Advertisment

ଚୀନ୍ କ’ଣ କଲା? ହଠାତ୍‌ ନୀଳରୁ ନାଲି ହୋଇଗଲା ଆକାଶ...

ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?

china

china

Advertisment

ଆକାଶେ କି ରଙ୍ଗ ଲାଗିଲା। ହଠାତ୍‌ ବଦଳିଗଲା ଆକାଶର ରଙ୍ଗ। ନୀଳରୁ ହୋଇଗଲା ଗାଢ ଲାଲ୍। ଦେଖୁ ଦେଖୁ ନୀଳ ଆକାଶ ପାଲଟିଗଲା ନାଲି । ରକ୍ତ ଭଳି ନାଲି ରଙ୍ଗରେ ରଙ୍ଗୀନ ହୋଇଗଲା ପୂରା ଆକାଶ। ଆପଣ ବି ଦେଖନ୍ତୁ ସେ ହି ଭିଜୁଆଲ୍। ଯିଏ ଏହା ଦେଖୁଛନ୍ତି ସେ ଚକିତ ହୋଇ ଯାଉଛନ୍ତି। ଚୀନର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୋମବାର ହଠାତ ଚୀନ୍‌ର ଝୋଉଶାନ ସହରର ଆକାଶ ନୀଳରୁ ନାଲି ହୋଇଯାଇଥିଲା। ଏପରି ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ସମସ୍ତେ ଘରୁ ବାହାରି ଭିଡିଓ କରିବାକୁ ଲାଗିଲେ। କିଛି ଲୋକ ସୋସିଆଲ୍ ମିଡିଆରେ ଏ ଭିଡିଓକୁ ସେୟାର କରିଛନ୍ତି। ଟ୍ୱିଟର୍‌ରେ ଅନେକ ଲୋକ ଏ ଲାଲ ରଙ୍ଗ ଆକାଶର ଭିଡିଓ ସେୟାର କରି ଏହାର କାରଣ କ’ଣ ବୋଲି ପ୍ରଶ୍ନ କରିଥିଲେ। ଲାଇଟ୍‌ ରିଫ୍ଲେକ୍‌ସନ ଯୋଗୁଁ ଆକାଶ ଏଭଳି ଲାଲ ପାଲଟି ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସୌର ବିସ୍ଫୋରଣର ଧକ୍କା ହେତୁ ଜିଓମ୍ୟାଗ୍ନେଟିକ୍ ଝଡ ସୃଷ୍ଟି ହୁଏ। ଏହି କାରଣ ଯୋଗୁ ଆକାଶ ଲାଲ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଚାଇନା ଏ କଥାକୁ ଖଣ୍ଡନ କରିଛି। ଯେଉଁ ଦିନ ଆକାଶ ଲାଲ ଦେଖାଯାଉଥିଲା ସୌର ଏବଂ ଜିଓମ୍ୟାଗ୍ନେଟିକ୍ ଉଭୟ ଶାନ୍ତ ଥିଲା। କାହିଁକି ନୀଳ ରଙ୍ଗର ଆକାଶ ହଠାତ ଲାଲ ପାଲଟିଗଲା ତା’ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Advertisment

ଯେତେବେଳେ ପାଗ ଭଲ ଥାଏ, ବାୟୁମଣ୍ଡଳରେ ଥିବା ଜଳରୁ ଏରୋସୋଲ ସୃଷ୍ଟି ହୁଏ। ଯାହା ମତ୍ସ୍ୟଜୀବୀଙ୍କ ଡଙ୍ଗାର ଲାଇଟ୍‌ ଆଲୋକକୁ ସ୍କେଟର ଏବଂ ରିଫ୍ରେକ୍ଟ କରେ। ଏହି କାରଣରୁ ଆକାଶ ନୀଳରୁ ଲାଲ ଦେଖାଯାଏ। କେବଳ ସେତିକି ନୁହେଁ ଆଗ୍ନେୟ ଉଦ୍‌ଗୀରଣ ଯୋଗୁଁ ବି ବେଳେ ବେଳେ ଆକାଶ ଲାଲ ଦେଖାଯାଏ ବୋଲି ଝୋଉଶାନ ମେଟ୍ରୋଲୋଜିକାଲ ବ୍ୟୁରୋ କହିଛି।

ଅନେକ ଲୋକ ଆକାଶର ରଙ୍ଗ ଦେଖି ଆତଙ୍କିତ ହେବା ସହ ଏହାକୁ ଅଶୁଭ ବୋଲି କହିଛନ୍ତି। ଆଉ କେତେକ ଏହାକୁ କହୁଛନ୍ତି ସବୁ ଦିନ ପାଇଁ ଚୀନ କରୋନାକୁ ଜାଳି ପୋଡି ପାଉଁଶ କରି ଦେଲା। ଆଗକୁ କୌଣସି ବଡ ଅଘଟଣ ହେବାକୁ ଯାଉଛି ବୋଲି ସୋସିଆଲ ମିଡିଆ ୟୁଜର୍ସମାନେ ଲେଖିଛନ୍ତି।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ