Advertisment

ୟୁକ୍ରେନ୍‌ରେ ଫସିଛନ୍ତି ଓଡିଆ ଛାତ୍ରୀ ; ଏମିତି ଆକ୍ଟିଭ ରହିବାକୁ ଦିଆଯାଇଛି ପରାମର୍ଶ

ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ କରିବା ପରେ ଆଶଙ୍କାରେ ଅଛନ୍ତି ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକ । ଅନେକ ଓଡିଆ ବି ଫସି ରହିଛନ୍ତି । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ବର୍ଷାରାଣୀ ଦଳାଇ। ସେଠାକାର ସ୍ଥିତି କ’ଣ ରହିଛି? ସ୍ଥାନୀୟ ସରକାର ତରଫରୁ କି କି ପଦକ୍ଷେପ ନିଆଯାଇଛି ଓଟିଭିକୁ କହିଛନ୍ତି ବର୍ଷା।

ଅଦ୍ୟତନ ହୋଇଛି
Odia student Barsharani stranded in Ukraine

Odia student Barsharani stranded in Ukraine

Advertisment

ଋଷିଆ ଗୁରୁବାର ୟୁକ୍ରେନ୍‌ ଉପରେ ଆକ୍ରମଣ କରିଦେଇଛି। ଦୁଇ ଦେଶ ମଧ୍ୟରେ ସାଇବର ଆକ୍ରମଣ ଉପରେ ସମସ୍ତଙ୍କ ନଜର ରହିଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସରକାରୀ ୱେବ୍‌ସାଇଟ୍‌କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛି। ଏହା ସହିତ ଋଷ ମଧ୍ୟ ୟୁକ୍ରେନର ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି।

Advertisment

ଏହି ସମୟରେ, ୟୁକ୍ରେନରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଫସିଛନ୍ତି। ୟୁକ୍ରେନ୍‌ରେ ମଧ୍ୟ ଫସି ରହିଛନ୍ତି ଓଡିଆ ଛାତ୍ରୀ ବର୍ଷାରାଣୀ ଦଳାଇ । ତେବେ ସେ ଏବେ ଯେଉଁଠି ରହୁଛନ୍ତି ସେଠାରେ ଲୋକମାନଙ୍କୁ ନିରାପଦରେ ଘରେ ରହିବାକୁ କୁହାଯାଇଛି । । କିନ୍ତୁ ସକାଳ ୫ଟା କିମ୍ବା ୫ଟା ୩୦ ଭିତରେ ଯେତେବେଳେ ବୋମା ବିସ୍ଫୋରଣ ହେଲା ସେତେବେଳେ ଆତଙ୍କ ଖେଳିଯାଇଥିଲା। ଖାଦ୍ୟ ସାମଗ୍ରୀ ସବୁ ବନ୍ଦୋବସ୍ତ କରିବା ନେଇ ସମସ୍ତଙ୍କୁ କୁହାଯାଇଥିଲା। ଆମେ ବି ବହୁତ ସମୟ ଲାଇନରେ ଛିଡା ହୋଇ ଗ୍ରୋସରୀ ଆଣିଛୁ ।  ତେବେ ବିସ୍ଥାପନ ବ୍ୟବସ୍ଥା ଏଯାଏ କରାଯାଇନି, ଯଦି ହେବ ସେମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ୟୁକ୍ରେନ୍‌ର ଖାର୍ବିକରେ ରହୁଥିବା ବର୍ଷାରାଣୀ ୨୦୨୧ ଡିସେମ୍ବର ୬ରେ ସେଠାକୁ ଯାଇଥିବା କୁହନ୍ତି। ପୂର୍ବରୁ ସବୁ କିଛି ଠିକ୍ ଥିଲା, ପାଠପଢା ମଧ୍ୟ ଚାଲିଥିଲା। ଭୟର କୌଣସି ପରିସ୍ଥିତି ନଥିଲା। ତେବେ ଆଜି ସକାଳୁ ବୋମା ବିସ୍ଫୋରଣ ଶୁଣି ପିଲାମାନଙ୍କ ଭିତରେ ଭୟ ଖେଳିଯାଇଛି। ସେଠାରେ ଫସିଥିବା ଅନ୍ୟ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହିତ ସମସ୍ତଙ୍କ ଯୋଗାଯୋଗ ଅଛି ବୋଲି ସେ କହିଛନ୍ତି।

Advertisment

ବର୍ଷାରାଣୀ ଆହୁରି କହିଛନ୍ତି ସ୍ଥାନୀୟ ଦୂତାବାସ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଫେସ୍‌ବୁକ୍, ଟ୍ୱିଟର ଭଳି ସୋସିଆଲ୍ ମିଡିଆ ସହିତ ଜଡିତ ରହିବା ପାଇଁ। କାରଣ ପରିସ୍ଥିତିର ସବୁ ଅପ୍‌ଡେଟ୍ ଏହାରି ମାଧ୍ୟମରେ ସୂଚନା ଦିଆଯିବ ବୋଲି କୁହାଯାଇଛି।

ତେବେ ୟୁକ୍ରେନ୍‌ରେ ଫସିଥିବା ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାରକୁ ବାର୍ତ୍ତା ଦେଇ ବର୍ଷାରାଣୀ କହିଛନ୍ତି ଯେ, ସେ ରହୁଥିବା ସ୍ଥାନରେ ବର୍ତ୍ତମାନ ପରିସ୍ଥିତି ବିଗିଡି ନାହିଁ ।  କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ସ୍ଥାନୀୟ ସରକାରଙ୍କ ତରଫରୁ ଏବେ କୁଆଡେ ବାହରକୁ ନଯିବାକୁ କୁହାଯାଇଛି ଏବଂ ସେମାନେ ହଷ୍ଟେଲ ଭିତରେ ସୁରକ୍ଷିତ ଅଛନ୍ତି। ତେବେ ଯେତେବେଳେ ଭାରତ ସରକାରଙ୍କ ତରଫରୁ ବିସ୍ଥାପନ ବ୍ୟବସ୍ଥା ହେବ ସେମାନେ ଫେରିଆସିବେ। ଏନେଇ କୌଣସି ଅଭିଭାବକ ବ୍ୟସ୍ତ ବିବ୍ରତ ନହେବାକୁ ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ପୂର୍ବ ଅପେକ୍ଷା ସାଧାରଣ ଜୀବନ ଶୈଳୀ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ସ୍ଥାନୀୟ ସରକାରଙ୍କ ତରଫରୁ ସଚେତନତା ପରେ ପାଣି ସଂଗ୍ରହ, ଖାଦ୍ୟ ସାମଗ୍ରୀ କିଣିବା ସହିତ ଏଟିଏମ୍, ବ୍ୟାଙ୍କ୍ ଆଦି କ୍ଷେତ୍ରରେ ପ୍ରବଳ ଭିଡ ଲାଗିଯାଇଛି। ସ୍ଥାନୀୟ ସରକାରଙ୍କ ତରଫରୁ ଏବେ ସବୁ ଅଫ୍‌ଲାଇନ୍ କ୍ଲାସକୁ ବାତିଲ୍ କରାଯାଇଥିବା ବେଳେ ଅନ୍ ଲାଇନ୍ କ୍ଲାସ୍ ପାଇଁ ଅନୁମତି ଥିବା ସେ କହିଛନ୍ତି। ତେବେ ପରିସ୍ଥିତିକୁ ନେଇ ସ୍ଥାନୀୟବାସୀ ମଧ୍ୟ ସତର୍କ ଥିବା ସେ କହିଛନ୍ତି।

ତେବେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି। ଏହା ସହିତ, ସେଠାରେ ଫସି ରହିଥିବା ଲୋକମାନେ ମଧ୍ୟ ଦିଆଯାଇଥିବା ୱେବ୍‌ସାଇଟ୍‌ରେ ସାହାଯ୍ୟ ମାଗିପାରିବେ ବୋଲି କୁହାଯାଇଛି। ଦିଲ୍ଲୀର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଣ୍ଟ୍ରୋଲ୍‌ ରୁମ୍‌ ବର୍ତ୍ତମାନ ୨୪x୭ କାମ କରିବ। ଏଠାରୁ, ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକମାନଙ୍କୁ ସାହାଯ୍ୟ କରାଯିବ ବୋଲି କୁହାଯାଇଛି।

ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ ଭାରତ ଏବଂ ରୁଷ୍‌ ମଧ୍ୟରେ ସମ୍ପର୍କ ଭଲ ରହିଛି। ୟୁକ୍ରେନ୍‌-ରୁଷ୍‌ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇପାରେ। ଏଭଳି ପରିସ୍ଥିତିରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନ୍‌ସ୍କିଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କହିଛନ୍ତି।

International News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ