Advertisment

ରାତାରାତି ବଦଳି ଗଲେ ଆଇଏସ୍ଆ‌ଇ ମୁଖ୍ୟ

ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଇଛି।

ଅଦ୍ୟତନ ହୋଇଛି
faiz hamid

faiz hamid

Advertisment

ଇସଲାମାବାଦ: ପାକିସ୍ତାନର ବଡ ଘୋଷଣା । ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

୨୦୧୯ ଜୁନ୍ ୧୬ ରେ ପାକିସ୍ତାନ୍‌ର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ହମୀଦ ନିଯୁକ୍ତି ପାଇଥିଲେ।  ପୂର୍ବରୁ ଆଇଏସଆଇରରେ କାମ କରୁଥିବା ସମୟରେ ତାଙ୍କୁ ପାକିସ୍ତାନର ଆଭ୍ୟନ୍ତରିଣ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ହମୀଦଙ୍କର ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ବାଜୱାଙ୍କ ସହ ନିବିଡ ବନ୍ଧୁତା ଥିବାର ଦେଖାଯାଇଛି। ଆଇଏସଆଇର ମୁଖ୍ୟ ଭାବେ ନିଯୁକ୍ତି ପରେ ତାଙ୍କୁ ପାକିସ୍ତାନର ବାହ୍ୟ ଓ ଆଭ୍ୟନ୍ତରିଣ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ସେ ତାଲିବାନର ଆଫଗାନିସ୍ତାନ ଆକ୍ତିଆର ପରେ ତାଲିବାନର ଚାଲିଚଳନ ଉପରେ କଡା ନଜର ମଧ୍ୟ ରଖିଥିଲେ।

Advertisment

ହମୀଦ ସେପ୍ଟେମ୍ବରରେ ଆଫଗାନିସ୍ତାନର କାବୁଲ ଗସ୍ତରେ ଯାଇ ଗଣମାଧ୍ୟମ ଜରିଆରେ ଆଫଗାନବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ‘ଖୁବ ଶୀଘ୍ର ଆଫଗାନର ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ କାହା ମଧ୍ୟରେ କୌନସି ବିବାଦ ରହିବ ନାହିଁ’। କିନ୍ତୁ ପରେ ଶୁଣିବାକୁ ମିଳିଥିଲା ଯେ ତାଲିବାନର ଆଫଗାନିସ୍ତାନ ଦଖଲରେ ହମୀଦ ତାଙ୍କୁ ସହଯୋଗ କରିଥିଲେ । କାବୁଲରେ ତାଲିବାନର ସରକାର ଗଠନ ବେଳେ ହମୀଦ ଉପସ୍ଥିତ ଥିବାର ଦେଖାଯାଇଥିଲା।

ବର୍ତ୍ତମାନ ହମୀଦଙ୍କୁ ଆଇଏସଆଇଅର ମୁଖ୍ୟ ପଦରୁ ବଦଳି କରାଯାଇ ପେଶୱାର କ୍ରପ୍ସର କମାଣ୍ତର ଭାବେ ନିଯୁକ୍ତି କରାଯାଇଛି। ପାକିସ୍ତାନରେ ହମୀଦଙ୍କ ସମେତ ଆଉ ଦୁଇ ବରିଷ୍ଠ ପଦବୀର ମଧ୍ୟ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆମୀର ଗୁଜରାନୱାଲା କ୍ରପ୍ସ କମାଣ୍ଡର ଓ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର ଆର୍ମିର କ୍ୱାର୍ଟର ମାଷ୍ଟର ଜେନେରାଲ ଭାବେ ଦାୟିତ୍ୱ ଦିଆଯାଇଛି।

Advertisment
ISI Head Faiz Hamid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ