସରକାରୀ ଗଠନ ପାଇଁ ପ୍ରସ୍ତୁତି ପର୍ବ ଚାଲିଥିଲା, କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବୁଧବାର ଦିନ ନୂତନ ତାଲିବାନ ସରକାର ଗଠନ ହେବ ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଆଫଗାନିସ୍ତାନର ନୂତନ ମୁଖ୍ୟକୁ ନେଇ ହୋଇପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ । ତେବେ ହଠାତ ପରିବର୍ତ୍ତନର କାରଣ ବୁଝା ପଡ଼ୁନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ମୁଲ୍ଲା ବାରଦାରଙ୍କ ନେତୃତ୍ୱରେ ସରକାର ଗଠନ ହେବ ବୋଲି ଆଲୋଚନା ହେଉଥିଲା ।

ଦି ନ୍ୟୁଜ୍ ରିପୋର୍ଟ ଅନୁସାରେ ହିବତୁଲ୍ଲା ଅଖୁନଜାଦା ନିଜେ ମୁଲ୍ଲା ହସନ୍ ଅଖୁନ୍ଦଙ୍କୁ ରଇସ୍-ଏ-ଜମହୁର, ରଇସ୍-ଉଲ୍-ବଜାରା କିମ୍ବା ଆଫଗାନିସ୍ତାନର ନୂତନ ମୁଖ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତାଲିବାନର ଜଣେ ବରିଷ୍ଠ ନେତା ଦି ନ୍ୟୁଜକୁ କହିଛନ୍ତି ମୁଲ୍ଲା ବରାଦର ଅଖୁନ୍ଦ ଏବଂ ମୁଲ୍ଲା ଅବଦୁସ ସଲାମ ତାଙ୍କ ଡେପୁଟି ରୂପେ କାର୍ଯ୍ୟ କରିବେ । ତାଲିବାନ ନେତାଙ୍କ ସହ ଆଲୋଚନା ପରେ ସମସ୍ତେ ମୁଲ୍ଲା ହସନ୍ ଅଖୁନ୍ଦଙ୍କ ନାମ ମୋହର ମାରିଛନ୍ତି ।

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି ।  ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦ ବର୍ଷ ଧରି ରହବରୀ ଶୁରାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଲିବାନ ନେତୃତ୍ୱ ମଧ୍ୟରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି । ସାମରିକ ପୃଷ୍ଠଭୂମି ପରିବର୍ତ୍ତେ ମୁଲ୍ଲା ହସନ୍ ଅଖୁନ୍ଦ ଜଣେ ଧାର୍ମିକ ନେତା ଏବଂ ସେ ତାଙ୍କର ଚରିତ୍ର ଏବଂ ଭକ୍ତି ପାଇଁ ପରିଚିତ ।

ଅଖୁନ୍ଦଙ୍କ ମୁଖପାତ୍ର ଭାବରେ ନିଯୁକ୍ତ ହେବେ ଜବିହୁଲ୍ଲାହ

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦନଙ୍କୁ ନୂତନ ସୂଚନା ମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ତାଲିବାନ ନେତୃତ୍ୱ ଭିନ୍ନ ନିଷ୍ପତ୍ତି ନେଇଛି । ମୁଲ୍ଲା ହସନ୍ ଅଖୁନ୍ଦଙ୍କ ମୁଖପାତ୍ର ଭାବେ ଜାବିହୁଲ୍ଲା ମୁଜାହିଦନଙ୍କୁ ନିଯୁକ୍ତ କରାଯିବ ବୋଲି କୁହାଯାଇଛି । ତାଲିବାନ ସୂତ୍ର ଅନୁସାରେ ମୂଲ୍ଲା ଆମୀର ଖାନଙ୍କୁ ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଯିବ ।