Advertisment

ମହାକାଶରେ ତିଆରି ହେବ ବିଶ୍ୱର ପ୍ରଥମ ଫିଲ୍ମ... ସୁଟିଂ ପାଇଁ ସ୍ପେସ ଗଲେ ଡାଇରେକ୍ଟର ଓ ହିରୋଇନ୍

ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି

Russian Movie

Russian Movie

Advertisment

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ନିଜର ଅପ୍‌କମିଙ୍ଗ ପ୍ରଥମ ଫିଚର ଫିଲ୍ମ ‘ଚ୍ୟାଲେଞ୍ଜ’ର ସୁଟିଂ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ କରିବାକୁ ମନ ବଳାଇଛନ୍ତି। ସୋସିଆଲ ମିଡିଆରେ ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଏହି ପୋଷ୍ଟ କରି ସୂଚନା ଦେଇଛି।ମହାକାଶ ଉପରେ ସାରା ବିଶ୍ୱରେ ଅନେକ ଭାଷାରେ ଫିଲ୍ମ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କେବେ

Advertisment

ନାସାର ସୂଚନା ଅନୁସାରେ ‘ଚାଲେଞ୍ଜ’ର ସୁଟିଂ ପାଇଁ ଫିଲ୍ମ ନିର୍ଦ୍ଦେଶକ ଶିପେଙ୍କୋ, ଅଭିନେତ୍ରୀ ୟୁଲିଆ ପେରିସ୍ଲିଡ୍‌ ଆଇଏସ୍‌ଏସ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ସହ ରୁଷ୍‌ର ଅନ୍ତରୀକ୍ଷ ଯାତ୍ରୀ ଆଣ୍ଟୋନ୍‌ ବି ଯାଇଛନ୍ତି। ଦେଶର ମହକାଶ ଗବେଷଣା ଏଜେନି୍ସ ଦ୍ୱାରା ସୋୟୁଜ୍‌ ଏମଏସ୍‌-୧୯ ଅନ୍ତରୀକ୍ଷ ଯାନ ମାଧ୍ୟମରେ ଏମାନଙ୍କୁ ଆଇଏସ୍‌ଏସ୍‌କୁ ପଠାଯାଇଛି। ‘ଚାଲେଞ୍ଜ’ ଫିଲ୍ମ ଟିମ୍‌ ମହାକାଶରେ ୧୨ ଦିନ ରହିବେ ବୋଲି କୁହାଯାଇଛି।

Advertisment

ମହାକାଶରେ ଫିଲ୍ମ ‘ଚାଲେଞ୍ଜ’ର ସୁଟିଂ କରିବା ଲାଗି ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଫିଲ୍ମର କାହାଣୀ ଜଣେ ମହିଳା ଡାକ୍ତରଙ୍କ ଉପରେ ପର୍ଯ୍ୟବସିତ। ଯେଉଁ ଡାକ୍ତର ଜଣଙ୍କ ମହାକାଶ ଯାତ୍ରୀଙ୍କୁ ବଞ୍ଚାଇବା ଲାଗି ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ ଅଭିମୁଖେ ଉଡ଼ାଣ ଭରୁଛନ୍ତି। ଏଥିରେ ରୁଷୀୟ ଅଭିନେତା ୟୁଲିଆ ପେରେସିଲ୍ଡ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ ଭେଟେରାନ୍ ମହାକାଶଚାରୀ ଆଣ୍ଟୋନ୍ ସୋୟୁଜ ରକେଟ୍ ଉତକ୍ଷେପଣର ନିର୍ଦ୍ଦେଶନା ଦେବେ ବୋଲି ସୂଚନା ମିଳିଛି।

'The Challenge' First-Ever Space
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ