Advertisment

୫୦ ବର୍ଷ ପରେ ବନ୍ୟାରେ ବୁଡ଼ିଲା ସାହାରା ମରୁଭୂମି; କେମିତି ହେଲା ଚମତ୍କାର ଜାଣନ୍ତୁ...

ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି।

Sahara Desert flood

Sahara Desert flood

Advertisment

ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି। ବହୁ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁ ଉଦ୍ୟାନ ଆଦି ଜଳପ୍ଳାବିତ ହୋଇଥିବା ଦେଖିବାକୁ ମିଳିଛି।

Advertisment

ଏଭଳି ବିରଳ ଘଟଣା ପଛରେ ଅଚାନକ ବର୍ଷା ସହ ପାଣିପାଗରେ ଅସ୍ବାଭାବିକତା ଏବଂ ଗ୍ଲୋବାଲ ୱାର୍ମିଂକୁ ମଧ୍ୟ ଦାୟୀ କରାଯାଉଛି। ବହୁ ଶୁଷ୍କ ମରୁ ଏବେ ସବୁଜଘାସର ଉପତ୍ୟକାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଦକ୍ଷିଣପୂର୍ବ ମରକ୍କୋରେ ଗ୍ରୀଷ୍ମ ଶେଷ ଆଡ଼କୁ ସାଧାରଣତଃ ବର୍ଷା ହୋଇନଥାଏ । ତେବେ ସେପ୍ଟେମ୍ବରରେ ଅଚାନକ ୨ ଦିନ ବର୍ଷା ହୋଇଥିଲା ଏବଂ ଏହା ବାର୍ଷିକ ହାରାହାରି ବର୍ଷା ଅର୍ଥାତ୍ ୨୫୦ ମିଲିମିଟର ଠାରୁ ଅଧିକ ହୋଇଥିଲା ବୋଲି ସୂଚନା ମିଳିଛି ।

ଦକ୍ଷିଣ ମରୋକ୍କୋରେ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲା। ଏହା ଫଳରେ ବନ୍ୟା ସୃଷ୍ଟି ହୋଇଛି । ଆର୍ଦ୍ରତା ରହିଥିବାରୁ ଆଗରୁ ଝଡ଼ ବର୍ଷା ବି ହୋଇପାରେ। ନାସାର ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି, ବହୁ ସ୍ଥାନରେ ପାଣି ଜମା ହୋଇଛି । ଏପରିକି ତାଳ ଗଛର ଅଧାଅଧି ପାଣିରେ ବୁଡ଼ି ଯାଇଥିଲା। ଆଫ୍ରିକାର ଉତ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଅଞ୍ଚଳରେ ୯୦ ଲକ୍ଷ ବର୍ଗ କିଲୋମିଟରରେ ସାହାରା ମରୁଭୂମି ରହିଛି। ଏବେ ଯେଉଁ ବନ୍ୟା ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଆଗକୁ ନିୟମିତ ଭାବେ ଏହି ଅଞ୍ଚଳରେ ଝଡ଼ ତୋଫାନ ହେବ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି।

Advertisment

ମରୁ ସହର ମେରଜଉଗାରେ ଥିବା ହ୍ରଦ ୫୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ପାଣିରେ ଭରିଯିବା ପରେ ଆଖପାଖ ଜନଶୂନ୍ୟ ଇଲାକାରେ ବନ୍ୟା ଦେଖାଦେଇଛି। ଆଉ ଏକ ଶୁଷ୍କ ଅଞ୍ଚଳ ଟାଟାରେ ମଧ୍ୟ ୨୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପଛର କାରଣ କଣ ରହିଛି ସେନେଇ ତର୍ଜମା ଚାଲିଛି। ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଏହାର ପଛର କାରଣ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଲଗାତାର ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଏହି ଢାଞ୍ଚାରେ ପରିବର୍ତ୍ତନ ଆସିଛି।

Advertisment
Africa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ