Advertisment

ମରିଗଲା ମା’, ମୃତଦେହକୁ ୧୩ ବର୍ଷ ସୋଫାରେ ବସାଇ ପାଗଳଙ୍କ ପରି କଥା ହେଉଥିଲା ପୁଅ

ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।

ଅଦ୍ୟତନ ହୋଇଛି
Man Kept Mother's Mummified Body On His Couch

death

Advertisment

ମା’ । ତା ପଣତ ବିନା ଦୁନିଆ ଲାଗେ ଖାଁ ଖାଁ। ଦେବତା ତୂଲ୍ୟ ତା’ ହୃଦୟ, ସରଗ ଠାରୁ ବି ସୁନ୍ଦର । ଟଙ୍କା, ପଇସା ସବୁ ମିଳିବ, ହେଲେ ତା’ର ସ୍ନେହ ମମତା ସତରେ ଅମୂଲ୍ୟ। ସତରେ ଏତେ ବଡ଼ ଦୁନିଆରେ ମା’ର କୌଣସି ବିକଳ୍ପ ନାହିଁ। ହେଲେ ଯେତେବେଳେ ସେହି ମମତାମୟୀ ମା’ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଏ, ଭାରି କଷ୍ଟ ହୁଏ।

Advertisment

ବର୍ଷ ବର୍ଷ ଧରି ଲୋକେ ସେହି କଷ୍ଟରୁ ବାହାରି ପାରନ୍ତି ନାହିଁ। କିଛି ଲୋକ ତ ପାଗଳ ପରି ମଧ୍ୟ ବ୍ୟବହାର କରନ୍ତି। ତେବେ ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ମୃତ୍ୟୁ ପରେ ଜଣେ ବ୍ୟକ୍ତି କବରରୁ ମା’ର ମୃତଦେହ ବାହାର କରି ୧୩ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲା। ଆଉ ଏତେ ବର୍ଷ ପରେ ଏବେ ଲୋକଲୋଚନକୁ ଏକଥା ଆସିଛି।

ସାଙ୍ଗରେ ଟିଭି ଦେଖୁଥିଲା, ଖୁଆଇବାକୁ ବି ଚେଷ୍ଟା କରୁଥିଲା . .

ବ୍ରିଟିଶ ଖବରକାଗଜ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ପୋଲାଣ୍ଡରେ ଏପରି ଏକ ଘଟଣା ଘଟିଛି । ରେଡଲିନ୍ ନିବାସୀ ଏଲ୍ ମାରିଅନ ୧୩ ବର୍ଷ ପୂର୍ବେ ମା’କୁ ହରାଇଥିଲେ । ମା’ର ମୃତ୍ୟୁ ପରେ ସେ ଭୀଷଣ ଭାବେ ଭାଙ୍ଗି ପଡ଼ିଥିଲେ । ସବୁବେଳେ ମା’କୁ ମନେ ପକାଉଥିଲେ । ଶେଷରେ ମା’ର ମୃତଦେହକୁ କବରରୁ ବାହାର କରିବା ପରେ ଏକ ମମିରେ ପରିଣତ କରିଥିଲେ । ଆଉ ମୃତଦେହକୁ ସୋଫା ଉପରେ ବସାଇ ଦେଇଥିଲେ ।

Advertisment

ମୃତ୍ୟୁ ପୂର୍ବରୁ ସେ ତାଙ୍କ ସହ ବସି ପ୍ରତିଦିନ ଟିଭି ଦେଖୁଥିଲେ । ମା’ର ମୃତ ଶରୀରକୁ ମମିରେ ପରିଣତ କରିବା ପରେ ସେ ୧୩ ବର୍ଷ ପର୍ଯ୍ୟନ୍ତ ସମାନ ରୁଟିନ୍ ଅନୁସରଣ କରି ଚାଲିଥିଲେ । ସେ ମା’ ସହିତ ଟିଭି ଦେଖିବା ସହ ପ୍ରତିଦିନ ମୃତ ଶରୀରରକୁ ଖାଇବାକୁ ଦେବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ ।

ଏଥିପାଇଁ ୭୬ ବର୍ଷିୟ ମାରିୟନ୍‌ କାହାକୁ ନିଜ ଘରକୁ ପଶିବାକୁ ଦେଉନଥିଲେ । ଦିନେ ତାଙ୍କ ଭିଣୋଇ ତାଙ୍କୁ ଭେଟିବାକୁ ଆସିଥିଲେ । ହେଲେ ସେ ତାଙ୍କୁ ଘର ବାହାରେ ଅଟକାଇ ଦେଇଥିଲେ । ବାହାରକୁ ଆସି ଭିଣୋଇ ସହ କଥା ହେବାକୁ ଲାଗିଲେ । ଏଥିପାଇଁ ତାଙ୍କ ମନକୁ ସନ୍ଦେହ ଆସିଥିଲା । ଶେଷରେ ଫେବୃଆରୀ ୨୨ରେ ମାରିୟନ୍‌ ଘରେ ନଥିବା ବେଳେ ସେ ଘରକୁ ପଶିଥିଲେ ।

Advertisment

ହେଲେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ପ୍ରାୟ ୧୩ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ତାଙ୍କ ଶାଶୁ ସୋଫାରେ ବସିଥିଲେ । ଏହାଦେଖି ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଆଉ ତା’ପରେ ସବୁ କଥା ଜଣାପଡ଼ିଥିଲା ।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ