Advertisment

କ୍ୱାଡର ବଳ, ଚୀନକୁ କାଳ : ଜିନପିଙ୍ଗଙ୍କ ଦାଦାଗିରି ରୋକିବାକୁ ପଣ କଲେ ୪ ରାଷ୍ଟ୍ରମୁଖ୍ୟ

କ୍ୱାଡ୍ ସମ୍ମିଳନୀରେ ୪ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି ।

Prime Minister Narendra Modi with (from left) Australia Prime Minister Anthony Albanese, US Presiden

Prime Minister Narendra Modi with (from left) Australia Prime Minister Anthony Albanese, US Presiden

Advertisment

କ୍ୱାଡର ବଳ, ଚୀନକୁ କାଳ । ଜାପାନର ଟୋକିଓରେ ଅନୁଷ୍ଠିତ କ୍ୱାଡ୍ ଶିଖର ସମ୍ମିଳନୀରେ ପୁଣି ଥରେ ମୁକ୍ତ ଇଣ୍ଡୋ ପାସିଫିକ୍ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାସହ ସେଠାରେ ଚୀନର ଏକଚାଟିଆ ଦବଦବା ଜାହିର ଉଦ୍ୟମକୁ ସହ୍ୟ କରାଯିବନାହିଁ ବୋଲି ଏକସ୍ୱରରେ ମତ ଦେଇଛନ୍ତି ଚାରି ସଦସ୍ୟ ରାଷ୍ଟ୍ର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ । ଏଥିସହ କୌଣସି କ୍ଷେତ୍ରରେ ବି ଏକପାଖିଆ ଭାବେ ବଳ ପ୍ରୟୋଗ କରି ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମକୁ ବିରୋଧ କରାଯିବ ବୋଲି ପଣ କରିଛନ୍ତି ୪ ରାଷ୍ଟ୍ରମୁଖ୍ୟ । ଏହି ଅବସରରେ କୋଭିଡ୍ ପ୍ରସଙ୍ଗରେ ଚୀନକୁ ଟାର୍ଗେଟ୍ କରିବା ସହ ମୋଦିଙ୍କ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Advertisment

କୋଭିଡ୍ ମୁକାବିଲା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା ବିଶ୍ୱ ସମ୍ମୁଖରେ ଗଣତନ୍ତ୍ରର ସାମଥର୍ୟକୁ ପ୍ରମାଣିତ କରିଛି । ଗଣତାନ୍ତ୍ରିକ ପଦ୍ଧତିରେ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମୟ ଲାଗେ । ଚୀନ୍ ଓ ରୁଷ ଭଳି ଏକଛତ୍ରବାଦୀ ଶାସନରେ ଏଭଳି ହୁଏ ନାହିଁ ବୋଲି ଯେଉଁ ଧାରଣା ଥିଲା, ଭାରତ ତାକୁ ମଧ୍ୟ ଭୁଲ୍ ପ୍ରମାଣିତ କରିଛି ବୋଲି କହିଛନ୍ତି ବାଇଡେନ୍ । ସେ ଏହି ଉକ୍ତିକୁ କ୍ୱାଡ୍ ବୈଠକ ଅଭିଭାଷଣ ପାଇଁ ଲେଖିଆଣିନଥିଲେ ବରଂ ହଠାତ୍ ନିଜ ମନରୁ କହିଲେ ବୋଲି କୁହାଯାଉଛି ।

କ୍ୱାଡ୍ ଶିଖର ସମ୍ମିଳନୀରେ ମୁକ୍ତ ଇଣ୍ଡୋ ପାସିଫିକ୍, ଦକ୍ଷିଣ ଓ ପୂର୍ବ ଚୀନ୍ ସାଗରରୁ ବେଜିଂର ଏକଚାଟିଆ ଦବଦବା ହ୍ରାସ କରିବା ଏବଂ ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ୍ ବିବାଦର ସମାଧାନ ପ୍ରସଙ୍ଗରେ ୪ ନେତା ସହମତି ପ୍ରକାଶ କରିଛନ୍ତି । ଏକଚାଟିଆ ଏବଂ ବଳପୂର୍ବକ କୌଣସି ସ୍ଥିତାବସ୍ଥା ପରିବର୍ତ୍ତନକୁ କ୍ୱାଡ୍ ରାଷ୍ଟ୍ର ବିରୋଧ କରନ୍ତି ବୋଲି ମତ ପ୍ରକାଶ କରାଯାଇଛି ।

Advertisment

ଇଣ୍ଡୋପାସିଫିକ୍ ସମେତ କୌଣସି ଅଞ୍ଚଳରେ ଏହାକୁ ମାନି ନିଆଯିବ ନାହିଁ ବୋଲି ସମସ୍ତେ ରାଜି ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କ୍ୱାଡ୍ ଖୁବ୍ ସ୍ୱଳ୍ପ ଅବଧିରେ ବିଶ୍ୱସ୍ତରରେ ନିଜର ଗୁରୁତ୍ୱ ପ୍ରତିପାଦିତ କରିପାରିଛି । କ୍ୱାଡ୍ ସଦସ୍ୟମାନେ ଟିକା ଯୋଗାଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ବିପର୍ଯ୍ୟୟ ପରିଚାଳନା ଓ ଅର୍ଥନୈତିକ ସହଭାଗିତା ଆଦି କ୍ଷେତ୍ରରେ ଭାଗିଦାରୀ ପ୍ରମାଣିତ କରିଛନ୍ତି ।

କ୍ୱାଡ ରାଷ୍ଟ୍ର ସମୂହ ଇଣ୍ଡୋ-ପାସିଫିକ ଅଞ୍ଚଳର ଭିତ୍ତିଭୂମି ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୫ହଜାର କୋଟି ଡଲାର ବିନିଯୋଗ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

Advertisment
Quad Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ