Advertisment

ଲାଇଟ୍‌-କ୍ୟାମେରା-ଆକ୍ସନ ମଧ୍ୟରେ ନକଲି ବନ୍ଧୁକରୁ ଫୁଟିଲା ଗୁଳି, କ୍ଷଣିକରେ ଟଳି ପଡ଼ିଲେ ଚର୍ଚ୍ଚିତ ସିନେମାଟୋଗ୍ରାଫର

ହଲିଉଡ୍‌ ଫିଲ୍ମ ଶୁଟିଂ ସେଟ୍‌ରେ ଅଘଟଣ। ଲାଇଟ୍‌-କ୍ୟାମେରା-ଆକ୍ସନ ମଧ୍ୟରେ ଫୁଟିଲା ଗୁଳି। କ୍ଷଣିକରେ ଟଳି ପଡ଼ିଲେ ଜଣେ ଚର୍ଚ୍ଚିତ ସିନେମାଟୋଗ୍ରାଫର। ନକଲି ବନ୍ଧୁକରୁ ଗୁଳି ଫୁଟିଲା। ଆଉ ଜଣଙ୍କ ଜୀବନ ବି ଚାଲିଗଲା।

ଅଦ୍ୟତନ ହୋଇଛି
Cinematographer Dead

Cinematographer Dead

Advertisment

ୱାଶିଂଟନ୍‌: ହଲିଉଡ୍‌ ଫିଲ୍ମ ଶୁଟିଂ ସେଟ୍‌ରେ ଅଘଟଣ। ଲାଇଟ୍‌-କ୍ୟାମେରା-ଆକ୍ସନ ମଧ୍ୟରେ ଫୁଟିଲା ଗୁଳି। କ୍ଷଣିକରେ ଟଳି ପଡ଼ିଲେ ଜଣେ ଚର୍ଚ୍ଚିତ ସିନେମାଟୋଗ୍ରାଫର। ନକଲି ବନ୍ଧୁକରୁ ଗୁଳି ଫୁଟିଲା। ଆଉ ଜଣଙ୍କ ଜୀବନ ବି ଚାଲିଗଲା। ଅନ୍ୟ ଜଣେ କ୍ରୁ ମେମ୍ବର ଗୁରତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ। ଆମେରିକାର ନ୍ୟୁ ମେକ୍ସିକୋ ଫିଲ୍ମ ସିଟିରେ ଏହି ଅଘଟଣ ଘଟିଛି। ଅଭିନେତା ଆଲେକ୍ ବାଲ୍ଡଓ୍ୱିନ୍ ନିଜର ଅପକମିଙ୍ଗ ଫିଲ୍ମ ‘ରଷ୍ଟ୍‌’ର ଶୁଟିଂ କରୁଥିଲେ। ଏକ ସିନ୍‌ର ଦୃଶ୍ୟାୟନ ବେଳେ ଏହି ଏହି ଅଘଟଣ ଘଟିଛି। ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

Advertisment

ଫିଲ୍ମ ‘Rust’ର ଶୁଟିଂ ବେଳେ ପ୍ରଯୋଜକ ତଥା ଅଭିନେତା ଆଲେକ୍ ବାଲ୍ଡଓ୍ୱିନ୍‌ଙ୍କ ଦ୍ୱାରା ଗୁଳି ଫୁଟି ଏତେ ବଡ଼ ଅଘଟଣ ଘଟି ଯାଇଛି। ଏଥିରେ ୪୨ ବର୍ଷୀୟ ମହିଳା ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ହାଲିନା ହଚିନ୍ସଙ୍କ ଦେହାନ୍ତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ଯେ, ପ୍ରକ୍ସି ଗନ୍ ଅସଲି ଗୁଳିରେ ଭରି ରହିଥିଲା ନା ଥିୟୋଟ୍ରିକା ବ୍ଲକ୍ସରେ ବ୍ୟବହାର ହେଉଥିବା ବାରୁଦ କାରଣରୁ ଏହା ଘଟିଲା।  

ସୂଚନା ଅନୁସାରେ, ସୁଟିଂ ବେଳେ ଆଲେକ୍ ବାଲ୍ଡଓ୍ୱିନ୍ ଫିଲ୍ମ ପାଇଁ ବ୍ୟବହାର ହେବାକୁ ଆସିଥିବା ପ୍ରକ୍ସି ପିସ୍ତଲ ଚାଳନା କରୁ କରୁ ଗୁଳି ଫୁଟିଥିଲା। ଏହା ସିଧା ଯାଇ ସିନେମାଟୋଗ୍ରାଫର ହାଲିନା ହଚିନ୍ସଙ୍କୁ ଲାଗିଥିଲା। ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରି ମେଡିକାଲ ନିଆଯାଇଥିଲା। ହେଲେ ମଝି ଆକାଶରେ ହିଁ ତାଙ୍କର ମୃତ୍ୟୁ ଘଟିଲା। ଫିଲ୍ମର ନିର୍ଦ୍ଦେଶକ ଥିବା ଜୋଏଲ ସୁଜାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

Advertisment

ଘଟଣାକୁ ନେଇ ସାନ୍ତା ପୋଲିସ କୌଣସି ଅପରାଧିକ ମାମଲା ଦାଏର କରିନଥିଲେ ସୁଦ୍ଧା ଶୁଟିଂ ସେଟ୍‌ରେ ପହଞ୍ଚି ତଦନ୍ତ ଜାରି ରଖିଛି। ହାଲିନା ହଚିନ୍ସଙ୍କ ନିଧନରେ ଶୋକ ପ୍ରକାଶ କରିଛି ହଲିଉଡ ଜଗତ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ  ଶ୍ରଦ୍ଧାଞ୍ଜଳି ଦିଆାଯାଇଛି।  କାଲିଫର୍ଣ୍ଣିଆର ବେନିସ୍ ବିଚ୍‌ରେ ରହୁଥିବା ୪୨ ବର୍ଷୀୟ ଏହି ସିନେମାଟୋଗ୍ରାଫର ହଲିଉଡ୍‌ରେ ବେଶ୍‌ ଜଣାଶୁଣା। ଜଣେ ସୈନିକଙ୍କ ଝିଅ ଫିଲ୍ମ ଦୁନିଆରେ ପାଦ ଦେଇ ବେଶ୍ ସଫଳତା ହାସଲ କରିଥିଲେ।   

Advertisment
Rust Shooting Set Cinematographer Dead Shooting Death On Rust Set Alec Baldwin Halyna Hutchins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ