Train Hijack: ୨୦୦ ବର୍ଷର ଇତିହାସରେ କେତେ ଥର ହୋଇଛି ଟ୍ରେନ ଅପହରଣ ? ଜାଫର ଏକ୍ସପ୍ରେସ ହାଇଜାକ କାହିଁକି ଐତିହାସିକ ?

ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।

ଟ୍ରେନ୍ ହାଇଜାକ୍

ପାକିସ୍ତାନର ବେଲୁଚିସ୍ତାନରେ ମଙ୍ଗଳବାର ଏକ ଟେନ ହାଇଜାକ ଘଟଣା ଘଟିଯାଇଛି । ଟନେଲ ଭିତରେ ୩୦ ଅପ ଜାଫର ଏକ୍ସପ୍ରେସ୍‌ ଟ୍ରେନକୁ ଅପହରଣ କରାଯାଇଛି । ମଙ୍ଗଳବାର ଦିନ କୋଟାରୁ ପେଶବାର ଯାଉଥିଲା ଜାଫର ଏକ୍ସପ୍ରେସ । ରାସ୍ତାରେ ବୋମା ବିସ୍ଫୋରଣ କରାଇ ରେଲୱେ ଟ୍ରାକକୁ ପ୍ରଥମ ଉଡାଇ ଦେଇଥିଲେ ବିଦ୍ରୋହୀ । ଫଳରେ ଟ୍ରେନ ସୁଡ଼ଙ୍ଗ ମଧ୍ୟରେ ଅଟକି ଯାଇଥିଲା । ଆଉ ଏହା ପରେ ବିଦ୍ରୋହୀମାନେ ଟ୍ରେନକୁ ନିଜ କବ୍ଜାକୁ ନେଇ ଯାଇଥିଲେ । ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଲିଥିଲା ରାତି ସାରା ଲଢ଼େଇ। ଶେଷରେ ୨୪ ଘଣ୍ଟାର ରେସକ୍ୟୁ ଅପରେସନ ପରେ ବାଲୋଚ ଲିବରେସନ ଆର୍ମି ବା BLA ବିଦ୍ରୋହୀଙ୍କ କବ୍ଜାରୁ ସମସ୍ତ ବନ୍ଧକଙ୍କୁ ମୁକୁଳାଇବାରେ ସଫଳ ହୋଇଥିଲା ପାକ ସେନା ।

ଆଧୁନିକ ଇତିହାସ ବିମାନ ଅପହରଣ ଘଟଣାକୁ ନେଇ ଭରପୂର ହୋଇଗଲାଣି । ୧୯୩୧ରେ ପ୍ରଥମ ଥର ପାଇଁ ପ୍ଲେନ ହାଇଜାକ ହୋଇଥିଲା । ଏହା ପରେ ପରେ ପ୍ରାୟ ୧ ହଜାରରୁ ଅଧିକ ପ୍ଲେନ ହାଇଜାକ ଘଟଣାର ସାକ୍ଷୀ ରହିଛି ଏ ଇତିହାସ । ହେଲେ ଏହି ଟ୍ରେନ ହାଇଜାକ ଚମକାଇ ଦେବା ପରି ଏକ ଘଟଣା ଥିଲା । ରେଳ ଇତିହାସ ୨୦୦ ବର୍ଷରୁ ଅଧିକ । ତଥାପି ଟ୍ରେନ ହାଇଜାକ ବହୁତ କମ ଶୁଣିବାକୁ ମିଳିଥାଏ । ତେବେ ବିମାନ ତୁଳନାରେ ଟ୍ରେନ ହାଇଜକ କମ । ହେଲେ କାହିଁକି ? ଟ୍ରେନ ହାଇଜାକ କରିବା କ’ଣ ସହଜ ନୁହେଁ ?

କେମିତି ହୋଇଥିଲା ଜାଫର ଏକ୍ସପ୍ରେସ ଅପହରଣ

ମଙ୍ଗଳବାର ବୋମା ବିସ୍ଫୋରଣ କରାଇ ରେଲୱେ ଟ୍ରାକକୁ ପ୍ରଥମ ଉଡାଇ ଦେଇଥିଲେ ବିଦ୍ରୋହୀ । ତା ପରେ ଜାଫର ଏକ୍ସପ୍ରେସକୁ ବାଟରେ ଅପହରଣ କରି ନେଇଥିଲେ । ଏକ ସୁଡ଼ଙ୍ଗ ମଧ୍ୟରେ ଟ୍ରେନ ଅଟକି ଯାଇଥିଲା । ଆଉ ଏହା ପରେ ବିଦ୍ରୋହୀମାନେ ଟ୍ରେନକୁ ନିଜ କବ୍ଜାକୁ ନେଇ ଯାଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଖୁବ ଭୟଙ୍କର ଥିଲା ଏ ଘଟଣା । ଚାରିଆଡେ ପଡିଥିଲା ମୃତଦେହ । ଆମେ ବି ଏଥରୁ ମୁକୁଳି ପାରିବୁ କି ନାହିଁ ଜାଣି ନ ଥିଲୁ । ଯେଉଁମାନେ ତାଙ୍କ ସାମ୍ନାରେ ମୁହଁ ଖୋଲୁଥିଲେ ସେମାନଙ୍କ ଉପରକୁ ଗୁଳି କରାଯାଉଥିଲା । ବଞ୍ଚିବାର କେବଳ ଗୋଟିଏ ବାଟ ଉପରେ ଭରସା କରିଥିଲୁ । ଆଉ ସେ ହେଉଛନ୍ତି ଆଲ୍ଲା । ଯାହା ବି ହେଉ, କୌଣସି ପ୍ରକାରେ ଜୀବନ ବଞ୍ଚାଇ ଦୌଡି ପଳାଇ ଆସିବାରେ ସଫଳ ହୋଇଥିଲୁ ।’ ଏହି ବ୍ୟକ୍ତିଜଣକ ପାକିସ୍ତାନ ମିଡିଆକୁ ସୂଚନା ଦେଇ କହିଛନ୍ତି, ଟ୍ରେନ ଭିତରେ ଖାଲି ଶବ ପଡିଥିଲା । ଆତଙ୍କୀ ପିଲା ବଡ କାହାକୁ ଛାଡୁ ନ ଥିଲେ ।

ପ୍ଲେନ ହାଇଜାକର ଲମ୍ବା ଇତିହାସ

ପ୍ରାୟ ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ପ୍ଲେନ ହାଇଜାକିଂ ଏକ ଗୁରୁତର ସମସ୍ୟା ଭାବେ ଦେଖା ଦେଇଛି । ପ୍ରାଥମିକ ଭାବେ ଏହା ରାଜନୈତିକ କାରଣରୁ ହେଉଥିଲା । ପରେ ମୁକ୍ତିସଂଗ୍ରାମୀ, ଆତଙ୍କବାଦୀ ଏବଂ ଅପରାଧିକ ଉଦ୍ଦେଶ୍ୟରେ ବିମାନକୁ ହାଇଜାକ କରାଗଲା । ବିମାନ ଅପହରଣ ଇତିହାସରେ ସବୁଠାରୁ ଭୟାନକ ଥିଲା ୯/୧୧ ଆତଙ୍କବାଦୀ ଆକ୍ରମଣ । ୨୦୦୧ରେ ଅଲକାଇଦା ଚାରୋଟି ବିମାନକୁ ଅପହରଣ କରି ନେଇ ନ୍ୟୁୟର୍କର ୱର୍ଲଡ ଟ୍ରେଡ ସେଣ୍ଟର ଏବଂ ପେଣ୍ଟାଗନ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାଖାପାଖି ୩ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ।

୧୯୪୮ରୁ ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଅଧିକ ପ୍ଲେନ ହାଇଜାକ ଘଟଣା ସାମ୍ନାକୁ ଆସିଛି । ୧୯୪୮ରୁ ୧୯୭୨ ମଧ୍ୟରେ କେବଳ ୧୩୦ରୁ ଅଧିକ ହାଇଜାକ ଘଟଣା ଘଟିଛି । ତେବେ ୯/୧୧ ଘଟଣା ପରେ ବିମାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତଥାପି ବିମାନ ଉପରୁ ହାଇଜାକ ବିପଦ ଟଳି ନାହିଁ ।

ଟ୍ରେନ ହାଇଜାକ: କଷ୍ଟ କିନ୍ତୁ ଅସମ୍ଭବ ନୁହେଁ

ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।

-ପ୍ଲେନ ପରି ଟ୍ରେନକୁ କବ୍ଜାକୁ ନେବା ସହଜ କଥା ନୁହେଁ । ପ୍ଲେନର କକପିଟ ଉପରେ କବ୍ଜା କରି ନେଲେ ପୂରା ଜାହାଜକୁ ନିଜ କଣ୍ଟ୍ରୋଲକୁ ନେଇ ଯାଇଥାନ୍ତି ଦୁର୍ବୃତ୍ତ। ହେଲେ ଟ୍ରେନରେ ଏପରି କରି ହେବନି ।

-ଇଞ୍ଜିନ, ବଗି, ସିଗ୍ନାଲ ସିଷ୍ଟମ ଅଲଗା ଅଲଗା ଭାବେ ଅପରେଟ କରାଯାଇଥାଏ । ଟ୍ରେନ ଡ୍ରାଇଭରଙ୍କୁ ଜବରଦସ୍ତ କରାଯାଇ ଏହାକୁ କଣ୍ଟ୍ରୋଲକୁ ନିଆଯାଇପାରେ । ହେଲେ କଣ୍ଟ୍ରୋଲ ରୁମରୁ ଟ୍ରାକର ସିଷ୍ଟମକୁ ବନ୍ଦ କରି ଦିଆଯାଇ ପାରିବ ।

-ଟ୍ରେନକୁ ରୋକାଯାଇ ପାରିବ । ରେଲୱେ ନେଟୱର୍କରେ ଜରୁରୀକାଳୀନ ବ୍ରେକ ସିଷ୍ଟମ ରହିଛି, ଯାହାକୁ ଭିଡିଲେ ସେହିଠାରେ ଟ୍ରେନ ଅଟକି ଯିବ । ରେଲୱେ କଣ୍ଟ୍ରୋଲ ରୁମ ଯେ କୌଣସି ସମୟରେ ଟ୍ରେନକୁ ରୋକି ପାରିବ ଏବଂ ଟ୍ରେନ ଅଟକିବା କ୍ଷଣି ସିକ୍ୟୁରିଟି ଟିମ ପହଞ୍ଚି ଯାଇ ପାରିବେ । ଅନ୍ୟପକ୍ଷେ ପ୍ଲେନକୁ ମାଟିରେ ଅଟକାଇବା ସମ୍ଭବ ନୁହେଁ ।

-ପ୍ଲେନରେ ଅଳ୍ପ ଜାଗା ଥାଏ । ଯାତ୍ରୀ ଏକ ପ୍ରକାର ବନ୍ଦ ହୋଇ ରହିଥାନ୍ତି । ତେଣୁ ଅପହରଣକାରୀ ସହଜରେ ପ୍ଲେନକୁ ନିଜ କବ୍ଜାକୁ ନେଇ ପାରନ୍ତି । ହେଲେ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଦୌଡି ପଳାଇବା ଏବଂ ଜୀବନ ବଞ୍ଚାଇବା ପାଇଁ ଯଥେଷ୍ଟ ସୁଯୋଗ ଥାଏ ।

-ଟ୍ରେନ ହାଇଜାକ କରିବାକୁ ଯାଇ ଯଦି କେହି ଭୁଲ ସିଗନାଲ ଦେଇ ଦିଏ ତେବେ ପୁରା ଟ୍ରେନ ଧାରଣାରୁ ବାହାରି ଯିବାର ଆଶଙ୍କା ରହିଛି । ଏହା ଫଳରେ ଯାତ୍ରୀଙ୍କ ଜୀବନ ପ୍ରତି ତ ବିପଦ ରହିଛି, ଆତଙ୍କୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।

ଗତ ୫୦ ବର୍ଷ ମଧ୍ୟରେ ଟ୍ରେନ ହାଇଜାକ ଘଟଣା

-୧୯୭୬: ୧୯୭୬ରେ ଏକ ଟ୍ରେନ ହାଇଜାକ ଘଟଣା ଘଟିଥିଲା । ସାଉଥ ମୋଲୁକ୍କନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନେଦରଲାଣ୍ଡରେ ଏକ ଟ୍ରେନ ଅପହରଣ କରି ନେଇଥିଲେ । ଟ୍ରେନ ଯାତ୍ରୀଙ୍କୁ ସେମାନେ ୨୦ ଦିନ ଧରି ବନ୍ଧକ ରଖିଥିଲେ । ନେଦରଲାଣ୍ଡ ସରକାର ଆଲୋଚନା ମାଧ୍ୟମରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସେନା ଅପରେସନ କରିବାକୁ ପଡିଥିଲା ।

-୧୯୮୬: ପୋଲାଣ୍ଡର ଜଣେ ବ୍ୟକ୍ତି AK-47 ଦେଖାଇ ଟ୍ରେନ ଉପରେ କବ୍ଜା କରି ନେଇଥିଲା । ଡ୍ରାଇଭରକୁ ଧମକ ଚମକ ଦେଇ ବର୍ଲିନ ଆଡକୁ ନେବାକୁ କହିଥିଲେ ଆତଙ୍କୀ ଗୋଷ୍ଠୀ । ହେଲେ ସିକ୍ୟୁରିଟି ଫୋର୍ସ ତାଙ୍କୁ ତୁରନ୍ତ ଗିରଫ କରି ନେଇଥିଲା ।

-୧୯୯୫: ଚେଚନ୍ୟାର ଆତଙ୍କୀ ଗୋଷ୍ଠୀ ୧୯୯୫ରେ ରୁଷର ଏକ ଟ୍ରନକୁ ହାଇଜାକ କରି ନେଇଥିଲେ । ଟ୍ରେନ ହାଇଜାକ କରି ରୁଷ ଉପରେ ଚାପ ପକାଇବା ଏହି ଆତଙ୍କୀ ଗୋଷ୍ଠୀର ଲକ୍ଷ୍ୟ ଥିଲା ।