Advertisment

ପାକିସ୍ତାନରେ ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ, ୫ ସଂଗଠନର ଟାର୍ଗେଟ ଭାରତ : ରିପୋର୍ଟ

ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ

ଅଦ୍ୟତନ ହୋଇଛି
Pakistan home to 12 foreign terrorist organisations: CRS report

Pakistan home to 12 foreign terrorist organisations: CRS report

Advertisment

ୱାସିଂଟନ୍ : ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ । ସେଥିମଧ୍ୟରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ୫ ଆତଙ୍କବାଦୀ ସଂଗଠନ ଟାର୍ଗେଟରେ ରହିଛି ଭାରତ । ପାକିସ୍ତାନ, ଆତଙ୍କବାଦୀ ସଂଗଠନ ତଥା ଅଣ-ଆତଙ୍କବାଦୀ ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରାଯାଇଛି, ଯେଉଁଠାରୁ ଆତଙ୍କୀ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଉଛନ୍ତି ।

Advertisment

ଗତ ସପ୍ତାହରେ କ୍ୱାଡ୍ ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରେସର ଦ୍ୱିପାକ୍ଷିକ ଅନୁସନ୍ଧାନ ୱିଙ୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ଏଥିମଧ୍ୟରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନ, ଭାରତ ଏବଂ କାଶ୍ମୀରକୁ ଟାର୍ଗେଟ କରୁଥିବା ସଂଗଠନ, ଘରୋଇ ବ୍ୟାପାରରେ ସୀମିତ ସଂଗଠନ ଏବଂ ସିଆଓ ବିରୋଧରେ କାମ କରୁଥିବା ଆତଙ୍କବାଦୀ ସଂଗଠନ ସାମିଲ । ୧୯୮୦ ଦଶକରୁ କିଛି ଆତଙ୍କବାଦୀ ସଂଗଠନ ମଧ୍ୟ ଏଥିରେ ସାମିଲ ଥିବା CRS ରିପୋର୍ଟରେ ଦର୍ଶାଯାଇଛି ।

୧୯୮୦ ଦଶକରେ ପାକିସ୍ତାନରେ ଲଶ୍କର ଗଠନ କରାଯାଇଥିଲା

୧୯୮୦ ଦଶକରେ ପାକିସ୍ତାନରେ ଲଶ୍କର-ଏ-ତୋଇବା (LeT) ଗଠନ କରାଯାଇଥିଲା ଏବଂ ୨୦୦୧ରେ ଏହାକୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବରେ ଚିହ୍ନଟ କରାଯାଇଥିଲା । ଭାରତର ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ତଥା ଅନ୍ୟାନ୍ୟ ହାଇ-ପ୍ରୋଫାଇଲ୍ ଆକ୍ରମଣ ପାଇଁ LeT ଦାୟୀ ବୋଲି କହିଛି CRS ।

Advertisment

୨୦୦ମସିହାରେ ଜୈଶ-ଇ-ମହମ୍ମଦର ଅସ୍ତିତ୍ୱ ସୃଷ୍ଟି 

୨୦୦ମସିହାରେ ଆତଙ୍କବାଦୀ ନେତା ମାସୁଦ ଅଜହରଙ୍କ ଦ୍ୱାରା ଜୈଶ-ଇ-ମହମ୍ମଦର (ଜେଏମ) ଗଠନ କରାଯାଇଥିଲା । ୨୦୦୧ରେ ଏହାକୁ ମଧ୍ୟ FTO (ବିଦେଶୀ ଆତଙ୍କବାଦୀ ସଂଗଠନ) ଭାବରେ ମଧ୍ୟ ଚିହ୍ନିତ କରାଯାଇଥିଲା । LeT ସହିତ ୨୦୦୧ ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣ ସମେତ ଅନେକ ଆକ୍ରମଣ ପାଇଁ ମଧ୍ୟ ଜେଏମ୍ ଦାୟୀ ।

Advertisment

ହିଜବୁଲ ମୁଜାହିଦ୍ଦିନ ପାକିସ୍ତାନର ସର୍ବ ପୁରାତନ ଆତଙ୍କବାଦୀ ସଂଗଠନ

୧୯୮୯ରେ ଗଠିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ (ଏଚଏମ) ପାକିସ୍ତାନର ସର୍ବବୃହତ ଇସଲାମୀ ଦଳର ଆତଙ୍କବାଦୀ ୱିଙ୍ଗ ବୋଲି କୁହାଯାଏ । ୨୦୧୭ରେ ହିଜବୁଲ ମୁଜାହିଦ୍ଦିନକୁ FTO ତାଲିକାରେ ରଖାଯାଇଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ସର୍ବ ବୃହତ ତଥା ପୁରାତନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ । CRS ଅନୁସାରେ ପାକିସ୍ତାନରୁ କାମ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକରେ ମଧ୍ୟ ପାକିସ୍ତାନରେ ଅଲ-କାଏଦା ଅନ୍ତର୍ଭୁକ୍ତ । ଯାହା ମୁଖ୍ୟତଃ କରାଚି ଏବଂ ଆଫଗାନିସ୍ତାନରୁ କାମ କରିଥାଏ ।

Terrorist Organisations CSR Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ