Advertisment

ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା

ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।

undefined

Gotabaya Rajapaksa

Advertisment

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶ୍ରୀଲଙ୍କାରେ ସରିଲା ଗୋଟାବାୟା ଯୁଗ । ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ସା । ସେ ନିଜ ଇସ୍ତଫା ପତ୍ର ପଠାଇଥିବା ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କୁହାଯାଉଛି ।

Advertisment

ଆଜି ସାଉଦି ଆରବର ଏକ ଘରୋଇ ବିମାନରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଗୋଟାବାୟା । ସାଉଦି ଆରବରେ ଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟାବାୟା ରାଜପକ୍ସା ସିଙ୍ଗାପୁରକୁ ପ୍ରାଇଭେଟ୍ ଭିଜିଟ୍‌ରେ ଆସିଛନ୍ତି । ସେ ଶରଣ ଲୋଡ଼ି ନାହାନ୍ତି, କି ତାଙ୍କୁ ସେଭଳି କୌଣସି ଅନୁମତି ମଧ୍ୟ ଦିଆଯାଇନି । ୨୦୧୯ରେ ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗୋଟାବାୟା ।

Rajapaksa Gotabaya Resign
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ