Advertisment

ଆକାଶଛୁଆଁ ପରିବା ଦର; ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦ ଟଙ୍କା

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ..

Pakistan Flood

Pakistan Flood

Advertisment

ବନ୍ୟା ପରେ ପାକିସ୍ତାନର ସ୍ଥିତି ପୂରା ସଙ୍ଗୀନ । ଟମାଟୋ କିଲୋ ୫୦୦, ପିଆଜ କିଲୋ ୪୦୦ ଥିବାରୁ ଚିନ୍ତାରେ ଖାଉଟି । ଏବେ ପାକିସ୍ତାନରେ ହାହାକାର ସ୍ଥିତି। ପରିବା ଦର ଏତେ ବଢିଲାଣି ଯେ, ଖାଇବା ବିନା ନାନା ହଇରାଣ ହେଉଛନ୍ତି ଲୋକେ । ଏମିତିକି ଟମାଟୋ କିଲୋ ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଲୋକେ ।

Advertisment

ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା କାରଣରୁ ଲାହୋର୍‌ ଏବଂ ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ପ୍ରାନ୍ତରେ ପନିପରିବା ନଷ୍ଟ ହୋଇଯିବାରୁ ଏମିତି ମହଙ୍ଗା ସ୍ଥିତିର ସାମ୍ନା କରୁଛନ୍ତି ପାକିସ୍ତାନବାସୀ । ଏମିତିକି ଭାରତରୁ ପାକିସ୍ତାନ ପରିବା ଆମଦାନୀ କରୁଥିବାରୁ ରେଟ୍‌ ଉଚ୍ଚ ରହୁଥିବା ପାକ୍‌ ବ୍ୟବସାୟୀମାନେ କହିଲେଣି।

ତେବେ ବର୍ତ୍ତମାନ ସମୟରେ ଲାହୋର୍‌ ବଜାରର ଟମାଟୋ କିଲୋ ୫୦୦ ଟଙ୍କା ଓ ପିଆଜ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି । ବନ୍ୟା ପ୍ରପୀଡ଼ିତ ବାଲୋଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରେ ଫସଲ ନଷ୍ଟ ହେବାରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ପିଆଜ ଓ ଟମାଟୋ ୮୦୦ ଟଙ୍କା ହେବା ନେଇ ସନ୍ଦେହ ସୃଷ୍ଟି ହେଲାଣି । ଆଉ ଏହାରି ମଧ୍ୟରେ ଆଳୁ କିଲୋ ୪୦ ଟଙ୍କାରୁ ବଢି ୧୩୦ ଟଙ୍କାରେ ପହଞ୍ଚିଲାଣି ।

Advertisment

ତେବେ ବନ୍ୟା ଯୋଗୁଁ କ୍ୟାପ୍‌ସିକମ୍‌ ଭଳି ପରିବା ପାକ୍‌ ବଜାରରୁ ଉଭାନ ହୋଇଗଲାଣି । ଏହାସହ ପାଚିଲା କଦଳୀ ଓ ଖଜୁରୀର ଦାମ ବହୁ ଅଧିକ ରହିଥିବାରୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ସେପଟେ ବେଲୁଚିସ୍ତାନରୁ ସେଓ ଆମଦାନୀ କମିଥିବାରୁ ଫଳ ମାର୍କେଟ୍‌ରେ ଚଡକ ପଡିଥିବା କୁହାଯାଉଛି । ଗୋଟିଏ ପଟେ ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ, ଆଉ ଏବେ ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବଢିଛି ।

Vegetable Price Special Story Pakistan Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ