Advertisment

ବିବାଦୀୟ ଭାଷଣ ଦେଇ ପୁଣି ବିବାଦରେ ରାହୁଲ; BJP, RSS ବିରୋଧରେ କଟୁ କଥା କହିଥିବା ଅଭିଯୋଗ

ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।

ଅଦ୍ୟତନ ହୋଇଛି
 Rahul Gandhi

Rahul Gandhi

Advertisment

ପୁଣି ଥରେ ବିବାଦୀୟ ଭାଷଣ ଦେଇ ବିବାଦ ଘେରକୁ ଆସିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।

Advertisment

ରାହୁଲ କହିଛନ୍ତି, ଭାରତ ବିବିଧତାର ଦେଶ ସମସ୍ତଙ୍କର ଦେଶ । ଉଦାହରଣ ଦେବାକୁ ଯାଇ ରାହୁଲ ଖାଇବା ପ୍ଲେଟ ସହ ଭାରତକୁ ତୁଳନା କରିଛନ୍ତି । ଗୋଟିଏ ଥାଳିରେ ଯେମିତି ସବୁ ଆଇଟମ୍ ରୁହେ ଭାରତ ମଧ୍ୟ ସେମିତି ବିବିଧତାରେ ଏକତା ବହନ କରେ । କେନ୍ଦ୍ରରେ ଶାସକ ବିଜେପି କିନ୍ତୁ କେବଳ ସଂଘର ନୀତିକୁ ଫଲୋ କରେ ବୋଲି କହି ବିବାଦକୁ ଆସିଛନ୍ତି ରାହୁଲ ଗାନ୍ଧି ।

ସେ ଆହୁରି କହିଛନ୍ତି, "RSS ବିଶ୍ୱାସ କରେ ଯେ ଭାରତ ଗୋଟିଏ ଧାରଣା। କିନ୍ତୁ ଆମେ ବିଶ୍ୱାସ କରୁ- ଭାରତ ହେଉଛି ବହୁଗୁଣ ଧାରଣା। ଆମେରିକା ପରି, ଆମେ ବିଶ୍ୱାସ କରୁ ସମସ୍ତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ୍। ଆମେ ବିଶ୍ୱାସ କରୁ ସମସ୍ତଙ୍କୁ ସ୍ୱପ୍ନ ଦେଖିବାର ସୁଯୋଗ ମିଳୁ ଏବଂ ଜାତି, ଭାଷା, ଧର୍ମ, ପରମ୍ପରା, ଇତିହାସ ନିର୍ବିଶେଷରେ ସମସ୍ତଙ୍କୁ ସ୍ଥାନ ଦିଆଯିବା ଚିନ୍ତାଧାରାରେ ଆମେ ବିଶ୍ୱାସ କରୁ।"

Advertisment

ତେବେ ରାହୁଲ ଗାନ୍ଧିଙ୍କ ଏଭଳି ବୟାନକୁ କିନ୍ତୁ ବିଜେପି ଏବଂ ଅନ୍ୟ ଦଳମାନେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ ଅଛନ୍ତି ରାହୁଲ ଗାନ୍ଧି। ଏହା ତାଙ୍କର ଅନୌପଚାରିକ ଗସ୍ତ। ଗତକାଲି ସେ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। 

BJP Rahul Gandhi RSS Controversy Heats Up
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ