Advertisment

ରହସ୍ୟମୟ ନାଗ ଗୁମ୍ଫା: ହଠାତ୍‌ ଦେଖିଲେ ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌, ପୂଜା କରନ୍ତି ଲୋକେ...

ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଏକ ବଡ଼ ସାପ ଅର୍ଥାତ୍‌ ଆନାକୋଣ୍ଡା ଭଳି ଦେଖା ଯାଉଛି। ଯେ କେହିବି ହଠାତ୍‌ ଏହାକୁ ଦେଖିବେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଯିବେ।

ଅଦ୍ୟତନ ହୋଇଛି
Mysterious Naga Cave In Thailand

Mysterious Naga Cave In Thailand

Advertisment

ଦୁନିଆରେ ଏମିତି ଅନେକ ଜିନିଷ ଅଛି ଯାହା ଏବେବି ରହସ୍ୟମୟ ହୋଇ ରହିଛି। ଧୀରେ ଧୀରେ ଏହି ରହସ୍ୟ ସାମ୍ନାକୁ ଆସିବା ପରେ ଏହା କେବଳ ଲୋକଙ୍କୁ ଚକିତ କରେ ନାହିଁ ବରଂ ହଜାର ହଜାର ବର୍ଷ ଧରି ଲୁଚି ରହିଥିବା ରହସ୍ୟ ସମ୍ପର୍କରେ ଖୁଲାସା ହୋଇଥାଏ। ଏଭଳି ଏକ ବଡ଼ ରହସ୍ୟ ଥାଇଲାଣ୍ଡର ନାଗ ଗୁମ୍ଫାରେ ଲୁଚି ରହିଛି। କୁହାଯାଏ, ଥାଇଲାଣ୍ଡ ସ୍ଥିତ ଏହି ଗୁମ୍ଫା ନିକଟରେ ଏକ ବିଶାଳକାୟ ସାପ ଭଳି ପଥର ରହିଛି। ଏହାକୁ ଦେଖିଲେ ଆପଣଙ୍କୁ ଏମିତି ଲାଗିବ ସତେ ଯେମିତି ବଡ଼ ସାପ ପଥରରେ ପରିଣତ ହୋଇଛି। ନାଗ ଗୁମ୍ପା(Naga Cave) ନାଁରେ ଏହା ବେଶ୍‌ ଜଣାଶୁଣା। ଏହି ଗୁମ୍ଫାକୁ ନେଇ ଅନେକ କାହାଣୀ ମଧ୍ୟ ଶୁଣିବାକୁ ମିଳିଥାଏ। 

Advertisment
Naga Cave Naga Cave

ନାଗ ଗୁମ୍ଫା, ଫାଙ୍ଗ ନାଗ ସାଗର ନିକଟରେ ଥିବା ଏକ ଐତିହାସିକ ଗୁମ୍ଫା। ଏହା ପାଖାପାଖି ୩୦୦୦ରୁ ୫୦୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଥାଇଲାଣ୍ଡ ପର୍ଯ୍ୟଟନ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଉପଲ୍ଲବ୍ଧ ତଥ୍ୟ ଅନୁସାରେ, ସାପ ଭଳି ଦେଖା ଯାଉଥିବା ଏହି ବିଶାଳକାୟ ପଥର ପୂର୍ବୋତ୍ତର ଥାଇଲାଣ୍ଡର ଫୁ ଲଙ୍ଗକା ଜାତୀୟ ଉଦ୍ୟାନ (Phu Langka National Park)ରେ ଏହା ରହିଛି। କୁହାଯାଏ ଯେ, ଏହି ପଥରର ନିର୍ମାଣ ପାଖାପାଖି ୧୦୦,୦୦୦ ବର୍ଷ ପୂର୍ବେ ହୋଇଥିଲା। ହେଲେ ୨୦୨୦ ମସିହାରେ ପାଣି ଟାଙ୍କି ସଫା ବେଳେ ଏହାକୁ ଠାବ କରାଯାଇଥିଲା। 

Naga Cave Naga Cave

ପୂର୍ବୋତ୍ତର ଥାଇଲାଣ୍ଡର ବୁଏଙ୍ଗ କାନ୍‌ ପ୍ରଦେଶ ସ୍ଥିତ ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଏକ ବଡ଼ ସାପ ଅର୍ଥାତ୍‌ ଆନାକୋଣ୍ଡା ଭଳି ଦେଖା ଯାଉଛି। ଯେ କେହିବି ହଠାତ୍‌ ଏହାକୁ ଦେଖିବେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ପ୍ରକୃତରେ ଏହା ଆନାକୋଣ୍ଡା ନା ଆଉ କ’ଣ ଏହା ଆପଣ ହଠାତ୍ ଜାଣିପାରିବେନି। ଏହି ପଥରକୁ ନେଇ ଭିନ୍ନ ଭିନ୍ନ କାହାଣୀ ଶୁଣିବାକୁ ମିଳିଥାଏ।

Advertisment
Naga Cave Naga Cave

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି, ଏହି ପଥର ସେମାନଙ୍କ ପାଇଁ ବର୍ଷା ଆଣିଥାଏ। ଲୋକମାନେ ଏହାକୁ ଦେବତା ଭାବେ ମାନି ପୂଜା କରିଥାନ୍ତି। ହେଲେ ଏହି କାହାଣୀକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳି ନାହିଁ। ତେଣୁ ଏହାକୁ ଏକ ଲୋକପ୍ରିୟ ଲୋକ କଥା ବୋଲି କୁହାଯାଏ। ଅନେକ ସମୟରେ ଏହି ଗୁମ୍ଫାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥାଏ। Bangkok ପୋଷ୍ଟ ରିପୋର୍ଟ ଅନୁସାରେ, ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ପଥର ଭାଙ୍ଗି ଯାଇଥିଲା। ଫଳରେ ପାଣି ଧାରରେ ପଥର କଟି ସାପ ଭଳି ଆକାରର ହୋଇଯାଇଥିଲା। 

Naga Cave Naga Cave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ