Advertisment

ପଦାର୍ଥ ବିଜ୍ଞାନ ପାଇଁ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର

ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ

ଅଦ୍ୟତନ ହୋଇଛି
Nobel Prize 2021

Nobel Prize 2021

Advertisment

ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଦ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଜଳବାୟୁ ଓ ଜଟିଳ ଭୌତିକ ପ୍ରଣାଳୀରେ ଗବେଷଣା ପାଇଁ ତିନି ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ନୂତନ ଉଦ୍ଭାବନକୁ ସମ୍ମାନ ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ ।

Advertisment

ସୁକରୋ ମାନେବେ : ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା କିପରି ବୃଦ୍ଧି ପାଇ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି କରୁଛି, ସେମ୍ପର୍କରେ ସୁକରୋ ମାନେବେ ଗବେଷଣା କରିଛନ୍ତି । ଏହି ଆବିଷ୍କାର ପାଇଁ Tsukuro Manebe କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ୧୯୩୩ରେ ଜାପାନରେ ଜନ୍ମ ହୋଇଥିଲେ ସୁକରୋ ମାନେବେ । ସେ ୟୁନିର୍ଭସିଟି ଅଫ୍‌ ଟୋକିଓରେ ୧୯୫୭ରେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

ଜିୟୋର୍ଜିୟ ପେରିସିକ :ଅବ୍ୟବସ୍ଥିତ ଜଟିଳ ସାମଗ୍ରୀରେ ଲୁକ୍କାୟିତ ଢ଼ାଞ୍ଚା ଆବିଷ୍କାର କରିଥିବାରୁ ଜିୟୋର୍ଜିୟ ପେରିସିକଙ୍କୁ ନୋବେଲ ପ୍ରଦାନ କରାଯାଇଛି । ତାଙ୍କର ଗବେଷଣା ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱବହନ କରୁଛି । ୧୯୪୮ରେ ଜିୟୋର୍ଜିୟ ପେରିସିକ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୦ରେ ସେ ରୋମରେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

Advertisment

କ୍ଲାସ୍ ହେଲସମ୍ୟାନ୍ : କ୍ଲାସ୍ ହେଲସମ୍ୟାନ୍ ଏକ ମଡେଲ୍ ସୃଷ୍ଟି କରିଛନ୍ତି, ଯାହା ପାଣିପାଗ ଏବଂ ଜଳବାୟୁକୁ ଏକତ୍ର ସଂଯୋଗ କରୁଛି । ପାଣିପାଗ ପରିବର୍ତ୍ତନଶୀଳ ହେଲେ ମଧ୍ୟ ଜଳବାୟୁ ମଡେଲଗୁଡିକ କାହିଁକି ବିଶ୍ୱାସଯୋଗ୍ୟ ହୋଇପାରେ ତାହା ବ୍ୟାଖ୍ୟା କରୁଛି । ଏଥିପାଇଁ କ୍ଲାସ୍ ହେଲସମ୍ୟାନ୍‌ଙ୍କୁ ନୋବେଲ୍ ମିଳିଛି । ଜର୍ମାନୀରେ ୧୯୩୧ରେ କ୍ଲାସ୍ ହେଲସମ୍ୟାନ୍‌ଙ୍କର ଜନ୍ମ । ୧୯୫୭ରେ ଜର୍ମାନୀରେ ହିଁ ସେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

ସେହିପରି ଗତ ବର୍ଷ ପଦାର୍ଥ ବିଜ୍ଞାନରେ ଏହି ନୋବେଲ ପୁରସ୍କାର ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ରେୟା ଘେଜ, ବ୍ରିଟେନର ରୋଜର ପେନରୋଜ ଏବଂ ଜର୍ମାନୀର ରେନାର୍ଡ ଗେନଜେଲଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଥିଲା । ବ୍ଲାକ୍ ହୋଲ୍ ଉପରେ ଗବେଷଣା ପାଇଁ ସମସ୍ତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Advertisment
Nobel Prize 2021 Nobel Prize In Physics 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ