Advertisment

Gold Rate Forecast 2025: WGCର ରିପୋର୍ଟ...୨୦୨୪ ରେ ହୁ ହୁ ହୋଇ ବଢ଼ିଲା ସୁନାଦର, କିନ୍ତୁ ୨୦୨୫ରେ ରହିବ ସ୍ଥିର

ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା କରାଯାଉଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଲାଣି। ତେଣୁ ଦର ଆଉ ନ ବଢ଼ି ସ୍ଥିର ରହିବ।

ଅଦ୍ୟତନ ହୋଇଛି
୨୫ ରେ ସ୍ଥିର ରହିବ ସୁନାଦର

୨୫ ରେ ସ୍ଥିର ରହିବ ସୁନାଦର

Advertisment

ସୁନା ଦରରେ ସାମାନ୍ୟ ତଳ ଉପର ସବୁ ସମୟରେ ହୋଇଥାଏ। ବିବାହ ଋତୁ ଓ ଧନତେରାସରେ ଅଧିକ ସୁନା ବିକ୍ରି ହୋଇଥାଏ। ସୁନା ଦର ଚଢ଼ା ଥିବାରୁ ଗ୍ରାହକ ଏବେ ୧୮ କ୍ୟାରେଟ୍‌ ସୁନାକୁ ବି ବେଶୀ ପସନ୍ଦ କରୁଛନ୍ତି। ଗ୍ରାହକଙ୍କ ପସନ୍ଦକୁ ଦେଖି ଗହଣା ଦୋକାନୀ ମଧ୍ୟ ହାଲୁକା ଓ ନିମ୍ନମାନର ସୁନାରେ ଗହଣା ତିଆରି କରି ବେଶ୍‌ ଲାଭବାନ୍‌ ହେଉଛନ୍ତି। ସାଧାରଣତଃ ଆମ ଦେଶର ଲୋକେ ୨୨ କ୍ୟାରେଟ୍ ସୁନାରେ ତିଆରି ଅଳଙ୍କାରକୁ ପସନ୍ଦ କରନ୍ତି। ଏଥିରେ ୯୧.୭% ଶୁଦ୍ଧ ସୁନା ରହିଥାଏ। କିନ୍ତୁ ୧୮-କ୍ୟାରେଟ୍‌ରେ ୭୫% ଶୁଦ୍ଧ ସୁନା ଏବଂ ୨୫ ପ୍ରତିଶତ ଅନ୍ୟାନ୍ୟ ଧାତୁ ଥାଏ। ଏବେ ଦର ବୃଦ୍ଧି କାରଣରୁ ୧୮ କ୍ୟାରେଟ ସୁନାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି, ଯଦି ବିଶ୍ବ ସୁନା ପରିଷଦର ଆକଳନ ସଠିକ୍‌ ହୁଏ, ୨୦୨୫ରେ ସୁନା ଦର ସ୍ଥିର ରହିବ, ଏହା ନିଶ୍ଚିତ ଭାବେ ଗ୍ରାହକଙ୍କ ପାଇଁ ଶୁଭଙ୍କର ।

Advertisment

ଅଧିକ ପଢନ୍ତୁ:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

୨୦୨୫ ବର୍ଷରେ ସୁନା ଦର ବଢ଼ିବନି !

ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା କରାଯାଉଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଲାଣି। ତେଣୁ ଦର ଆଉ ନ ବଢ଼ି ସ୍ଥିର ରହିବ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସମ୍ଭାବିତ ବ୍ୟାପାର ଯୁଦ୍ଧ ଓ ସୁଧହାର ଦୃଷ୍ଟିକୋଣରୁ ଆର୍ଥିକ ବିକାଶକୁ ହ୍ରାସ କରିପାରେ। ଏଣୁ ନିବେଶକ ଓ ଉପଭୋକ୍ତାଙ୍କ ଚାହିଦା ପ୍ରଭାବିତ ହୋଇପାରେ। ସୁନା ବଜାରରେ ଚୀନ୍‌ ଗତିବିଧି ଉପରେ କଡ଼ା ନଜର ରହିବ ବୋଲି ଏହି ରିପୋର୍ଟ ଦର୍ଶାଇଛି। ୨୦୨୪ ବର୍ଷ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଦେଶରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୫୮,୭୭୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ଦାମ ୬୩,୯୭୦ ଟଙ୍କା ରହିଥିଲା। ଭୂ-ରାଜନୈତିକ ସଙ୍କଟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ଯୁଦ୍ଧ ଭଳି ବିଭିନ୍ନ କାରଣ ଲାଗି ସୁନା ଦାମ୍‌ରେ ଦ୍ରୁତ ଗତିରେ ବୃଦ୍ଧି ହୋଇଥିଲା। ଡିସେମ୍ବର ଦ୍ବିତୀୟ ସପ୍ତାହରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୭୧,୯୪୯ ଟଙ୍କାକୁ ଛୁଇଁଛି।

ଯୁଦ୍ଧ ପାଇଁ ବଢ଼ୁଛି ସୁନା ଦର

କୌଣସି ଦେଶ ପାଇଁ ଯୁଦ୍ଧ ଭଲ ନୁହେଁ । ଯୁଦ୍ଧର ଶେଷ ପରିଣତି ଅତିବ ଭୟଙ୍କର ବୋଲି ଜାଣି ମଧ୍ୟ ଆମେ ତଥାପି ଯୁଦ୍ଧ କରନ୍ତି। ଯୁଦ୍ଧ କୌଣସି ଦେଶ ପାଇଁ ଭଲ ନୁହେଁ । ଯେ କେହି ଯୁଦ୍ଧରେ ଜିତନ୍ତୁ ନା କାହିଁକି ଉଭୟ ଦେଶ କ୍ଷତି ସହିଥାନ୍ତି । ବାସ୍ତବରେ, ଯୁଦ୍ଧ ପାଇଁ, ଉଭୟ ଦେଶର ଅର୍ଥନୀତିକୁ ନିଗ୍ନଗାମୀ ହେଇଥାଏ । ତେବେ ଯୁଦ୍ଧ ସମୟରେ ସୁନାଦର ଆକାଶ ଛୁଆଁ ହେବା ଆରମ୍ଭ କରେ । ଇସ୍ରାଏଲ୍-ଇରାନ ଉତ୍ତେଜନା ମଧ୍ୟରେ ସୁନା ଦର ଅହେତୁକ ବୃଦ୍ଧି ପାଇଛି।

Advertisment

ରୁଷ-ୟୁକ୍ରେନ ଯୁଦ୍ଧ ହେଉ ଅବା ଇସ୍ରାଏଲ-ହମାସ ଯୁଦ୍ଧ ହେଉ କିମ୍ବା ବର୍ତ୍ତମାନର ଇସ୍ରାଏଲ-ଇରାନ ଯୁଦ୍ଧ ହେଉ ସବୁ ସମୟରେ ସୁନା ଦର ବୃଦ୍ଧି ପାଇଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ସୁନା ଦର ବଢ଼ିବାରେ ଲାଗିଛି। କରୋନା ପରେ ରୁଷିଆ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ଦର ବଢିବାରେ ଲାଗିଥିଲା। ଡିସେମ୍ବର ମାସରେ ଏଥିରେ ସାମାନ୍ୟ ବିରାମ ଲାଗିଛି।

ନିବେଶକଙ୍କ ପାଇଁ ସୁନାରେ ନିବେଶ ହିଁ ସର୍ବୋତ୍ତମ ମାଧ୍ୟମ

ପାରମ୍ପରିକ ନିବେଶ ପାଇଁ ସୁନା ସର୍ବଦା ସବୁଠାରୁ ନିର୍ଭରଯୋଗ୍ୟ ମାଧ୍ୟମ ବୋଲି ବଜାର ବିଶେଷଜ୍ଞଙ୍କ ମତ। ଯୁଦ୍ଧ ସମୟରେ ନିବେଶକ କେବଳ ସୁନାରେ ନିବେଶ ପାଇଁ ଚିନ୍ତା କରିଥାନ୍ତି। ଯୁଦ୍ଧ ସମୟରେ ଷ୍ଟକ୍ ମାର୍କେଟ୍ ଖସିଯାଇଥାଏ, ତେଣୁ ସେଥିରେ ନିବେଶ ପାଇଁ ଅନେକ ଭୟ କରନ୍ତି। ଇସ୍ରାଏଲ ଏବଂ ଗାଜା ଆଖପାଖରେ କ୍ଷେତ୍ରୀୟ ଅସ୍ଥିରତା ଯୋଗୁ ସେଠାରେ ସୁନାରେ ନିବେଶ ବଢୁଛି । ୨୦୨୪ବର୍ଷର ଡିସେମ୍ବର ଶେଷ ସୁଦ୍ଧା ମଧ୍ୟ ସୁନା ଦର ବଢ଼ିବାରେ ଲାଗିଛି। ୨୦୨୪ ମସିହାରେ ସୁନା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କେନ୍ଦ୍ରୀୟ ବ୍ୟାଙ୍କଗୁଡିକ କିଣିବା ଏବଂ ସୁନା ଇଟିଏଫରେ ବିନିଯୋଗ। ସୁନାରେ ନିବେଶ କଲେ ପ୍ରାୟତଃ କ୍ଷତି ସହିବାର ସମ୍ଭାବନା ନ ଥାଏ। ଅନ୍ୟ ଯେଉଁଥିରେ ବି ନିବେଶ କରିବା ପୂର୍ବରୁ ଅନେକ ଦିଗ ପ୍ରତି ଚିନ୍ତା କରିବାକୁ ପଡ଼ିଥାଏ।

Advertisment

ପାର୍ବଣରେ ଅଧିକ ସୁନା ବିକ୍ରି ହୋଇଛି

ଭାରତରେ ପାର୍ବଣ ଋତୁରେ ଅଧିକ ସୁନାର କିଣାବିକା ହୋଇଛି ବୋଲି ବିଶ୍ବ ସୁନା ପରିଷଦ (ଡବ୍ଳୁଜିସି) ୨୦୨୪ର ତୃତୀୟ ତ୍ରୈମାସିକର ସୁନା ଚାହିଦା ରିପୋର୍ଟରୁ ଜଣାପଡ଼ିଛି । ଭାରତର ସୁନାର ଚାହିଦା ଚଳିତ ବର୍ଷ ୧୮ ପ୍ରତିଶତ ବଢ଼ି ୨୪୮.୩ ଟନ୍‌ ଥିବାବେଳେ ସୁନାର ଆମଦାନୀ ଶୁଳ୍କରେ ହ୍ରାସ ଯୋଗୁ ଗହଣା-ଅଳଙ୍କାରର ଚାହିଦାରେ ସୁଧାର ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ କମୁଛି ସୁନା ଦର

ଭାରତରେ ସୁନା ଏବେ ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ), କତାର, ଓମାନ ଏବଂ ସିଙ୍ଗାପୁର ଭଳି ଦେଶଗୁଡ଼ିକ ତୁଳନାରେ ଶସ୍ତା ଥିବା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ଦେଶ ବହୁ ମାତ୍ରାରେ ଜଣାଶୁଣା କିଣିଥାନ୍ତାି। ମଧ୍ୟ ପ୍ରାଚ୍ୟ ଦେଶରେ ସୁନା ଦର ସବୁସମୟରେ ବଢ଼ୁଥାଏ। ସେଠାରେ ସୁନା ଦର ବଢ଼ିବାର କାରଣ ହେଉଛି ବର୍ଦ୍ଧିତ ଭୂ-ରାଜନୈତିକ ସମସ୍ୟା। ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ସୁନାରେ ନିବେଶ ବୃଦ୍ଧି ପାଇଛି । ଚାହିଦା ବୃଦ୍ଧି ସହ ମଧ୍ୟପ୍ରାଚ୍ୟରେ ସୁନା ମହଙ୍ଗା ହେବାରେ ଲାଗିଛି। ଆନ୍ତର୍ଜାତୀୟ ସୁନା ମୂଲ୍ୟରେ ହ୍ରାସ ପ୍ରାୟତଃ ସ୍ଥାନୀୟ ବଜାର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଆମେରିକାରେ ସୁନା ଦରରେ ୪.୫% ହ୍ରାସ ଘଟିଛି। ୩ ବର୍ଷ ମଧ୍ୟରେ ସର୍ବାଧିକ ହ୍ରାସ ବୋଲି କୁହାଯାଉଛି। ଭାରତରେ ସୁନା ଦର ଖସିବାର ଅନେକ କାରଣ ରହିଛି । ୩ ମାସ ଧରି ଦର ବଢ଼ିବା ଫଳରେ ଲୋକେ ଏବେ ଲାଭ ଅସୁଲି କରୁଛନ୍ତି । ଫଳରେ ଚାହିଦା ଖସିଛି। ସେହିଭଳି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଯାବତ୍‌ ଡଲାର ସୂଚକାଙ୍କ ୨.୩୬% ବୃଦ୍ଧି ପାଇଛି । ଆମେରିକୀୟ ବଣ୍ଡ ଦର ବଢ଼ିଛି । ଉଭୟ କାରଣ ଯୋଗୁ ସୁନା ଚାହିଦା ହ୍ରାସ ପାଇଛି ।

Mail id : serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

India Gold Prices Fall World Trade Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ