Advertisment

ଏଠି ଶସ୍ତାରେ ମିଳନ୍ତି ପ୍ରେମିକା; ଜଣେ ପିଛା ୩

କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ ବି ମନରେ ଆଉ ଜଣେ ଆସି ଘର କରିଯାଉଛି। ଏଠି ସୃଷ୍ଟି ହେଉଛି ପ୍ରେମରେ ଫାଟ। କିନ୍ତୁ ଏ ଦୁନିଆରେ ଏମିତି ବି ଜାଗା ଅଛି, ଯେଉଁଠି ଜଣେ ପୁରୁଷ ୩ଟି ଲେଖାଏଁ ପ୍ରେମିକା ଧରି ବୁଲୁଛି।

ଅଦ୍ୟତନ ହୋଇଛି
Men have 3 girlfriends, women unable to find boyfriends

Men have 3 girlfriends, women unable to find boyfriends

Advertisment

ପ୍ରେମିକ-ପ୍ରେମିକା ତିଆରି କରିବାର ଧାରା ଦୁନିଆରେ ନୂଆ ନୁହେଁ। ପ୍ରେମ ହେଉଛି ଆମ ସମାଜର ବାସ୍ତବତା ଏବଂ ଲୋକମାନେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ବୁଣି ଆସୁଛନ୍ତି। ଯଦି ଦେଖାଯାଏ, ବର୍ତ୍ତମାନ ପ୍ରେମିକ-ପ୍ରେମିକା ପ୍ରେମ କରିବା କମ ହୋଇଯାଇଛି ଏବଂ ସଂପର୍କରେ ଥାଇ ଆଉ ଜଣକୁ ଆଶା କରିବା ମନଭାବ ବୃଦ୍ଧି ପାଇଛି।

Advertisment

ଆଜିର ସମୟରେ ଲୋକମାନଙ୍କର ପ୍ରାଥମିକତା ଏବଂ ମହତ୍ୱାକାଂକ୍ଷା ଭିନ୍ନ ହୋଇଯାଇଛି। ତେଣୁ ଏକ ଭଲ ସମ୍ପର୍କ ପାଇଁ ଆଦର୍ଶ ବ୍ୟକ୍ତି ଖୋଜିବା ନିହାତି କଷ୍ଟକର। ଏନେଇ ଅନେକ ଲୋକ ଅବିବାହିତ ରହିବାକୁ ଶ୍ରେୟ ମନେ କରୁଛନ୍ତି। କିନ୍ତୁ ଚାଇନାରେ ଏପରି ଏକ ସହର ଅଛି ଯେଉଁଠାରେ କୌଣସି ବ୍ୟକ୍ତି ଅବିବାହିତ ରୁହନ୍ତି ନାହିଁ। ଏଠାରେ ପୁରୁଷମାନଙ୍କର ଗୋଟିଏ ନୁହେଁ, ତିନି ତିନୋଟି ପ୍ରେମିକା ଥାଏ।

Advertisment

ଆମେ ଚାଇନାର ଡୋଙ୍ଗଗୁଆନ୍ ସହର ବିଷୟରେ କହୁଛୁ। ଗୁଆଙ୍ଗଡୋଙ୍ଗ ପ୍ରଦେଶର ଏହି ସହରରେ ରହୁଥିବା ପ୍ରାୟ ସମସ୍ତଙ୍କର ଏକରୁ ଅଧିକ ପ୍ରେମିକା ଅଛନ୍ତି। ଅନେକ ଲୋକଙ୍କର ତିନୋଟି ପ୍ରେମିକା ମଧ୍ୟ ଅଛନ୍ତି। ଇଣ୍ଡିପେଣ୍ଡେଣ୍ଟ୍ ୱେବ୍‌ସାଇଟ୍ ଅନୁଯାୟୀ, ଏଠାରେ କେବଳ ଗୋଟିଏ ଗର୍ଲଫ୍ରେଣ୍ଡ ଥିବା ଲୋକ ଲଜ୍ଜିତ ଅନୁଭବ କରନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଏଠାରେ ପୁରୁଷଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ।

Men have 3 girlfriends, women unable to find boyfriendsଏଠି ଶସ୍ତାରେ ମିଳନ୍ତି ପ୍ରେମିକା; ଜଣେ ପିଛା ୩

ଡେଲି ମେଲ୍ ୱେବ୍‌ସାଇଟର ୨୦୧୫ର ରିପୋର୍ଟ ଅନୁଯାୟୀ, ସହରରେ ପ୍ରତି ୧୦୦ ମହିଳାରେ ୮୯ ପୁରୁଷ ଅଛନ୍ତି। ଜନସଂଖ୍ୟାରେ ଏଭଳି ଅସମାନତା ଯୋଗୁଁ ପୁରୁଷମାନେ ସହଜରେ ପ୍ରେମିକା ପାଇଯାଆନ୍ତି କିନ୍ତୁ ପ୍ରେମିକ ଖୋଜିବାରେ ମହିଳାଙ୍କ ପାଇଁ ସମସ୍ୟା ହୋଇଥାଏ। ଏହି ସହର ଅନେକ ଲୋକ କୁହନ୍ତି ଯେ ଏଠାରେ ଚାକିରି ପାଇବା ବହୁ କଷ୍ଟ କିନ୍ତୁ ପ୍ରେମିକା ପାଇବା ବହୁତ ସହଜ। ଏକ କାରଖାନାରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଲି ବିନ୍ କହିଛନ୍ତି ଯେ ତାଙ୍କର ୩ ଜଣ ପ୍ରେମିକା ଅଛନ୍ତି ଏବଂ ଏହି ତିନିଜଣ ପରସ୍ପର ବିଷୟରେ ସବୁକିଛି ଜାଣିଛନ୍ତି। ଲି ବ୍ୟତୀତ ଅନ୍ୟ ଲୋକଙ୍କ ପାଖରେ ଏକରୁ ଅଧିକ ପ୍ରେମିକା ଅଛନ୍ତି।

Advertisment

ପ୍ରକାଶଥାଉ ଯେ ଏହି ସହର ଉତ୍ପାଦନକାରୀ କମ୍ପାନୀ ଭାବେ ବେଶ ଜଣାଶୁଣା। ଝିଅ ବିଭିନ୍ନ କାରଖାନାରେ କାମ କରନ୍ତି। ଲୋକମାନେ କୁହନ୍ତି ଯେ ସେମାନେ ସହଜରେ ଅନ୍ୟ ଜଣଙ୍କ ସହିତ ମିଶନ୍ତି କାରଣ ସେମାନେ ନିଜେ ହିଁ ପ୍ରେମିକ ଖୋଜନ୍ତି। ଏପରିକି ଏଠାକାର ମହିଳାମାନେ ପ୍ରେମିକ କରିବା ପାଇଁ ପୁରୁଷଙ୍କ ପଛରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାଆନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ