ବ୍ୟକ୍ତିଗତ ସୁରକ୍ଷା ଲାଗୁଥିଲା ବାଜିରେ...ବାରମ୍ବାର କହିବା ପରେ ମଧ୍ୟ ଶୁଣୁନଥିଲେ ମାଲିକ

ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି ।

Pornhub

ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି । ଉକ୍ତ ୱେବସାଇଟ ଗୁଡ଼ିକ ଏପରି ଫଟୋ ପ୍ରକାଶ ପାଇଁ ଅନୁମତି ଦେଉଥିବାରୁ ମାମଲା ରୁଜୁ ହୋଇଛି ।

ୱେବସାଇଟଗୁଡ଼ିକରେ ଅନୁମତି ବିନା ବ୍ୟକ୍ତିଗତ ଫଟୋ ପୋଷ୍ଟ କରାଯାଇ ପାରୁଛି ବୋଲି ମାମଲା ରୁଜୁ ହୋଇଛି । ଗତ କିଛିଦିନ ତଳେ ଜଣେ ମହିଳା ଜାଣିବାକୁ ପାଇଥିଲେ ଯେ, ତାଙ୍କର ପୂର୍ବତନ ପ୍ରେମିକ ମହିଳାଙ୍କର ବିନା ଅନୁମତିରେ ଏକ ୱେବସାଇଟରେ ବ୍ୟକ୍ତିଗତ ଫଟୋ ଓ ଭିଡିଓ ପୋଷ୍ଟ କରି ଦେଇଛନ୍ତି । ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ ।

ଆଡଲ୍ଟ ସାଇଟ୍ ଗୁଡ଼ିକ ଏଭଳି ଫଟୋ ପ୍ରକାଶ କରିବା ଆଗରୁ ଅନୁମତି ନେବାର ଆବଶ୍ୟକତା ରହିଛି । କିନ୍ତୁ ଅନେକ ସମୟରେ ଏହାର ଉଲଂଘନ ହେଉଛି । କାନାଡ଼ା ସରକାର ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏନେଇ ପୋଲିସ ତରଫରୁ କୁହାଯାଇଛି ଯେ, ପର୍ଣ୍ଣହବ୍ ପରି ବିଭିନ୍ନ ସାଇଟଗୁଡିକରେ ଗୋପନୀୟତା ସୁରକ୍ଷାକୁ ନିଲାମ କରାଯାଉଛି ।

ଫଳରେ କାନାଡ଼ାରେ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସରକାର । ପର୍ଣ୍ଣହବ୍ ମାଲିକଙ୍କୁ ଏପରି କରିବାରୁ ନିବୃତ୍ତ ରହିବାକୁ ମଧ୍ୟ କହିଛନ୍ତି । ଅନ୍ୟପଟେ ଗତ ୨୦୧୫ ମସିହାରେ ଏହି ମହିଳା ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବ୍ୟକ୍ତିଗତ ଫଟୋ ପ୍ରକାଶିତ ହେବା ପରେ ଏହାକୁ ହଟାଇବା ପାଇଁ କମ୍ପାନୀ ବହୁ ଉଦ୍ୟମ କରିଥିଲା ।