Advertisment

ସମାଲୋଚନା ପାଇଁ ଭୟଭୀତ ତାଲିବାନ୍ : ମହିଳାଙ୍କ ପରେ ମିଡ଼ିଆ ଉପରେ ଅନେକ ପ୍ରତିବନ୍ଧକ

ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ ନାହିଁ ବୋଲି କହିଛନ୍ତି ହ୍ୟମାନ୍ ରାଇଟସ୍‌ର ଆସୋସିଏଟ୍ ଡାଇରେକ୍ଟର Patricia Gossman

ଅଦ୍ୟତନ ହୋଇଛି
Taliban Severely Restrict Media

Taliban Severely Restrict Media

Advertisment

କାବୁଲ୍ : ମିଡ଼ିଆ ଉପରେ ପ୍ରତିବନ୍ଧକ । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ମିଡିଆ ଉପରେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ଗୋଟିଏ ପରେ ଗୋଟିଏ ନିଷ୍ଠୁର ନିୟମ ଲାଗୁ କରିଚାଲିଛି । ଦିନକୁ ଦିନ ଦେଶରେ ରହିବା ମୁସ୍କିଲ ହୋଇପଡ଼ୁଛି, ପ୍ରତିବନ୍ଧକର ତାଲିକା ଦେଖିଲେ ଘରୁ ବାହାରିବା କଷ୍ଟକର ହୋଇପଡ଼ିବ । ଏବେ ତାଲିବାନ୍ ଟାର୍ଗେଟରେ ଆଫଗାନ୍ ମିଡିଆ । ଇସଲାମ ବିରୁଦ୍ଧରେ କୌଣସି ପ୍ରକାରର ରିପୋର୍ଟିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛି ତାଲିବାନୀ ସଂଗଠନ । କୌଣସିମତେ ତାଲିବାନ ନେତୃତ୍ୱକୁ ସମାଲୋଚନା କରାଯାଇପାରିବ ନାହିଁ । ଆଉ ଏଥିପାଇଁ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ।

Advertisment

ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ ନାହିଁ ବୋଲି କହିଛନ୍ତି ହ୍ୟମାନ୍ ରାଇଟସ୍‌ର ଆସୋସିଏଟ୍ ଡାଇରେକ୍ଟର Patricia Gossman । ଅନ୍ୟପକ୍ଷରେ ବର୍ତ୍ତମାନ ମହିଳା ସାମ୍ବାଦିକଙ୍କ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ଆଫଗାନିସ୍ତାନକୁ ବନ୍ଧୁକ ମୁନରେ କବଜା କରିବା ପରଠାରୁ ଏପର୍ଯ୍ୟନ୍ତ ୭୦୦ ସାମ୍ବାଦିକ ଜେଲରେ ଅଛନ୍ତି ।

ତେବେ ତାଲିବାନ ଶାସନର ସବୁଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ଆଫଗାନ୍ ମହିଳା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କ ଶିକ୍ଷା ସପକ୍ଷରେ ନାହିଁ ତାଲିବାନ୍ ସରକାର । ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରତ ଶ୍ରେଣୀକୁ ଡାକ୍ତରଖାନା ପରି ଛୋଟ ଛୋଟ କୋଠରୀରେ ବିଭାଜନ କରାଯାଇଛି । ଶ୍ରେଣୀ ଗୃହରେ ପରଦା, ଜାଲି ଲଗାଇ ଶିକ୍ଷାର ମନ୍ଦିରରକୁ ଭାଗ ଭାଗ କରି ଦିଆଯାଉଛି ।

Advertisment

ଅନ୍ୟପଟେ ମହିଳାମାନେ ସର୍ବସାଧାରଣରେ ଥଟ୍ଟା କରିପାରିବେ ନାହିଁ ବୋଲି କଡ଼ା ନିୟମ ଲାଗୁ ହୋଇଛି । ଏକୁଟିଆ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ନିଜକୁ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦନ କରିବା ବାଧ୍ୟତାମୂଳକ ଅଟେ । ମହିଳାମାନଙ୍କ ପାଇଁ ପ୍ରସାଧନ ସାମଗ୍ରୀର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । କେବଳ ଏତିକୁ ନୁହେଁ ମହିଳାମାନେ ପୁରୁଷଙ୍କ ସହ ହାତ ମିଳାଇ ପାରିବେ ନାହିଁ ଏବଂ ଅଧିକ ଜୋରରେ ହସି ପାରିବେ ନାହିଁ । ଟ୍ୟାକ୍ସିରେ ବସି ବାହାରକୁ ଯାଇପାରିବେନି । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା, କ୍ରୀଡା ଉପରେ ମଧ୍ୟ ନିଷେଧାଦେଶ ରହିଛି ।

Advertisment
Taliban Severely Restrict Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ