Advertisment

ଫଟୋରେ ଲାଗୁଛନ୍ତି ଦୁଇ ସାଙ୍ଗ, ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଫଟୋରୁ ଅନେକ ବାସ୍ତବତା ଜଣାଯାଏ। କିନ୍ତୁ ବେଳେବେଳେ ଏମିତି ହୁଏ ଯେ ଏହା ଫଟୋରେ ଯାହା ଦେଖାଯାଏ ତାହା ବାସ୍ତବ ହୋଇ ନ ଥାଏ। ହଁ, ଆଖି ବି ପ୍ରତାରଣା କରିପାରେ। ଟିକ୍‌ଟକ୍‌ରେ ବହୁତ ଲୋକପ୍ରିୟ ହେଉଥିବା ଏହି ଫଟୋରେ ଦେଖାଯାଉଥିବା ମହିଳାମାନଙ୍କୁ ଦେଖି ଆପଣ ନିଶ୍ଚୟ ଦୁ‍ଇ ଭଉଣୀ କିମ୍ବା ଦୁଇ ସାଙ୍ଗ ବୋଲି ଭାବିବେ। କିନ୍ତୁ ପ୍ରକୃତରେ ତାହା ନୁହେଁ। ସେମାନଙ୍କ ସମ୍ପର୍କ ଏହାଠାରୁ ଆହୁରି ନିକଟତର।

ଫଟୋରେ ଲାଗୁଛନ୍ତି ଦୁଇ ସାଙ୍ଗ, ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

Young Mother

Advertisment

ୱାଶିଂଟନ : ଫଟୋରୁ ଅନେକ ବାସ୍ତବତା ଜଣାଯାଏ। କିନ୍ତୁ ବେଳେବେଳେ ଏମିତି ହୁଏ ଯେ ଏହା ଫଟୋରେ ଯାହା ଦେଖାଯାଏ ତାହା ବାସ୍ତବ ହୋଇ ନ ଥାଏ। ହଁ, ଆଖି ବି ପ୍ରତାରଣା କରିପାରେ। ଟିକ୍‌ଟକ୍‌ରେ ବହୁତ ଲୋକପ୍ରିୟ ହେଉଥିବା ଏହି ଫଟୋରେ ଦେଖାଯାଉଥିବା ମହିଳାମାନଙ୍କୁ ଦେଖି ଆପଣ ନିଶ୍ଚୟ ଦୁ‍ଇ ଭଉଣୀ କିମ୍ବା ଦୁଇ ସାଙ୍ଗ ବୋଲି ଭାବିବେ। କିନ୍ତୁ ପ୍ରକୃତରେ ତାହା ନୁହେଁ। ସେମାନଙ୍କ ସମ୍ପର୍କ ଏହାଠାରୁ ଆହୁରି ନିକଟତର।

Advertisment

ଯେତେବେଳେ ଟିକ୍‌ଟକର୍‌ ସିନ୍ଥିଆସ୍ଲାମ ଏହି ଫଟୋ ଏବଂ କିଛି ଭିଡିଓ ସୋସିଆଲ ମିଡିଆରେ ତାଙ୍କ ଫଲୋର୍ସଙ୍କ ପାଇଁ ଛାଡିଥିଲେ, ସେମାନେ ଫଟାଫଟ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସେମାନକୁ ଦୁଇ ବନ୍ଧୁ ବୋଲି କହିଥିଲେ। ଏପରିକି କିଛି ଲୋକ ସେମାନଙ୍କୁ ଦୁଇ ଭଉଣୀର ଯୋଡି ବୋଲି କହିଥିଲେ। ତା’ପରେ ଯେତେବେଳେ ଫଟୋ ପଛରେ ଥିବା ସତ୍ୟ ସାମ୍ନାକୁ ଆସିଲା, ସେମାନେ ଆଖି ମକଚିବାକୁ ବାଧ୍ୟ ହେଲେ। ପ୍ରକୃତରେ ଏହି ଦୁଇ ମହିଳା ସାଙ୍ଗ ନୁହନ୍ତି କି ଭଉଣୀ ନୁହଁନ୍ତି ବରଂ ମା-ଝିଅ।

Advertisment

ଆମେରିକାର ନାଶଭିଲରେ ରହୁଥିବା ଏହି ମା-ଝିଅଙ୍କ ଯୋଡିକୁ ଦେଖିଲେ, ସେମାନଙ୍କ ବୟସରେ ଏପରି ପାର୍ଥକ୍ୟ ଆସିବ ବୋଲି କେହି ବି କହିପାରିବେ ନାହିଁ। କିନ୍ତୁ ଏହା ସତ ଯେ ସିନ୍ଥିଆ ତାଙ୍କ ନାବାଳିକା ଝିଅ ସହିତ ଏହି ଫଟୋ ଉଠେଇଛନ୍ତି। ସେ ଏହି ଫଟୋ ସହିତ ନିଜର ଓ ତାଙ୍କ ଝିଅର ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି। ଉଭୟ ଫଟୋରେ ସିନ୍ଥିଆ ଏବଂ ତାଙ୍କ ଝିଅ ସମାନ ପୋଜ୍‌ରେ ନଜର ଆସିଛନ୍ତି। ପୁରୁଣା ଫଟୋଟି ବହୁ ବର୍ଷ ପୂର୍ବର ହୋଇଥିବା ବେଳେ ନୂଆ ଫଟୋଟି ବର୍ତ୍ତମାନ ଉଠାଯାଇଛିଟ୍। ସିନ୍ଥିଆଙ୍କ ଝିଅର ଗଢଣ ମଧ୍ୟ ତାଙ୍କ ମା ଠାରୁ ବହୁତ ଅଲଗା। ତେଣୁ ସେମାନଙ୍କୁ ଦେଖି ମା-ଝିଅ ବୋଲି ବିଶ୍ୱାସ କରିବା କଷ୍ଟକର।

ଫଟୋରେ ଲାଗୁଛନ୍ତି ଦୁଇ ସାଙ୍ଗ

ପ୍ରକାଶଥାଉ କି ସିନ୍ଥିଆ ଜଣେ କ୍ରିଟିକାଲ୍ କେୟର ନର୍ସ ଭାବରେ କାର୍ଯ୍ୟ କରନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚଳଚଞ୍ଚଳ ଥାଆନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାରରୁ ଅଧିକ ଲୋକ ତାଙ୍କର ଏହି ଫଟୋ ଓ ଭିଡିଓ ଦେଖିଥିବାବେଳେ ହଜାର ହଜାର ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ଫଟୋ ପଛରେ ସତ ତାଙ୍କୁ ଆଦୌ ଜଣା ନ ଥିଲା। ଅନ୍ୟ ଜଣେ କୁହନ୍ତି ଯେ ସେ ଭାବିଥିଲେ ଯେ ଏହି ଦୁଇଜଣ ପରସ୍ପରକୁ ଡେଟ୍ କରୁଛନ୍ତି। ଅନ୍ତତଃପକ୍ଷେ ମା-ଝିଅ କେବେ ବି ହୋଇ ନ ଥିବେ। ଅଧିକାଂଶ ଲୋକ ସିନ୍ଥିଆଙ୍କ ଯୁବ ଚେହେରା ଉପରେ ପ୍ରେମ ପ୍ରଦର୍ଶନ କରି କହିଛନ୍ତି ଯେ ସେ ବହୁତ ଛୋଟ ଦେଖାଯାଉଛନ୍ତି ଏବଂ କେବେ ବି ଏତେ ବଡ ଝିଅର ମା’ ପରି ମନେ ହେଉ ନାହାନ୍ତି।

Advertisment
Young Mothers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ