Advertisment

ମୋଦିଙ୍କୁ ପୁଟିନଙ୍କ ଭବ୍ୟ ସ୍ୱାଗତ; ସାଙ୍ଗ ହୋଇ ଖାଇଲେ, କାର୍‌ରେ ବୁଲିଲେ

ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

Putin hosts PM Modi

Putin hosts PM Modi

Advertisment

ମସ୍କୋ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭବ୍ୟ ସ୍ବାଗତ। ଘରକୁ ଡାକି ଆଲିଙ୍ଗନ କଲେ, ଗାଡ଼ିରେ ବୁଲାଇଲେ ଓ ସାଥିରେ କଲେ ପ୍ରାଇଭେଟ୍ ଡିନର। ନୋଭୋ ଓଗାରିୟୋଭୋରେ ଅନୌପଚାରିକ ଭାବେ ଆଲୋଚନା କଲେ ଉଭୟ ଦେଶର ଶୀର୍ଷନେତା । କ୍ରେମଲିନ ଭଳି ନୋଭୋ ଓଗାରିୟୋଭୋ ହେଉଛି ରୁଷ ରାଷ୍ଟ୍ରପତିଙ୍କର ଆଉ ଏକ ସରକାରୀ ବାସଭବନ।

Advertisment

ମସ୍କୋ ଉପକଣ୍ଠରେ ଥିବା ଏହି ବାସଭବନରେ ମୋଦି ପହଞ୍ଚିବା ପରେ ନିଜେ ପୁଟିନ ଆସି ତାଙ୍କୁ ସ୍ବାଗତ କରିଥିଲେ । ସେମାନେ ପରସ୍ପରକୁ ଆଲିଙ୍ଗନ କରିବା ସହିତ ହାତ ମିଳାଇଥିଲେ। ଏଥିସହ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଏହା କୌଣସି ସଂଯୋଗ ନୁହେଁ, ଆପଣଙ୍କ କାମ ହିଁ ଆପଣଙ୍କୁ ପୁଣି ଥରେ ସରକାର ଗଢିବାରେ ସାହାଯ୍ୟ କରିଛି। ଆପଣ ଜଣେ ଉର୍ଜାବାନ୍‌ ବ୍ୟକ୍ତି। ଭାରତ ଓ ଭାରତୀୟଙ୍କ ମଙ୍ଗଳ କିପରି ହେବ ତାହା ଆପଣଙ୍କୁ ଭଲ ଭାବରେ ଜଣା।

Advertisment

ତେବେ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିପାରିଛି।ଏଥିସହ ପୁଟିନ୍‌ କହିଥିଲେ ଯେ ଆପଣ ସମଗ୍ର ଜୀବନକୁ ନିଜ ଦେଶର ଲୋକଙ୍କ ପାଇଁ ଉତ୍ସର୍ଗ କରିଛ ଏବଂ ଦେଶବାସୀ ଏହା ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୋର ନୀତି ହେଉଛି ସଂସ୍କାର ଆଣିବା। ମୋ ଦେଶର ଲୋକମାନେ ମୋର ନୀତି ଉପରେ ମୋହର ଲଗାଇଛନ୍ତି। ମୁଁ ମୋର ତୃତୀୟ କାର୍ଯ୍ୟକାଳରେ ତିନି ଗୁଣ ଅଧିକ ପରିଶ୍ରମ କରିବାକୁ ସ୍ଥିର କରିଛି।"

ଏହାପରେ ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

Advertisment

ସେପଟେ ଆଜି ମସ୍କୋରେ ବସିବ ୨୨ ତମ ଭାରତ-ରୁଷ ଶିଖର ସମ୍ମିଳନୀ । ଏହି ବୈଠକରେ ଭାରତ ଓ ରୁଷ ସଂପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ହେବ ଆଲୋଚନା । ସେଠାରେ ବିଧିବଦ୍ଧ ଭାବେ ମୋଦି ଓ ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଏହାପରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନର କାର୍ଯ୍ୟକ୍ରମ ରହିଛି । ରୁଷ ୟୁକ୍ରେନ୍ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ରୁଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଗତକାଲି ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୋଦିଙ୍କ ଗସ୍ତକୁ ନେଇ ଋଷରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରୁଷ ପରେ ଅଷ୍ଟ୍ରୀୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ।

PM Modi Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ