ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା । ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଓବା

News Summary

ନେପାଳର ନୂଆ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେର୍ ବାହାଦୁର ଦେଓବା

ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତ ଧକ୍କା ଦେଇଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାର୍ଲାମେଣ୍ଟରେ ଆସ୍ଥା ଭୋଟରେ ହାରିବା ସତ୍ତ୍ୱେ ସଂଖ୍ୟାଲଘୁ ସରକାର ଚଳାଉଛନ୍ତି ଓଲି

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଉସ୍ ଅପ୍ ରିପ୍ରେଜେଣ୍ଟେଟିଭକୁ ଗତକାଲି ନେପାଳର ସୁପ୍ରିମକୋର୍ଟ ପୁଣି କାର୍ଯ୍ୟକ୍ଷମ କରିବା ସହିତ ୨୮ ଘଣ୍ଟା ଭିତରେ ଶେର ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତ ଧକ୍କା ଦେଇଛି । ପାର୍ଲାମେଣ୍ଟରେ ଆସ୍ଥା ଭୋଟରେ ହାରିବା ସତ୍ତ୍ୱେ ସଂଖ୍ୟାଲଘୁ ସରକାର ଚଳାଉଛନ୍ତି ଓଲି ।

ତାଙ୍କର ସୁପାରିଶ ଅନୁସାରେ ରାଷ୍ଟ୍ରପତି ୨୭୫ ସଭ୍ୟ ବିଶିଷ୍ଟ ପାର୍ଲାମେଣ୍ଟର ନିମ୍ନ ସଦନକୁ ଗତ ମେ ୨୨ ରେ ଭଙ୍ଗ କରିଥିଲେ ଏବଂ ନଭେମ୍ବର ୧୨ ଓ ୧୯ ରେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ୩୦ରୁ ଅଧିକ ପିଟିସନ । ଆଉ ଏହାର ଶୁଣାଣି କରି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭକୁ ପୁଣି ଥରେ କାର୍ଯକ୍ଷମ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଗଠନ ନେଇ ସହଯୋଗୀ ଦଳଗୁଡ଼ିକ ସହିତ ନେପାଳି କଂଗ୍ରେସ ଆଲୋଚନା କରୁଛି ।

ଶେର ବାହାଦୁର ଦେଓବା ନେପାଳର ଜଣେ ବରିଷ୍ଠ ବିରୋଧୀ ନେତା । ସେ ୨୦୧୭ରେ ନେପାଳର ୪୦ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ପରେ ୨୦୦୧ରୁ ୨୦୦୩ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ନେପାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଶେର ବାହାଦୁର ଦେଓବା । ବର୍ତ୍ତମାନ ସେ ନେପାଳୀ କଂଗ୍ରେସର ସଭାପତି ଦାୟିତ୍ୱରେ ଅଛନ୍ତି ।