Advertisment

ତାଲିବାନ୍ ଶାସନରେ ସୁରକ୍ଷିତ ନୁହେଁ ଲୋକଙ୍କ ଜୀବନ; ସାଙ୍ଘାତିକ ରିପୋର୍ଟ ଦେଲା ଜାତିସଂଘ

ଆଫ୍‌ଗାନ୍‌ରେ ତାଲିବାନ୍‌ ଦାଖଲ ପରେ ପ୍ରାୟ ୪୦୦ ନାଗରିକଙ୍କମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଛି । ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Nearly 400 civilians killed in Afghanistan under Taliban rule says united nations

Nearly 400 civilians killed in Afghanistan under Taliban rule says united nations

Advertisment

ଆଫ୍‌ଗାନ୍‌ରେ ତାଲିବାନ୍‌ ଦାଖଲ ପରେ ପ୍ରାୟ ୪୦୦ ନାଗରିକଙ୍କମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଛି । ଜାତିସଂଘର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

Advertisment

ତେବେ ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ତାଲିବାନ୍‌ ଦଖଲ ପରେ ଆଫ୍‌ଗାନ୍‌ରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିବାକୁ ଲାଗିଛି । ଏମିତିକି ଦେଶରେ ରହୁଥିବା ମହିଳା, ସାମ୍ୱାଦିକ ଭଳି ଅନେକ ଗୋଷ୍ଠିର ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଥିଲା । ଯାହା ଦ୍ୱାରା ସେମାନେ ଦେଶରେ ରହିବା ସ୍ଥିତିରେ ମଧ୍ୟ ନାଥିଲେ । ଫଳରେ ଅନେକ ଲୋକ ଦେଶ ଛାଡି ପଳାୟନ କରୁଥିଲେ ।

ସୂଚନା ଅନୁସାରେ, ରିପୋର୍ଟରେ ୨୦୨୧ ଅଗଷ୍ଟ ମାସରୁ ଫେବୃଆରୀର ଶେଷ ପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତି ତାଲିକା ସଂଗ୍ରହ କରାଯାଇଛି ।

Advertisment

ISIS ଆକ୍ରମଣରେ ୩୯୭ ନାଗରିକଙ୍କ ମୃତ୍ୟୁ

ଜାତିସଂଘର ଏକ ରିପୋର୍ଟ ଅନୁସାରେ, କେବଳ ଇସ୍‌ଲାମିକ୍‌ ଷ୍ଟେଟ୍ ଆକ୍ରମଣ ଦ୍ୱାରା ହିଁ ୩୯୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାସହ ଆତଙ୍କବାଦୀଙ୍କ ମିଶିଥିବା ସନ୍ଦେହରେ ପ୍ରାୟ ୫୦ ଜଣ ଲୋକଙ୍କ ହତ୍ୟା କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ମାନସିକ ନିର୍ଯାତନା , ଅନ୍ୟ କିଛି ଲୋକଙ୍କ ମୁଣ୍ଡ କାଟିବାସହ ବାକିଙ୍କୁ ଚଳନ୍ତା ଗିଡିରୁ ରାସ୍ତା କଡକୁ ଫିଙ୍ଗି ଦିଆଗଲା ଯାହା ଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଥିଲା ।

ଜାତୀୟ ଗଣମାଧ୍ୟମ ଅନୁସାରେ, ମାନବ ଅଧିକାରୀ କହିଛନ୍ତି ଯେ, ‘ଅନେକ ଆଫଗାନ୍‌ବାସୀଙ୍କ ପାଇଁ ମାନବ ଅଧିକାର ସ୍ଥିତି ବିଗିଡିଲାଣି, ଯାହା ଆମ ପାଇଁ ଚିନ୍ତାର ବିଷୟ ପାଲଟିଲାଣି ’ । ୨୦୧୪ରେ ପ୍ରଥମ ଥର ପାଇଁ ଆଇଏସ୍‌ଆଇକୁ ଆଫଗାନ୍‌ର ପୂର୍ବ ଭାଗରେ ଦେଖିବାକୁ ମିଳିଥିଲା ।

Advertisment

ଆଫ୍‌ଗାନ୍‌ ଦଖଲ ପରେ ତାଲିବାନ୍‌ର ଶକ୍ତି ଦ୍ୱିଗୁଣିତ ହେବା ସହ ଆତ୍ମଘାତି ଆକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏମିତିକି ଗତ ଅଗଷ୍ଟରେ ହୋଇଥିବା ବିମାନବନ୍ଦର ଆକ୍ରମଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ତାଲିବାନ୍‌ କବଳରୁ ରକ୍ଷା ପାଇବା ପାଇଁ ଶହ ଶହ ସାଧାରଣ ନାଗରିକମାନେ ବିମାନବନ୍ଦରକୁ ଯାଇଥିଲେ । ସେହି ସମୟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସହ ଶତାଧିକ ସାଧାରଣ ଲୋକ ନିଜ ପ୍ରାଣ ହରାଇଥିଲେ ।

Afghanistan Taliban Government Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ