Advertisment

ଅନିଶ୍ଚିତତାର ଅନ୍ତ : ପାକିସ୍ତାନର ନୂତନ ଆର୍ମି ଚିଫ ସୟଦ ଆସିମ ମୁନିର

ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଅଦ୍ୟତନ ହୋଇଛି
Pakistan's New Army Chief Syed Asim Munir

Syed Asim Munir

Advertisment

ପାକିସ୍ତାନର ନୂତନ ଆର୍ମି ଚିଫ୍‌ ହେବେ ସୟଦ ଆସିମ ମୁନିର(Syed Asim Munir) । ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏଥିସହ ପାକିସ୍ତାନର ସେନା ମୁଖ୍ୟ କିଏ ହେବ ତାହାର ଅନ୍ତ ଘଟିଛି । ଦୀର୍ଘଦିନ ଧରି ପାକିସ୍ତାନର ସେନାମୁଖ୍ୟଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ସେନା ମୁଖ୍ୟ କମର ବାଜୱାଙ୍କ ସ୍ଥାନ ନେଇଛନ୍ତି ସୟଦ ଆସିମ ମୁନିର । ଆଇନ୍ ଓ ସମ୍ବିଧାନ ଅନୁଯାୟୀ ଲେଫନାଣ୍ଟ ଜେନେରାଲ ଆସୀମ ମୁନିରଙ୍କୁ ସ୍ଥଳ ସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପାକିସ୍ତାନର ସରକାରଙ୍କ ମନ୍ତ୍ରୀ ମରିୟମ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

Advertisment

ମରିୟମ ଔରଙ୍ଗଜେବଙ୍କ ସୂଚନା ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜେନେରାଲ ସାହିର ଶ୍ୟାମଶାଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ କମିଟି( Joint Chiefs of Staff Committee)ର ଅଧ୍ୟକ୍ଷ ଏବଂ ଲେଫ୍ଟନାଣ୍ଟ ଜେନେରାଲ ସୟଦ୍‌ ଆସିମ ମୁନିରଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲ୍ଲି ଏହି ଦୁଇ ନିଯୁକ୍ତି ଉପରେ ଅନ୍ତିମ ମୋହର ଲଗାଇବେ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଏହି ନିଯୁକ୍ତି ଆଇନ ଏବଂ ସମ୍ବିଧାନ ଅନୁଯାୟୀ କରାଯାଇଛି । ଏନେଇ ଦେଶରେ ରାଜନୀତି ନହେଉ ବୋଲି ମଧ୍ୟ ସେ ଅପିଲ୍ କରିଛନ୍ତି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଆରିଫ ଅଲ୍ଲି ମଧ୍ୟ ଏହି ନିଯୁକ୍ତିକୁ ବିବାଦୀୟ କରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମର୍ଥନ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Advertisment

ନଭେମ୍ବର ମାସ ୨୯ ତାରିଖରେ ଅବସର ନେବେ ବାଜୱା

ପାକିସ୍ତାନର ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ କମର ଜାଭେଦ୍ ବାଜୱା ୨୦୧୬ ରେ ପାକିସ୍ତାନର ସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୯ ନଭେମ୍ବର ୨୦୧୯ରେ ଶେଷ ହୋଇଥିଲା । ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଉ ୩ ବର୍ଷ ବଢ଼ାଇ ଦିଆଯାଇଥିଲା । ୬୧ ବର୍ଷିୟ ଜେନେରାଲ୍ ବାଜୱାଙ୍କର କାର୍ଯ୍ୟକାଳ ନଭେମ୍ବର ମାସ ୨୯ ତାରିଖରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ପାକିସ୍ତାନରେ ନୂତନ ସେନା ମୁଖ୍ୟ ଘୋଷଣା କରାଯାଇଛି ।

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ