Advertisment

ବିଶାଳ କୋଠାରେ ଲାଗିଲା ନିଆଁ, ୪୬ ଜଣଙ୍କ ଗଲା ପ୍ରାଣ

ତାଇୱାନରେ ବଡ଼ ଦୁର୍ଘଟଣା। ଏକ ୧୩ ମହଲା ଘରେ ନିଆଁ ଲାଗିଯିବାକୁ ୪୬ ଜଣଙ୍କ ପ୍ରାଣ ଯାଇଛି। ଏହାସହ ଅନେକ ଲୋକ ପୋଡ଼ି ହୋଇ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୩ଟାରେ ଏକ ବିଶାଳ କୋଠାରେ ନିଆଁ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା।

Fire

Fire

Advertisment

ନୂଆଦିଲ୍ଲୀ: ତାଇୱାନରେ ବଡ଼ ଦୁର୍ଘଟଣା। ଏକ ୧୩ ମହଲା ଘରେ ନିଆଁ ଲାଗିଯିବାକୁ ୪୬ ଜଣଙ୍କ ପ୍ରାଣ ଯାଇଛି। ଏହାସହ ଅନେକ ଲୋକ ପୋଡ଼ି ହୋଇ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୩ଟାରେ ଏକ ବିଶାଳ କୋଠାରେ ନିଆଁ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା।

Advertisment

କିନ୍ତୁ ସେତେବେଳକୁ ପ୍ରାୟ ୪୬ ଜଣଙ୍କ ପ୍ରାଣ ଯାଇସାରିଥିଲା। ମେଡ଼ିକାଲକୁ ନିଆଯାଇଥିବା ୫୫ ଜଣ ଗୁରୁତରଙ୍କ ମଧ୍ୟରୁ ୧୪ ଜଣ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ସେପଟେ କୋଠାରେ ଅନେକ ଲୋକ ଫସିଥିବା ନେଇ ଜଣାପଡ଼ିବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ଭର୍ତ୍ତି କରାଯାଇଛି। ତେବେ ନିଆଁ କେମିତି ଲାଗିଲା ସେନେଇ ବର୍ତ୍ତମାନ ସମୟରେ କିଛି ସୂଚନା ମିଳିନାହିଁ।

Advertisment
Fire In Taiwan 46 Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ