Advertisment

ଆସନ୍ତାକାଲି ଇମ୍ରାନ୍‌ଙ୍କ ଭାଗ୍ୟ ପରୀକ୍ଷା; ଗେମ୍‌ ଚେଞ୍ଜର୍‌ ହେବେ କି ନିଜ ଦଳର ସାଂସଦ

ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍‌ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।

Imran khan getting stuck in his own trick supreme court sought evidence of foreign conspiracy agains

Imran khan getting stuck in his own trick supreme court sought evidence of foreign conspiracy agains

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଆସନ୍ତାକାଲି ଅଗ୍ନି ପରୀକ୍ଷା । ଆସନ୍ତାକାଲି ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ଭୋଟିଂ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିରେ ଇମ୍ରାନଙ୍କ ପରାଜୟ ଏକପ୍ରକାର ନିଶ୍ଚିତ ଥିବା ବେଳେ, ତା ପୂର୍ବରୁ ସେ ପଦରୁ ଇସ୍ତଫା ଦେବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

Advertisment

ତେବେ ତା ପୂର୍ବରୁ କ୍ୟାବିନେଟ୍ ମିଟିଂର ଅଧ୍ୟକ୍ଷତା କରିଛନ୍ତି ଇମ୍ରାନ୍ । ଏହାପରେ ଆଜି ସେ ସାରା ଦେଶକୁ ସମ୍ବୋଧନ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେବା ତ୍ରୁଟିପୂର୍ଣ୍ଣ ଏବଂ ପାକିସ୍ତାନ ନ୍ୟାସନାଲ ଆସେମ୍ଳି ଉପବାଚସ୍ପତି କ୍ୱାସିମ୍ ଖାନ୍ ସୁରୀଙ୍କ ନିଷ୍ପତ୍ତି ବୈଧ ନୁହେଁ ବୋଲି ଗତକାଲି ପାକିସ୍ତାନ ସୁପ୍ରିମକୋର୍ଟ କହିଥିଲେ ।

ଉପବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ଧାରା ୯୫ର ଉଲ୍ଲଙ୍ଘନ କରୁଥିବା କୋର୍ଟ ନିଜ ରାୟରେ କହିଛନ୍ତି । ଏଥିସହ ନ୍ୟାସନାଲ ଆସେମ୍ଲି ଭଙ୍ଗ ଲାଗି ରାଷ୍ଟ୍ରପତି ଆରିଫ୍ ଆଲିଭ୍‌ଙ୍କ ନିଷ୍ପତ୍ତି ମଧ୍ୟ ନ୍ୟାୟ ସଂଗତ ନୁହେଁ ବୋଲି ମଧ୍ୟ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ।

Advertisment

୩୪୪ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ବହୁମତ ଲାଗି ଦରକାର ୧୭୨ ସଦସ୍ୟଙ୍କ ସମର୍ଥନ । ମାତ୍ର ଇମ୍ରାନ୍‌ଙ୍କୁ ତେହରିକ୍-ଏ-ଇନସାଫ୍ ପାର୍ଟି ପାଖରେ ୧୫୫ ସାଂସଦ ଥିବା ବେଳେ, ତାଙ୍କୁ ସମର୍ଥନ କରୁଥିବା ୬ କ୍ଷୁଦ୍ର ଦଳ ଓ ସ୍ୱାଧୀନ ସାଂସଦ ବିରୋଧୀ କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ସେହିପରି ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍‌ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।

Advertisment
Supreme Court Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ