President of China Xi-Jinping speaks his Russian counterpart Vladimir Putin
ୟୁକ୍ରେନ୍ରେ ଦୁଇ ଦିନ ଧରି ଜାରି ରହିଥିବା ଋଷ୍ର ଆକ୍ରମଣ ଭିତରେ ଏବେ ସାମ୍ନାକୁ ଏକ ବଡ ଖବର ଆସିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ନିଜ ଋଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ପୁଟିନଙ୍କୁ ଆଲୋଚନା ମାଧ୍ୟମରେ ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ସମର୍ଥନ କରିଛନ୍ତି। ଋଷର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଏଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି।
ଜିନ୍ପିଙ୍ଗ୍ କହିଛନ୍ତି ଯେ ଏହି ସମୟରେ ପୂର୍ବ ୟୁକ୍ରେନ୍ର ସ୍ଥିତି ବହୁତ ଦ୍ରୁତ ଗତିରେ ବଦଳୁଛି। ଚାଇନା ବିଶ୍ୱାସ କରେ ଯେ ଋଷ ଓ ୟୁକ୍ରେନ୍ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନର ରାସ୍ତା ଖୋଜିବେ। ପ୍ରକାଶଥାଉ ଯେ ଋଷ୍ ଚୀନ୍ର ଘନିଷ୍ଠ ସହଯୋଗୀ ଏବଂ ସେ ଋଷ୍ର କାର୍ଯ୍ୟକୁ କେବେ ନିନ୍ଦା କରି ନାହିଁ।
ତେବେ ଯୁଦ୍ଧର ମାନସିକତାକୁ ପରିତ୍ୟାଗ କରିବା ଏବଂ ଉପଯୁକ୍ତ ସୁରକ୍ଷା ଚିନ୍ତାଧାରାକୁ ସମ୍ମାନ ଦେବା ଜରୁରୀ ଅଟେ ବୋଲି ଜିନ୍ପିଙ୍ଗ୍ ପୁଟିନଙ୍କୁ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ ଏହି ସଙ୍କଟ ଉପରେ ସତର୍କତାର ସହ କୂଟନୈତିକ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ଋଷ୍ର ସାମରିକ ଅପରେସନ୍କୁ ଆକ୍ରୋଶ ବୋଲି କହିବା କିମ୍ବା ଋଷ୍ର କାର୍ଯ୍ୟକୁ ନିନ୍ଦା କରିବାକୁ ମନା କରିଦେଇଛି।
ଚୀନ୍ ଅନୁଯାୟୀ, ଯେକୌଣସି ଦେଶର ସୁରକ୍ଷା ଏବଂ ଅଖଣ୍ଡତା ଉପରେ ସେମାନଙ୍କର ରଣନୀତି ସର୍ବଦା ସମାନ ରହିଛି। ମିଳିତ ଜାତିସଂଘର ଚାର୍ଟରର ଯେଉଁ ନୀତି ରହିଛି ତାହାକୁ ଉଭୟ ଦେଶ ଅନୁସରଣ କରିବା ଉଚିତ।
ତେବେ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଚୀନ୍ ମଧ୍ୟ ଅବଗତ ଅଛି ବୋଲି ସେ କହିଛି। ଦୀର୍ଘ ଦିନ ଧରି ଋଷ ସହିତ ଏହି ବିବାଦ ଚାଲିଛି। ଏହି ବିବାଦ ହେତୁ ବର୍ତ୍ତମାନ ପରିସ୍ଥିତି ଏତେ ତିକ୍ତ ହୋଇପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645799166.jpg)