Advertisment

ହସ୍ପିଟାଲ୍‌ରେ କାନ୍ଦି ପକାଇବାରୁ ଫାଇନ୍‌ ଗଣିଲେ ମହିଳା, ବିଲ୍‌ ଆସିଲା- ୩,୧୦୦ ଟଙ୍କା

କାନ୍ଦିଲେ ବୋଲି ଗଣିଲେ ତଣ୍ଡ। ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଏକାଥରେ ୩ ହଜାର ଟଙ୍କା ଦେଇଛନ୍ତି ଜଣେ ମହିଳା। କଥାଟା ଯେକେହିବି ଶୁଣିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଘଟଣାଟି ସତ।

ଅଦ୍ୟତନ ହୋଇଛି
Shocking US Woman Charged $40

Shocking US Woman Charged $40

Advertisment

କାନ୍ଦିଲେ ବୋଲି ଗଣିଲେ ତଣ୍ଡ। ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଏକାଥରେ ୩ ହଜାର ଟଙ୍କା ଦେଇଛନ୍ତି ଜଣେ ମହିଳା। କଥାଟା ଯେକେହିବି ଶୁଣିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଘଟଣାଟି ସତ। ନିକଟରେ ଆମେରିକାର ଜଣେ ମହିଳା ସୋସିଆଲ୍‌ ମିଡିଆରେ ମେଡିକାଲ୍‌ ବିଲ୍‌ ଶେଆର କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, କାନ୍ଦ ପାଇଁ ତାଙ୍କ ଭଉଣୀଙ୍କୁ $40 ଡଲାର (ପାଖାପାଖି ୩ ହଜାର ୧୦୦ ଟଙ୍କା) ଟଙ୍କା ଦେବାକୁ ପଡ଼ିଛି। 

Advertisment

ୟୁଟ୍ୟୁବ ଓ ଇଣ୍ଟରନେଟ୍‌ରେ ଜଣାଶୁଣା ଚେହେରା କାମିଲ୍ଲି ଜନ୍‌ସନ୍‌ ଟ୍ୱିଟରରେ ଭଉଣୀଙ୍କ ଏକ ମେଡିକାଲ୍‌ ବିଲ୍‌ର ଫଟୋ ଶେଆର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି, “Brief Emotional/Behavioural Assessment” ପାଇଁ  $40 ଡଲାର ଦେବାକୁ ପଡ଼ିଛି। କାମିଲ୍ଲି କହିଛନ୍ତି, ‘ତାଙ୍କ ଭଉଣୀଙ୍କର ଏକ ବିରଳ ରୋଗ ଅଛି। ସେ ନିରାଶ ଓ ଅସହାୟ ନିଜକୁ ଅନୁଭବ କଲେ ହଠାତ୍‌ ଭାବପ୍ରବଣ ହୋଇଯାଆନ୍ତି। ଏହାପରେ ସେ କାନ୍ଦିବା ଆରମ୍ଭ କରନ୍ତି। 

ମେଡିକାଲ୍‌ ବିଲ୍‌ରେ ଆହୁରି ଦେଖିବାକୁ ମିଳିଛି, ସ୍ୱାସ୍ଥ୍ୟାବସ୍ଥାକୁ ନେଇ କାମିଲ୍ଲିଙ୍କ ଭଉଣୀ ଗତ ଜାନୁଆରୀରେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ମେଡିକାଲ୍‌ ବିଲ୍‌ରେ ବିଭିନ୍ନ ଟେଷ୍ଟ୍‌କୁ ନେଇ ଚାର୍ଜ କରାଯାଇଥିବା ଉଲ୍ଲେଖ କରାଯାଇଛି। ଭିଜନ୍‌ ଆସେସ୍‌ମେଣ୍ଟ ଟେଷ୍ଟ ପାଇଁ $20, ହେମୋଗ୍ଲୋବିନ୍‌ ଟେଷ୍ଟ୍‌ ପାଇଁ $15, କାପିଲ୍ଲାରି ବ୍ଲଡ୍‌ ଡ୍ର’ ପାଇଁ $30, ପ୍ରିଭେଣ୍ଟେଟିଭ୍‌ ହେଲ୍‌ଥ ସ୍କ୍ରିନିଂ ପାଇଁ $350 ଚାର୍ଜ କରାଯାଇଥିବା ବିଲ୍‌ରେ ଉଲ୍ଲେଖ କରାଯାଇଛି। ଏହି ସମୟରେ କାମିଲ୍ଲି ଦେଖିବାକୁ ପାଇଲେ ଯେ, କାନ୍ଦିବା ପାଇଁ $40 ଚାର୍ଜ କରାଯାଇଛି। ଯାହା ତାକୁ ଆଶ୍ଚର୍ଯ୍ୟ କରିଥିଲା। 

Advertisment

ଏହାପରେ ଟ୍ୱିଟରରେ ମେଡିକାଲ୍‌ ବିଲ୍‌ର ଫଟୋ ଶେଆର କରି କ୍ୟାପସନ୍‌ରେ  କାମିଲ୍ଲି ଲେଖିଥିଲେ, ଟୋପାଏ ଲୁହ ପାଇଁ ସେମାନେ  $40 ଚାର୍ଜ ନେଇଥିଲେ। ସେମାନେ ଜାଣିବାକୁ ଚାହିଁଲେ ନାହିଁ ଯେ, କ’ଣ ପାଇଁ ସେ କାନ୍ଦିଲେ। ଏପରିକି ସେମାନେ ତାଙ୍କୁ ବୁଝାଇଲେ ମଧ୍ୟ ନାହିଁ। କାମିଲ୍ଲିଙ୍କ ଏହି ପୋଷ୍ଟ ଭାଇରାଲ୍‌ ହେବାପରେ ୟୁଜର୍ସମାନେ ସେମାନଙ୍କର ଅନୁଭୂତି ଶେଆର କରିଛନ୍ତି। କିଭଳି ଭାବେ ମେଡିକାଲ୍‌ରେ ଅଧିକ ଟଙ୍କାର ବିଲ୍‌ ହୋଇଥାଏ ଓ ଏଥିରୁ କେମିତି ବର୍ତ୍ତିବେ ୟୁଜର୍ସମାନେ ସେମାନଙ୍କର ମତ ରଖିଛନ୍ତି।

କାମିଲ୍ଲି ଖୁଲାସା କରି କହିଛନ୍ତି, ତାଙ୍କ ଭଉଣୀ କାହିଁକି ଡିପ୍ରେସନରେ ଅଛନ୍ତି ? କ’ଣ ତାଙ୍କର ମାନସିକ ଚିନ୍ତା ? ଏହା ମେଡିକାଲ୍‌ରେ କେହିବି ଜାଣିବାକୁ ଚେଷ୍ଟା କରିନଥିଲେ। ଏପରିକି ତାଙ୍କ ଭଉଣୀ କୌଣସି ସ୍ପେଶାଲିଷ୍ଟଙ୍କ ସହ ମଧ୍ୟ କଥା ହୋଇନଥିଲେ। ନା ତାଙ୍କୁ କେହି ରେଫର୍‌ କରିଥିଲେ ନା ତାଙ୍କୁ କିଛି ପ୍ରେସ୍‌କ୍ରାଇବ୍‌ କରାଯାଇଥିଲା। ବାପାଙ୍କର ଇନ୍‌ସ୍ୟୁରାନ୍ସ ପ୍ଲାନ୍‌ ଥିବାରୁ ତାଙ୍କ ଭଉଣୀଙ୍କ ଚିକିତ୍ସା ହୋଇପାରିଥିଲା ବୋଲି କାମିଲ୍ଲି କହିଛନ୍ତି।

Advertisment
Medical Bill Woman Crying
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ