କାବୁଲ ଏୟାରପୋର୍ଟରୁ ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ୍ !

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ ।୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଏଥିରେ ସାମିଲ ଅଛନ୍ତି

afghanistan

News Summary

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ

୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ସୂଚନା ଦେଲା ବିଦେଶୀ ଗଣମାଧ୍ୟମ

କାବୁଲ ଏୟାରପୋର୍ଟ ଗେଟ୍ ବାହାରୁ ଉଠାଇ ନେଇଥିବା ସୂଚନା

ଅପହରଣ ଘଟଣାକୁ ଖଣ୍ଡନ କଲା ତାଲିବାନ୍

କାବୁଲ : ଆଫଗାନିସ୍ତାନରେ ତାଲିବାନ୍ କହର ଜାରି । କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ । ୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଏଥିରେ ସାମିଲ ଅଛନ୍ତି । ତେବେ ଅପହରଣ ଘଟଣାକୁ ଖଣ୍ଡନ କରିଛି ତାଲିବାନ୍ ।

ତେବେ ସେହି ଲୋକଙ୍କ ମଧ୍ୟରେ ସାମିଲ ଜଣେ ଲୋକ ନିଜ ସ୍ତ୍ରୀ ସହ ଏୟାରପୋର୍ଟରେ ବିମାନ ଅପେକ୍ଷାରେ ଥିଲେ । ହେଲେ ସୌଭାଗ୍ୟବଶତଃ ସେ ତାଲିବାନଙ୍କ ଚକ୍ରବ୍ୟୁହରୁ ବାହାରିବାରେ ସଫଳ ହୋଇଛନ୍ତି । ରାତି ଗୋଟାଏରେ ଲୋକମାନେ ଏକ ଗାଡିରେ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସମନ୍ୱୟ ଅଭାବରୁ ବିମାନବନ୍ଦରରେ ପ୍ରବେଶ କରିପାରି ନଥିଲେ ।

ସମସ୍ତେ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଚାହିଁ ବସିଥିବା ବେଳେ ବିନା ଅସ୍ତ୍ରଶସ୍ତ୍ରରେ କିଛି ତାଲିବାନୀ ପହଞ୍ଚିଥିଲେ । ଆଉ ସେଠାରେ ଅପେକ୍ଷାରତ ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କୁ କାବୁଲରୁ ତାରଖିଲକୁ ନେଇ ଯାଇଛନ୍ତି । ତାଲିବାନ କବଳରୁ ଫେରାର ମାରିଥିବା ବ୍ୟକ୍ତି ଜଣକ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ କାରରୁ ଡେଇଁ ପଳାଇବାରେ ସଫଳ ହୋଇଛନ୍ତି । କେବଳ କିଛି ଲୋକ କାରରୁ ଡେଇଁବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ସହ କଣ ହେବ ସେ ଜାଣି ନାହାଁନ୍ତି ବୋଲି କହିଛନ୍ତି ।

ସେପଟେ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି । ଅଲ୍‌ହାଜ ଖଲିଲ-ଉର ରହମାନ ହକ୍କାନୀଙ୍କ ସହ ଆଲୋଚା ପରେ ତାଲିବାନକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛନ୍ତି ଅସରଫ ଘନିଙ୍କ ଭାଇ ବୋଲି କୁହାଯାଉଛି ।