Advertisment

Asim Munir's Failure Cover-up: ବିଫଳ ସେନାମୁଖ୍ୟ ଅସୀମ ମୁନିର: ଇସଲାମ, ହିନ୍ଦୁ ଆଉ କାଶ୍ମରକୁ ଅସ୍ତ୍ର କରି ସମ୍ଭାଳିଛନ୍ତି ପଦବୀ

ମୁନିରଙ୍କର ଏହି ବୟାନ ପରେ ପରେ ପହଲଗାମ ଆତଙ୍କୀ ଆକ୍ରମଣ ହୋଇଥିଲା । ତେଣୁ ଏହି ଆକ୍ରମଣ ଯେ ସେନାମୁଖ୍ୟଙ୍କର ଷଡଯନ୍ତ୍ର ଏଥିରୁ ଅନୁମାନ କରିହୁଏ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଜଣେ ସେନାମୁଖ୍ୟ ଯାହା ଉପରେ ପୂରା ପାକିସ୍ତାନର ସୁରକ୍ଷା ଦାୟିତ୍ୱ ସେ କେମିତି ଧର୍ମକୁ ନେଇ ଏପରି ବୟାନ ଦେଇ ପାରିବେ ? ଜଣେ ସେନାମୁଖ୍ୟ କେମିତି କହି ପାରିବେ ହିନ୍ଦୁ-ମୁସଲିମ ଅଲଗା ?

ଅଦ୍ୟତନ ହୋଇଛି
ବିଫଳ ସେନାମୁଖ୍ୟ ଅସୀମ ମୁନିର

ବିଫଳ ସେନାମୁଖ୍ୟ ଅସୀମ ମୁନିର

Advertisment

‘‘ମୁସଲମାନମାନେ ପ୍ରତି ପାଦରେ ହିନ୍ଦୁମାନଙ୍କଠାରୁ ଅଲଗା । ଆମର ଧର୍ମ ଅଲଗା । ଆମର ରୀତି-ରିବାଜ ଅଲଗା । ଆମର ପରମ୍ପରା, ବିଚାରଧାରା ଅଲଗା  । ଆମର ମହତ୍ୱାକାଂକ୍ଷା ବି ଅଲଗା । ଏହା ହିଁ ‘ଦ୍ୱି-ରାଷ୍ଟ ସିଦ୍ଧାନ୍ତ’ର ମୂଳଦୂଆ । ସେଥିପାଇଁ ମୁସଲମାନ ଏବଂ ହିନ୍ଦୁ ଦୁଇ ଅଲଗା ଅଲଗା ରାଷ୍ଟ୍ର ।  ବହୁତ ସଂଘର୍ଷ ଏବଂ ବଳିଦାନ ପରେ ଆମକୁ ପାକିସ୍ତାନ ମିଳିଛି । ଏହାର ରକ୍ଷା କରିବା ସେନାର କର୍ତ୍ତବ୍ୟ । ଆମର ପୂର୍ବଜ ପାକିସ୍ତାନ ଗଠନ କରିବା ପାଇଁ ବହୁତ ବଳିଦାନ ଦେଇଥିଲେ । ଆମେ ଜାଣିଛୁ, ଏହାର ରକ୍ଷା କେମିତି କରିବାକୁ ହେବ ।’’’

Advertisment

ଧର୍ମକୁ ନେଇ ଏପରି ବୟାନ କୌଣସି ମୌଲବୀଙ୍କର ନୁହେଁ । ଏହା ଜଣେ ସେନାମୁଖ୍ୟଙ୍କର । ଅର୍ଥାତ ପାକିସ୍ତାନର ବର୍ତ୍ତମାନର ସେନାମୁଖ୍ୟ ଅସୀମ ମୁନିରଙ୍କର ।

ମୁନିରଙ୍କର ଏହି ବୟାନ ପରେ ପରେ ପହଲଗାମ ଆତଙ୍କୀ ଆକ୍ରମଣ ହୋଇଥିଲା । ତେଣୁ ଏହି ଆକ୍ରମଣ ଯେ ସେନାମୁଖ୍ୟଙ୍କର ଷଡଯନ୍ତ୍ର ଏଥିରୁ ଅନୁମାନ କରିହୁଏ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଜଣେ ସେନାମୁଖ୍ୟ ଯାହା ଉପରେ ପୂରା ପାକିସ୍ତାନର ସୁରକ୍ଷା ଦାୟିତ୍ୱ ସେ କେମିତି ଧର୍ମକୁ ନେଇ ଏପରି ବୟାନ ଦେଇ ପାରିବେ ? ଜଣେ ସେନାମୁଖ୍ୟ କେମିତି କହି ପାରିବେ ହିନ୍ଦୁ-ମୁସଲିମ ଅଲଗା ?  ସେଦିନ ମୁନିର ଯଦି ଆର୍ମି ବର୍ଦ୍ଦିରେ ନ ଥାନ୍ତେ ହୁଏତ କେହି ବିଶ୍ୱାସ କରି ନ ଥାନ୍ତେ ଯେ ସେ ଜଣେ ସେନାମୁଖ୍ୟ ବୋଲି ।

Advertisment

ମୁନିରଙ୍କର ଏହି ବୟାନ ଏବଂ ପହଲଗାମ ଆତଙ୍କୀ ଆକ୍ରମଣକୁ କେହି ହୁଏତ ଏକ ସଂଯୋଗ ବୋଲି କହି ପାରନ୍ତି । କିନ୍ତୁ ମୁନିରଙ୍କର ଏହି ବିଷାକ୍ତ ଏବଂ ଘୃଣ୍ୟ ବୟାନର ଗୋଟିଏ ସପ୍ତାହ ପରେ ଘଟିଥିବା ପହଲଗାମ  ଆକ୍ରମଣରେ ଆତଙ୍କୀମାନେ ହିନ୍ଦୁମାନଙ୍କୁ ଖୋଜି ଖୋଜି, ଧର୍ମ ପଚାରି ମାରିଥିଲେ । ଏକଥା ସମସ୍ତେ ଜାଣନ୍ତି, ପାକିସ୍ତାନୀ ସେନା ଏବଂ ସେଠିକାର ଗୁଇନ୍ଦା ସଂସ୍ଥା ଆତଙ୍କୀ ସଂଗଠନକୁ ପାଳିପୋଷି ରଖିଛି । ତେଣୁ ମୁନିରଙ୍କ ଭାଷଣ ପରେ ପରେ ଏପରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏକ ଷଡଯନ୍ତ୍ର ବୋଲି ସ୍ପଷ୍ଟ ବୁଝି ହେଉଛି ।

ମୁଲ୍ଲା ଜେନରାଲା ଅସୀମ ମୁନିର

ଏଠି ପ୍ରଶ୍ନ, ମୁନିରଙ୍କର ଏହା ଖାଲି ଏକ ଭାଷଣ  ଥିଲା ନା ପ୍ରକୃତରେ ତାଙ୍କ ବିଚାରଧାରା ଏମିତି ? ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ, ମୁନିର କଟ୍ଟର ଜୋହାଦୀ ବିଚାରଧାରା ମଧ୍ୟରେ ବଢି ଆସିଥିବା ଜଣେ ବ୍ୟକ୍ତି  ।  ତାଙ୍କର ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ଘୃଣା ଆଉ ଘୃଣା  । ସାଧାରଣ ଭାବେ ସେ ସାମ୍ନାକୁ ଆସନ୍ତିନି ସତ ହେଲେ ପରଦା ପଛରେ ତାଙ୍କର ଚାଲିଥାଏ ଷଡଯନ୍ତ୍ରର ତଲୱାର । ତାଙ୍କର ଏପରି ମାନସିକତା କାରଣରୁ ଲୋକେ ତାଙ୍କୁ ମୁଲ୍ଲା ଜେନରାଲ ବୋଲି କହିଥାନ୍ତି ।

Advertisment

ଯେତେବେଳେ ସେ ସାଉଦି ଆରବରେ ପାକିସ୍ତାନର ମିଲିଟାରୀ ଆଟାଚି ଭାବେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ପବିତ୍ର କୋରାନକୁ ସମ୍ପୂର୍ଣ୍ଣ ମୁଖସ୍ତ କରି ଦେଇଥିଲେ । ସେତେବେଳକୁ ମୁନିରଙ୍କ ବୟସ ଥିଲା ମାତ୍ର ୩୮ ବର୍ଷ । ସେଥିପାଇଁ ତାଙ୍କ ହାଫିଜ-ଏ-କୁରାନ ଉପାଧି ମିଳିଥିଲା ।କୁରାନ,  ଉର୍ଦ୍ଦୁ, ଆରବୀ ଏବଂ ଇଂରାଜୀ ଭାଷାରେ ଦକ୍ଷତା ଥାଇ ମଧ୍ୟ ମୁନିର ଏହାର ବ୍ୟବହାର ଠିକ ବାଟରେ କାରିପାରି ନାହାନ୍ତି । ବରଂ ନିଜ ଦକ୍ଷତାକୁ ବ୍ୟବହାର କରି ଯୁବଶକ୍ତିକୁ ଧର୍ମାନ୍ଧତା ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ।

ଭାଷଣରେ କୁରାନର ପଂକ୍ତି କହି ଧାର୍ମିକ ଲୋକଙ୍କୁ ପ୍ରଭାବିତ କରନ୍ତି

ବେଶ ଭଲ ଭାଷଣ ଦେଇ ପାରନ୍ତି ଅସିମ ମୁନିର । ପ୍ରାୟତଃ, ସେ ତାଙ୍କ ଭାଷଣରେ ଇଂରାଜୀ ଏବଂ ଉର୍ଦ୍ଦୁ ସହିତ ଆରବୀ ଭାଷାକୁ ଦକ୍ଷତାର ସହିତ ବ୍ୟବହାର କରନ୍ତି। ଅନେକ ସମୟରେ ସେ ଆରବୀ ଭାଷାରେ ଲିଖିତ କୁରାନର ପଂକ୍ତିକୁ ଉଦ୍ଧୃତ କରନ୍ତି ଏବଂ ସରକାରୀ ତଥା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଧାର୍ମିକ  ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି ।

ସେହିପରି, ଏପ୍ରିଲ ୧୫ ତାରିଖରେ ତାଙ୍କ ଭାଷଣରେ, ସେ କଲମାକୁ ପାକିସ୍ତାନର ମୂଳପିଣ୍ଡ ଭାବରେ ବର୍ଣ୍ଣନା କରି ଭାରତଠାରୁ ଆରମ୍ଭ କରି ବେଲୁଚ୍ ବିଦ୍ରୋହୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହୀନ କରିବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ, ଯେତେବେଳେ ୧୩ ଲକ୍ଷ ସଶକ୍ତ ଭାରତୀୟ ସେନା ଆମକୁ ଦମନ କରିପାରିଲେ ନାହିଁ, ତେବେ ବେଲୁଚିସ୍ତାନର ମୁଷ୍ଟିମେୟ ଆତଙ୍କବାଦୀ ପାକିସ୍ତାନର କ'ଣ କରିପାରିବେ ? ମୁନିର ଯେତେବେଳେ ଯାହା କହିଲେ ବି ତାଙ୍କର ଲକ୍ଷ୍ୟ ଥାଏ ଇସଲାମ, ହିନ୍ଦୁ, ହିନ୍ଦୁସ୍ତାନ ଏବଂ କାଶ୍ମୀର  ।  

ଆଇଏସଆଇ ମୁଖ୍ୟ ଥିବାବେଳେ ହୋଇଥିଲା ପୁଲବାମା ଆକ୍ରମଣ

ମୁନିର ଆଇଏସଆଇ ମୁଖ୍ୟ ଥିବାବେଳେ ୨୦୧୯ ଫେବୃଆରୀରେ ପୁଲବାମାରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା ।  ମୁନିର ଏହି ପଦବୀରେ ମାତ୍ର ୮ ମାସ ରହିପାରିଥିଲେ । ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଏପରିକି ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ ।

ଏହାପରେ ଇମ୍ରାନଙ୍କ ନିର୍ଦ୍ଦେଶାନୁସାରେ ତତ୍କାଳୀନ ଆର୍ମି ଚିଫ କମର ଜାବେଦ ବାଜବା ମନିରଙ୍କୁ ଏକ୍ସ- ଏକ୍ସ­-ଏକ୍ସକୁ ବଦଳି କରିଦେଲେ । ହେଲେ ମୁନିରଙ୍କ ଭାଗ୍ୟ ତେଜ ଥିଲା । ୨୦୨୨ ନଭେମ୍ବରରେ ଅବସର ନେବାର ଠିକ ତିନି ଦିନ ପୂର୍ବରୁ ତାଙ୍କୁ ପାକିସ୍ତାନର ଆର୍ମି ଚିଫ କରି ଦିଆଗଲା । ସେତେବେଳକୁ ଇମ୍ରାନ ଖାନଙ୍କୁ ପଦଚ୍ୟୁତ କରାଯାଇ ସାରିଥାଏ । ଆଉ ଏପଟେ ଇମ୍ରାନ ବିରୋଧୀ ମୁନିର ସେନାମୁଖ୍ୟ । ତେବେ  ମୁନିର ସେନାମୁଖ୍ୟ ହେବା ପରେ ପାକିସ୍ତାନୀ ସେନାକୁ ଯେତିକି ଝଟକା ଏବଂ ଆଘାତ ମିଳିଛି,  ପୂର୍ବରୁ କେବେ ସେମିତି ମିଳିନଥିଲା ।

ପାକିସ୍ତନା ସେନାରେ ମୁନିରଙ୍କ ବିରୋଧରେ ବଢୁଛି ଅସନ୍ତୋଷ

୨୦୨୪ ପାକିସ୍ତାନରେ ସାଧାରଣ ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ଅର୍ଥାତ୍ ପିଟିଆଇକୁ ନିର୍ବାଚନ ଲଢ଼ିବାକୁ ଦିଆ ଯାଇ ନ ଥିଲା ।  ପରେ ପରେ ପାକିସ୍ତାନ ସେନାର ବିଶ୍ୱସନୀୟତା ନିଜ ଦେଶରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଜି ପରିସ୍ଥିତି ଏପରି ଯେ ପାକିସ୍ତାନ ସେନାରେ ମୁନିରଙ୍କ ବିରୁଦ୍ଧରେ ସେନା ଅଧିକାରୀ ଏବଂ ସୈନିକଙ୍କ ଏକ ବଡ଼ ଗୋଷ୍ଠୀ ରହିଛି। ଏହା ବ୍ୟତୀତ, ଭିନ୍ନ ଭିନ୍ନ ମୋର୍ଚ୍ଚାରେ ପାକିସ୍ତାନୀ ସେନାକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି  ଯାହାର କାରଣ ମୁନିର ବୋଲି କୁହାଯାଉଛି ।

ବେଲୁଚିସ୍ତାନରେ ବିଏଲଏ ପାକିସ୍ତାନୀ ସେନା ଉପରେ ଲଗାତାର ଆକ୍ରମଣ କରୁଛି । ପାକିସ୍ତାନୀ ତାଲିବାନ ଏବଂ ଆଫଗାନ ସରକାରଙ୍କ ସହିତ ମଧ୍ୟ ସମ୍ପର୍କ ଭଲ ନାହିଁ ।  ଗତ ମାର୍ଚ୍ଚ ୧୧ ତାରିଖରେ, ବିଏଲଏ ଜାଫର  ଏକ୍ସପ୍ରେସକୁ ହାଇଜାକ୍ କରି ୬୪ ଜଣଙ୍କୁ ହତ୍ୟା କରିଥିଲା  ।

ବିଫଳତାରୁ ବର୍ତ୍ତିବା ପାଇଁ ହିନ୍ଦୁତ୍ୱ ଆଉ କାଶ୍ମୀର ଥୋପ

ତେଣୁ କହିବାକୁ ଗଲେ ମୁନିର ସେନାମୁଖ୍ୟ ଭାବେ ଯେପରି ବିରୋଧର ସମ୍ମୁଖୀନ ହେଉଛନ୍ତି, ଯେପରି ବିଫଳତାର ସାମ୍ନା କରୁଛନ୍ତି ଏଥିରୁ ବର୍ତ୍ତିବା ପାଇଁ ଅନ୍ୟମାନଙ୍କ ପରି ସେ ବି ହିନ୍ଦୁତ୍ୱ ଆଉ କାଶ୍ମୀର ଥୋପ ପକାଇଥିଲେ ।  ହିନ୍ଦୁ-ମୁସଲିମ ବିଭେଦ ସମ୍ପର୍କିତ  ଉତ୍ତେଜକ ଭାଷଣ ଦେଇ ତାଙ୍କ ସପକ୍ଷରେ ଏକ ଲହର ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ ।  ହେଲେ ସେ ଜାଣି ନ ଥିଲେ ବାଜି ଏମିତି ପଲଟି ଯିବ ବୋଲି । ଏହି ଉତ୍ତେଜକ ବୟାନ ଏବେ ତାଙ୍କ ବେକରେ ଫାଶୀ ପାଲଟିଛି । ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯେପିରି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସମସ୍ତେ ମୁନିରଙ୍କୁ ହିଁ ଦାୟୀ କରୁଛନ୍ତି ।   

ଏବେ ହାତରୁ ସବୁ ଖସି ଯାଇଛି । ଭାରତ-ପାକିସ୍ତାନ ଏବେ ମୁହାମୁହିଁ ସ୍ଥିତିରେ । ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ । ପାକିସ୍ତାନ ବି ଥରହର । ଯେ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିବା ଆଶଙ୍କାରେ ସୀମାନ୍ତରେ ସେନା ଠୁଳ କଲାଣି । ହେଲେ ଭିତରେ ପ୍ରମାଦ ଗଣୁଛି ପାକିସ୍ତାନ । କେମିତି ମୁକାବିଲା କରିବ । କାରଣ ଇତିହାସ କହେ, ଯେତେଥର ଭାରତ ସହ ଲଢିଛି ପାକିସ୍ତାନ ହାରିଛି । ଆଉ ଏଥର ପାକିସ୍ତାନ ସ୍ଥିତି ତ ଆହୁରି ଶୋଚନୀୟ ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାକିସ୍ତାନ ପାଖରେ ଏଥର ଅସ୍ତ୍ରଶସ୍ତ୍ର ଅଭାବ ରହିଛି । କହିବାକୁ ଗଲେ, ପାକିସ୍ତାନ ପାଖରେ କେବଳ ୪ ଦିନ ଯୁଦ୍ଧ ଲଢିବା ପାଇଁ ଗୋଳା ବାରୁଦ ରହିଛି । ଏଥିରୁ ସ୍ପଷ୍ଟ ଯେ ଯଦି ଭାରତ ପାକିସ୍ତାନ ବିରୋଧରେ  ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ କରେ, ତେବେ ପଡ଼ୋଶୀ ଦେଶ  ଆତ୍ମସମର୍ପଣ କରିବା ଥୟ  । ହେଲେ ଭାରତ ଏ ଯାଏ ଯୁଦ୍ଧ ଆରମ୍ଭ କରିନି । ଭାରତୀୟ ସେନାର ନୀରବତା ଏକ ଝଡ଼ ପୂର୍ବର ସ୍ଥିତି ବୋଲି ଭାବୁଛି ପାକିସ୍ତାନ ।

ୟୁକ୍ରେନକୁ ରତ୍ପାନୀ ହୋଇଛି ଅସ୍ତ୍ରଶସ୍ତ୍ର !

ମିଡିଆ ତଥ୍ୟ ଅନୁଯାୟୀ  ପାକିସ୍ତାନ ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଏବଂ ସମ୍ଭବତଃ ଇସ୍ରାଏଲକୁ ବିପୁଳ ପରିମାଣର ଗୋଳାବାରୁଦ ରପ୍ତାନି କରିଛି । ଫଳସ୍ୱରୂପ, ପାକିସ୍ତାନର ନିଜସ୍ୱ ପ୍ରତିରକ୍ଷା କ୍ଷମତା ଗୁରୁତର ଭାବରେ ଦୁର୍ବଳ ହୋଇଯାଇଛି ।  ୨୦୨୩ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ପାକିସ୍ତାନ ୟୁକ୍ରେନକୁ ପ୍ରାୟ ୪୨,୦୦୦  BM-21 ରକେଟ୍, ୬୦ ହଜାର ୧୫୫ mm ହାୱିଜର୍ ସେଲ୍ ଏବଂ ୧.୩ ଲକ୍ଷ ୧୨୨ mm ରକେଟ୍ ପଠାଇଥିଲା, ଯାହା ଦ୍ୱାରା ସେ  ୩୬୪  କୋଟି ଡଲାର ରୋଜଗାର କରିଥିଲା ।

୮୦% ଟଙ୍କା ରାୱଲପିଣ୍ଡିରେ ପହଞ୍ଚିଲା

କୁହାଯାଏ, ଏହି ଅର୍ଥର ୮୦% ସିଧାସଳଖ ରାୱଲପିଣ୍ଡିରେ ଥିବା ପାକିସ୍ତାନ ସେନା ମୁଖ୍ୟାଳୟକୁ ଯାଇଥିଲା । ଏହି ବର୍ଷ ପାକିସ୍ତାନର ଅସ୍ତ୍ରଶସ୍ତ୍ର ରପ୍ତାନି ଆୟ ୧.୩ କୋଟି ଡଲାରରୁ ୪୧.୫ କୋଟି ଡଲାରକୁ ବୃଦ୍ଧି ପାଇଛି ।  କିନ୍ତୁ ଏହି କିଣାବିକା ଖେଳରେ ପାକିସ୍ତାନ ଯେ ନିଜର ହାତ କାଟି ବସିଛି ଏହା ତାକୁ ଜଣା ନାହିଁ ।  ଆଜି ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ପାଖରେ ନା ଗୋଳାବାରୁଦ ଅଛି, ନା ସଂଯମତା  ।  ନା ଅଛି ବିଶ୍ୱସନୀୟ କୂଟନୀତି ।  ବର୍ତ୍ତମାନ, ଏହି ଦୁର୍ବଳ ସାମରିକ ପରିସ୍ଥିତି ମଧ୍ୟରେ, ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣର ଖବର ମଧ୍ୟ ସଙ୍କେତ ଦେଉଛି ଯେ ପାକିସ୍ତାନ 'ପରଦା ପଛରୁ ଆକ୍ରମଣ'କରିବାର ପାରମ୍ପରିକ ନୀତିକୁ ପୁଣି ଫେରିଯାଉଛି। ଯେତେବେଳେ ସିଧାସଳଖ ଯୁଦ୍ଧ କରିବାକୁ ସାହସ ନଥାଏ, ସେତେବେଳେ ପାକିସ୍ତାନ ଆତଙ୍କବାଦକୁ  ଅସ୍ତ୍ର ଭାବେ ବ୍ୟବହାର କରିଥାଏ । 

ପାକିସ୍ତାନ ସେନାର କଥା ବଡ଼, ଶକ୍ତି ଦୁର୍ବଳ

ପହଲଗାମ ଭଳି ଏକ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳ ଉପରେ ଆକ୍ରମଣ ଦେଶର ଆଭ୍ୟନ୍ତରୀଣ ଶାନ୍ତିକୁ ବିଚଳିତ କରିବାର ଏକ ହତାଶାଜନକ ପ୍ରୟାସ ବୋଲି କହିଲେ ଅତ୍ୟୁକ୍ତି ହେବନି । ପାକିସ୍ତାନ ଜାଣିଛି, ଏହାଦ୍ୱାରା ସେ କିଛି ବି ହାସଲ କରିପାରିବ ନାହିଁ । କେବଳ ନିଜର ବିଫଳତାରୁ ପାକ ଜନତାଙ୍କ ଧ୍ୟାନ ହଟାଇବା ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ।  ଯାହା ବି ହେଉ, ପାକିସ୍ତାନର ଅସ୍ତ୍ରଶସ୍ତ୍ର ସଂଖ୍ୟାକୁ ଦେଖିଲେ ଜଣାପଡେ,  ପାକ୍ ସେନାର ସ୍ଥିତି ଏବେ ଖୁବ ଦୁର୍ବଳ   ଏବଂ ଏକ ଲମ୍ବା ଯୁଦ୍ଧ ଲଢ଼ିବା ତା ପାଇଁ ସମ୍ଭବ ନୁହେଁ । ପାକିସ୍ତାନ ଏକଥା ବି ଜାଣିଛି,  ଭାରତ ନିରନ୍ତର ତାର ସାମରିକ କ୍ଷମତାକୁ ମଜବୁତ କରୁଛି । ରାଫେଲ, ସ୍ୱଦେଶୀ ତେଜସ କିମ୍ବା ଉନ୍ନତ କ୍ଷେପଣାସ୍ତ୍ର  ଭାରତର ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି ।  ପାକ ସେନା ହୃଦୟଙ୍ଗମ କରି ସାରିଛି,  ଭାରତକୁ ମୁକାବିଲା କରିବା ଏତେ ସହଜ ହେବନି ତା’ ପାଇଁ । ଅସଲ ଚେହେରା ଲୁଚାଇବା ପାଇଁ ଖାଲି ବାହାସ୍ପୋଟ ମାରୁଛି ।

Muslim Kashmir Hindu Community Of Pakistan Army Chief Pak Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ