Rescued
ପାହାଡ଼ରେ ଏକ ଦୁର୍ଗମ ଓ ବିପଜ୍ଜନକ ଗୁମ୍ଫାରେ ଜଣେ ଋଷୀୟ ମହିଳା ତାଙ୍କ ଦୁଇ ଛୋଟ ଝିଅଙ୍କ ସହ ରହୁଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଏହି ମହିଳାଙ୍କ ନାମ ନୀନା କୁଟିନା ଓରଫ ମୋହି । ଏହି ମହିଳାଙ୍କ ବୟସ ୪୦ ବର୍ଷ ଏବଂ ତାଙ୍କ ଦୁଇ ଝିଅ ହେଲେ ପ୍ରେୟା (୬ ବର୍ଷ) ଓ ଆମା (୪ ବର୍ଷ)।
ଗୋକର୍ଣ୍ଣ ପୋଲିସର ଏକ ଟିମ୍ ପାଟ୍ରୋଲିଂ ଅଭିଯାନ ସମୟରେ ଏହା ଜାଣିବାକୁ ପାଇଥିଲା । ପୋଲିସ କର୍ମଚାରୀ ଏହି ତିନିଜଣଙ୍କୁ ଏକ ଅସ୍ଥାୟୀ ବାସସ୍ଥାନରେ ଦେଖିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି ।
ନୀନା କୁଟିନା ୨୦୧୭ ମସିହାରେ ଏକ ବୈଧ ବାଣିଜ୍ୟିକ ଭିସାରେ ଭାରତକୁ ଆସିଥିଲେ। ସେ ଗୋକର୍ଣ୍ଣରେ ହିନ୍ଦୁ ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇ ଏହି ଅଞ୍ଚଳରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ସେ ଏହି ଗୁମ୍ଫାରେ ଧ୍ୟାନ କରୁଥିଲେ। କିନ୍ତୁ ତାଙ୍କର ଭିସା ୨୦୧୭ରେ ମିଆଦ ପୂରି ହୋଇଥିବା ଯୋଗୁଁ ସେ ଅବୈଧ ଭାବେ ଭାରତରେ ରହୁଥିଲେ। ଏହାଛଡ଼ା ସେ ତାଙ୍କ ଝିଅମାନଙ୍କୁ ନେଇ ଏକ ବିପଜ୍ଜନକ ଓ ଦୁର୍ଗମ ଗୁମ୍ଫାରେ ରହୁଥିବା କାରଣରୁ କର୍ତ୍ତୃପକ୍ଷ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।
କର୍ଣ୍ଣାଟକର ଗୋକର୍ଣ୍ଣ ନିକଟସ୍ଥ ରାମତୀର୍ଥ ପାହାଡ଼ରେ ଅବସ୍ଥିତ ଏହି ଗୁମ୍ଫା ଅତ୍ୟନ୍ତ ବିପଜ୍ଜନକ ଅଞ୍ଚଳରେ ରହିଛି। ପୋଲିସ ଅନୁଯାୟୀ, ଏହି ଅଞ୍ଚଳ ଭୂସ୍ଖଳନ ପ୍ରବଣ ଏବଂ ବିଷାକ୍ତ ସାପ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ରହୁଛନ୍ତି । ଗୁମ୍ଫାରେ ପାଣି, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଥିବା ସତ୍ତ୍ୱେ ନୀନା ଏବଂ ତାଙ୍କ ଝିଅମାନେ ଗୁମ୍ଫାରେ ଏକ ଅସ୍ଥାୟୀ ବାସସ୍ଥାନ ନିର୍ମାଣ କରି ରହୁଥିଲେ। ଏହି ପରିସ୍ଥିତି ଦୁଇ ଛୋଟ ଶିଶୁଙ୍କ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିଲା।
ଗୁମ୍ଫାରେ ପହଞ୍ଚିବା ପାଇଁ ପୋଲିସକୁ ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା। ନୀନା ଓ ତାଙ୍କ ଝିଅମାନଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ନୀନାଙ୍କୁ ପଚରାଉଚରା କରି ଜାଣିବାକୁ ପାଇଥିଲେ ଯେ ସେ ହିନ୍ଦୁ ଧର୍ମରେ ଆସ୍ଥା ରଖିଛନ୍ତି ଏବଂ ଆଧ୍ୟାତ୍ମିକ ଜୀବନଯାପନ ପାଇଁ ଏହି ଗୁମ୍ଫାକୁ ବାଛିଥିଲେ।
ନୀନାଙ୍କର ଭିସା ମିଆଦ ପୂରି ହୋଇଥିବା ଯୋଗୁଁ ସେ ବେଆଇନ ଭାବେ ଭାରତରେ ରହୁଥିବା କାରଣରୁ କର୍ତ୍ତୃପକ୍ଷ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଦେଶୀ ଆଇନ (Foreigners Act) ଅନୁଯାୟୀ, ଅବୈଧ ଭାବେ ଦେଶରେ ରହିବା ଏକ ଗୁରୁତର ଅପରାଧ। ତେଣୁ ନୀନା ଓ ତାଙ୍କ ଝିଅମାନଙ୍କୁ ଋଷିଆକୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପୂର୍ବରୁ ସେମାନଙ୍କୁ ଋଷୀୟ ଦୂତାବାସ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରାଯାଉଛି।
ଗୋକର୍ଣ୍ଣ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥାନ ଭାବେ ପରିଚିତ । ଯେଉଁଠାରେ ଅନେକ ଆଧ୍ୟାତ୍ମିକ ଅନୁସନ୍ଧାନକାରୀ ଓ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ନୀନାଙ୍କ କାହାଣୀ ଏକ ନିଆରା ଉଦାହରଣ । କିନ୍ତୁ ଏଠଇ ବିଦେଶୀ ନାଗରିକ ରହିବା ଘଟଣା ପ୍ରଥମ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rescued_1752326941.jpg)