Advertisment

ଯୁବତୀଙ୍କ ସହ ଗେଲ ହେଉଛି ଅଜଗର, ଭାଇରାଲ ହେଲା ଭିଡ଼ିଓ

ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।

python-playing

python-playing

Advertisment

ନୂଆଦିଲ୍ଲୀ: ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।

Advertisment

ଭିଡ଼ିଓରେ ଦେଖିବାକୁ ମିଳୁଛି କି ଗୋଟିଏ ବିଶାଳକାୟ ଅଜଗର ଜଣେ ଯୁବତୀଙ୍କ କୋଳରେ ଗେଲ ହେଉଛି। ଆଉ ବିରାଟକାୟ ସାପକୁ ଦେଖି ଯୁବତୀ ଜଣକ ଟିକିଏ ବି ଭୟ କରୁନାହାନ୍ତି। ବରଂ ସେ ପୂର୍ବରୁ ଯେପରି ଭାବରେ ସେ ମୋବାଇଲ ଦେଖୁଥିଲେ ସେହିପରି ଭାବରେ ମୋବାଇଲ ଦେଖୁଛନ୍ତି। ଆଉ ଅଜଗର ତାଙ୍କ କୋଳରେ ଘସି ହେଉଛି।

Advertisment

ହୁଏତ ଏହା ଆମ ସହିତ ଘଟିଥିଲେ ଆମେ ଚେତାଶୂନ୍ୟ ହୋଇଯିବା କିମ୍ବା ଡ଼ରି ଦୌଡ଼ି ପଳାଇବା । କିନ୍ତୁ ଯୁବତୀ ଜଣକ ସାମାନ୍ୟତମ ଭୟ ତ କରୁନାହାନ୍ତି। ଓଲଟି ତା’ର ପେଟକୁ ଆଉଁସି ଦେଉଛନ୍ତି। ଆଉ ସାପ ମଧ୍ୟ ବିନା କୌଣସି ବାଧାରେ ଯୁବତୀ ଜଣଙ୍କ କୋଳରେ ଘସି ହୋଇ ଚାଲିଛି। ଆଉ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ସେୟାର କରିଥିବା ବ୍ୟକ୍ତି ନିଜ ଇନଷ୍ଟା ପେଜ୍‌ରେ ଲେଖିଛନ୍ତି ଯେ, ମତେ ଏହି ଭିଡ଼ିଓ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ଏହା କେମିତି ସମ୍ଭବ ହେଉଛି ତାହାକୁ ମୁଁ କେବଳ ଭାବୁଛି। ଅନେକ ୟୁଜର ଭିଡ଼ିଓରେ କଂମେଟ୍‌ ଦେବା ସହ ଲାଇକ୍‌ ଓ ସେୟାର ମଧ୍ୟ କରିଛନ୍ତି। କିନ୍ତୁ ସାପ ଜଣେ ଯୁବତୀଙ୍କ ସହ ଏପରି ଗେଲ ହେଉଥିବା ଭିଡ଼ିଓ ଯେ କେବେ ଦେଖିବାକୁ ମିଳିବ ତାହା କେହି କେବେ କଳ୍ପାନା ହିଁ କରିନଥିବେ। କିନ୍ତୁ ଏଠାରେ କାଳ୍ପନିକ ଘଟଣା ପୂରା ସତ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Advertisment
Viral Video Pythonplaying
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ