Advertisment

ଚାଇନା ଫୋନ୍‌ କରୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି? ଜାଣନ୍ତୁ କଣ ରହିଛି ପୂରା ଘଟଣା....

ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ...କାରଣ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରି କରି ନେଉଛି ଚାଇନା। ସମସ୍ତ ଚୀନ୍‌ ନିର୍ମିତ ଫୋନ୍‌ମାନଙ୍କରେ ସେନସର୍‌ସିପ୍‌ ଥିବା କଥା ଏକ ଯାଂଚ୍‌ରେ ଜଣା ପଡିଥିବା କଥା କୁହାଯାଇଛି । ଯାହାଦ୍ୱାରା ଆପଣ ଆପଣଙ୍କ ମୋବାଇଲରେ ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହା ଚୋରି ହେଉଥିବା ନେଇ ଖବର ଜଣାପଡ଼ିଛି

China Mobile

China Mobile

Advertisment

ନୂଆଦିଲ୍ଲୀ: ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ...କାରଣ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରି କରି ନେଉଛି ଚାଇନା। ସମସ୍ତ ଚୀନ୍‌ ନିର୍ମିତ ଫୋନ୍‌ମାନଙ୍କରେ ସେନସର୍‌ସିପ୍‌ ଥିବା କଥା ଏକ ଯାଂଚ୍‌ରେ ଜଣା ପଡିଥିବା କଥା କୁହାଯାଇଛି । ଯାହାଦ୍ୱାରା ଆପଣ ଆପଣଙ୍କ ମୋବାଇଲରେ ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହା ଚୋରି ହେଉଥିବା ନେଇ ଖବର ଜଣାପଡ଼ିଛି। ଆଉ ଏହି ଖବର ଜଣାପଡ଼ିବା ପରେ ଯେଉଁମାନେ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ଚିନ୍ତା ବଢିଯାଇଛି। ତେବେ ଲିଥୁନିୟା ନିଜର ନାଗରିକଙ୍କୁ ଏନେଇ ଆଲର୍ଟ କରିବା ସହ ଯେଉଁମାନେ ଚାଇନା ସାମଗ୍ରୀ ବିଶେଷ କରି ଚାଇନା ମୋବାଇଲ ରଖିଛନ୍ତି ସେମାନେ କାଳ ବିଳମ୍ବ ନକରି ଯଥାଶୀଘ୍ର ତାହାକୁ ଫୋପାଡ଼ି ଦେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ଲିଥୁନିୟାର ସାଇବର ସୁରକ୍ଷା ବିଭାଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଚୀନ୍‌ ନିର୍ମିତ ଫୋନ୍‌ରେ ଯେ କୌଣସି ଫଟୋ ଭିଡିଓ କିମ୍ବା ବ୍ୟକ୍ତିଗତ ତଥ୍ୟ ରଖିଲେ ତାହା ସୁରକ୍ଷିତ ନୁହେଁ ବୋଲି ଲିଥୁନିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୀନ୍‌ରେ ଥିବା ସର୍ଭରରେ ଏହାକୁ ଷ୍ଟୋର୍‌ କରାଯାଉଥିବା ସୂଚନା ମିଳିବା ପରେ ନିଜର ନାଗରିକଙ୍କ ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ଏତିକି ନୁହେଁ ବରଂ ଚାଇନା ସାମଗ୍ରୀରେ କୌଣସି ତଥ୍ୟ ସୁରକ୍ଷିତ ନୁହେଁ ବୋଲି ସାଇବର ସୁରକ୍ଷା ସେଲ୍‌ ପକ୍ଷରୁ କୁହାଯାଇଛି ।

ଫ୍ରି ତିବ୍ଦତ, ଲଙ୍ଗ ଲିଭ୍‌ ତାଇଓ୍ୱେନ୍‌ ଇଣ୍ଡିପେଣ୍ଡେସ୍‌ ଏବଂ ଡେମୋକ୍ରେଟିକ୍‌ ମୁଭମେଣ୍ଟ ପରି ଲେଖାରେ ସେନସର୍‌ସିପ୍‌ କରାଯାଉଛି ବୋଲି ସୂଚନା ରହିଛି। ଏହା ପୂର୍ବରୁ Mi 10T 5G ର ସଫ୍ଟଓ୍ୱାର୍‌ରୁ ୟୁରୋପିୟ ୟୁନିୟନ୍‌ରେ ନିଷେଧ କରାଯାଇଥିଲା। ଚୀନ୍‌ ନିର୍ମିତ ସମସ୍ତ ଫୋନ୍‌ଠାରୁ ଯେତେ ଶୀଘ୍ର ହୋଇପାରିବ ନିସ୍ତାର ପାଇବା ପାଇଁ ଏହି ଦେଶର ସରକାର ଘୋଷଣା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଚୀନ ସାମଗ୍ରୀକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଥିଲା। ହେଲେ ଚୀନ ମୋବାଇଲକୁ ନେଇ ଭାରତ ସରକାର କୌଣସି ନିର୍ଦ୍ଦେଶ ନାମା ଜାରି କରିନ ଥିବା ବେଳେ ଆଗାମୀ ଦିନରେ ଏନେଇ କୌଣସି ତଥ୍ୟ କିମ୍ବା ପ୍ରମାଣ ମିଳିଲେ ତାହା ଉପରେ ବିଚାର କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
China Mobile Phone Spyware Fears
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ