Leave Pakistan move to india nawaz sharifs daughter tells imran khan after he praises neighbor
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଇମ୍ରାନ୍ ଖାନ୍ଙ୍କୁ କଟାକ୍ଷ କରିଛନ୍ତି । ଦେଶବାସୀଙ୍କୁ ସମ୍ୱୋଧନ କରିଥିବାବେଳେ ଇମ୍ରାନ ଖାନ ଭାରତକୁ 'ଖୁଦ୍ଦାର କ୍ୱାମ' କହିଛନ୍ତି । ଏହାକୁ ନୱାଜ ସରିଫଙ୍କ ଝିଅ ମର୍ୟମ୍ ତୀବ୍ର ନିନ୍ଦା କରିବା ନିଜ ମନ୍ତବ୍ୟ ଦେଇଛନ୍ତି ।
ପାକିସ୍ତାନର ରାଜନୈତିକ ଦଳ ‘ପାକିସ୍ତାନ ମୁସଲିମ୍ ଲିଗ୍’ର ଉପସଭାପତି ତଥା ନୱାଜ ସରିଫଙ୍କ ଝିଅ ମର୍ୟମ୍ ଇମ୍ରାନ୍ ଖାନ୍ଙ୍କୁ କଟାକ୍ଷ କରି କହିଛନ୍ତି ଯେ, ‘ଯଦି ଇମ୍ରାନ ଖାନ୍ ଭାରତକୁ ଏତେ ପସନ୍ଦ କରୁଛନ୍ତି ତେବେ ସେ ଏହି ଦେଶ ଛାଡ଼ି ଭାରତକୁ ପଳାନ୍ତୁ’ ।
ଏହାସହ ଇମ୍ରାନ୍ଖାନଙ୍କ ମୁହଁରେ ପଡ଼ୋଶୀ ଦେଶର ପ୍ରଶଂସା ଶୁଣି ସେ କହିଛନ୍ତି ଯେ, ‘ନିଜ ଶକ୍ତି ତଥା ସତ୍ତା ଚାଲିଯିବା ପରେ ପାଗଳ ହୋଇଥିବା ବ୍ୟକ୍ତିଙ୍କୁ ଜଣାଇବା ଉଚିତ ଯେ ସେ ନିଜ ଦଳ ଦ୍ୱାରା ବିତାଡିତ ହୋଇଛନ୍ତି । ଯଦି ତାଙ୍କୁ ଭାରତ ଏତେ ପସନ୍ଦ, ତେବେ ସେ ତେବେ ସେ ପାକିସ୍ଥାନ ଛାଡି ସେଠାକୁ ଯାଆନ୍ତୁ। ପ୍ରଥମ ଥର ପାଇଁ କେହି ଜଣେ କ୍ଷମତା ପାଇଁ କାନ୍ଦୁଥିବା ଦେଖୁଛି ’
ସୂଚନା ଅନୁସାରେ, ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧନ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ‘ଭାରତର ବିଦେଶ ନୀତି ସ୍ୱତନ୍ତ୍ର ଏବଂ ଏହି କେହି ଆଖି ଦେଖାଇ ପାରିବେ ନାହିଁ । ଭାରତ ଏକ 'ଖୁଦ୍ଦାର କ୍ୱାମ' । କାରଣ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି କି କୌଣସି ବିଦେଶୀ ରାଷ୍ଟ୍ର ଭାରତକୁ ପ୍ରଶ୍ନ କରିପାରିବେ ନାହିଁ ’।
ଏହାସହ ଇମ୍ରାନ୍ କହିଛନ୍ତି ଯେ, ‘ଭାରତ ଓ ପାକିସ୍ତାନ୍ ଏକା ସହ ସ୍ୱାଧୀନତା ହାସଲ କରିଛନ୍ତି । ହେଲେ ଇସଲାମାବାଦ ଟିସୁ ପେପର ଭାବରେ ବ୍ୟବହୃତ ହୋଇଛି ଏବଂ ବିଦେଶୀ ବାହିନୀ ଦ୍ୱାରା ଫିଙ୍ଗି ଦିଆଯାଇଛି ’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649482034.jpg)