କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ଅନେକ ଦିନ ଧରି ଏହିପରି ପରିସ୍ଥିତି ଲାଗି ରହିଛି । ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ ନାଟାଲ (KwaZulu-Natal) ଓ ଡୁରବାନ୍ (Durban) ଅଞ୍ଚଳରେ ବନ୍ୟାରେ ପ୍ରାୟ ୪୪୩ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଏହାସହ ପ୍ରାୟ ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଏହାସହ ୫୮ଟି ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବାତ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ଲଗାତାର ଭାବେ ପ୍ରବଳ ବର୍ଷା ହୋଇଥିବାରୁ ଏଠାକାର ରାସ୍ତାଘାଟ, ସ୍କୁଲ, ସରକାରୀ ପାଚେରୀ ତଥା ବିଦ୍ୟୁତ୍ ଆଦି ବିଭିନ୍ନ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି ।
Also Read
ପାଣିପାଗ ବିଭାଗ ଅନୁସାରେ, ଆଗାମୀ ଦିନରେ ମଧ୍ୟ ଦକ୍ଷିଣ ଆଫ୍ରିକାର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ସ୍ୱାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟାର ପ୍ରଭାବ ପରେ ଜୀବିତ ଥିବା ଲୋକଙ୍କୁ ଖୋଜିପାଇବା କଷ୍ଟକର ହୋଇପଡିବ । କାରଣ ବନ୍ୟାର ପ୍ରଭାବ ଯୋଗଁଉ ବର୍ତ୍ତମାନ ସୁଦ୍ଧା ୬୩ ଜଣ ଲୋକ ନିଖୋଜ ଅଛନ୍ତି ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଡୁରବାନ୍ରେ ହୋଇଥିବା ବନ୍ୟା ସବୁକିଛି ନଷ୍ଟ କରିଦେଇଛି । ଏମିତିକି ଏହା ପ୍ରଭାବରେ ସ୍କୁଲ୍, ରାସ୍ତାଘାଟ ଓ ଘରଦ୍ୱାର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୪ ହଜାର ଉଦ୍ଧାରକାରୀ ତଥା ଲୋକଙ୍କୁ ନିୟୋଜିତ କରାଯାଇଛି ।
ଏନେଇ ବନ୍ୟା ପ୍ରଭାବିତ ଲୋକେ କହିଛନ୍ତି ଯେ, ସେ କେବେ ହେଲେ ତାଙ୍କ ଜୀବନକାଳରେ ଏହିପରି ଭୟଙ୍କର ବନ୍ୟା ଦେଖିନଥିଲେ । ବନ୍ୟାର କରାଳ ରୂପକୁ ଦେଖି କ୍ଷୟକ୍ଷତିର ଅନୁମାନ କରାଯାଉଛି । ହେଲେ ଏବେ କେବଳ ଲୋକଙ୍କ ଜୀନ ବଞ୍ଚାଇବା ଉଦ୍ୟମ କରାଯାଉଛି ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ୬୮ ମିଲିୟନ୍ ଡଲାର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତୀତ ଆଫ୍ରିକାର ଫୁଟ୍ବଲ୍ ପରିସଙ୍ଘ(Confederation of African Football)ର ମୁଖ୍ୟ ପାର୍ଟିକ୍ ମୋଟ୍ସେପି ୨.୦ ଡଲାର ସହାୟତା କରିବାର ଘୋଷଣା କରିଛନ୍ତି ।