Advertisment

ୱାଟର୍ ସ୍କିଙ୍ଗ୍‌ରେ ଛଅ ମାସ ଶିଶୁର ବିଶ୍ୱ ରେକର୍ଡ

ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍‌କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।

water baby

water baby

Advertisment

ନୂଆଦିଲ୍ଲୀ: ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍‌କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।

Advertisment

ଭିଡିଓଟି ସେପ୍ଟେମ୍ବର ୧୩ ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଲେଣି। ଭିଡିଓରେ କମେଣ୍ଟ ମାଧ୍ୟମରେ ଲୋକେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି। ଏଥିସହିତ ୟୁଜର୍ସମାନେ ନିଜ Id ରୁ ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି। ଇନଷ୍ଟାଗ୍ରାମ ପୋଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳି ସାରିଲାଣି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ପିଲାଟି ଡଙ୍ଗା ସହିତ ସଂଯୁକ୍ତ ଲୁହା ରଡକୁ ଦୃଢ ଭାବରେ ଧରି ରଖିଛି। ଅନ୍ୟ ପଟେ ପିଲାଟିର ପିତା ଅନ୍ୟ ଏକ ଡଙ୍ଗାରେ ଯିବା ସହ ପିଲାଟିକୁ ନଜର ରଖିଛନ୍ତି। ପିଲାଟି ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି। ଭିଡିଓଟି ଦେଖିବା ପରେ ଲୋକମାନେ ଭିନ୍ନ ମତ ମଧ୍ୟ ଦେଇଛନ୍ତି। କିଛି ଲୋକଙ୍କ ଅନୁଯାୟୀ ପିଲାଟିର ବୟସ ୱାଟର ସ୍କିଙ୍ଗ୍ କରିବା ପାଇଁ ବହୁତ ଛୋଟ ହୋଇଥିବାରୁ ଏହା ବିପଦପୂର୍ଣ୍ଣ ଅଟେ। ଏବଂ କିଛି ଲୋକ ଏନେଇ ସ୍ୱାଗତ କରିଛନ୍ତି ଯେ ପିତା ପୁଅକୁ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ହ୍ରଦକୁ ଆଣିଛନ୍ତି।

ରିଚ୍‌ଙ୍କର ଏହି ସାହାସିକତା ଭିଡିଓକୁ ଦେଖିଲା ପରେ ପ୍ରଶଂସକ ମାନେ ପରବର୍ତ୍ତୀ ସମୟରେ ପିଲାଟି କ‘ଣ ସାହାସିକତା ଦେଖାଇବ ଏନେଇ ଆଗ୍ରହ ପ୍ରକାଶ କରିଛନ୍ତି। ରିଚ୍‌ଙ୍କୁ ଲୋକମାନେ ସୁପର୍ କିଡ୍ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି। ପିଲାଟିର ନାମ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି।

Advertisment
America World Record Water Skiing Powell Lake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ