ଯୁଦ୍ଧମୁହାଁ ୟୁକ୍ରେନ୍‌ ଓ ଋଷ୍‌ ! ତିନୋଟି ପ୍ରମୁଖ କାରଣ ଉପରେ ନଜର ପକାନ୍ତୁ . . .

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ ।

ଯୁଦ୍ଧମୁହାଁ ୟୁକ୍ରେନ୍‌ ଓ ଋଷ୍‌

ୟୁକ୍ରେନ୍‌ ଓ ଋଷ୍‌ ମଧ୍ୟରେ କୁହୁଳୁଥିବା ବିବାଦ ଯୁଦ୍ଧର ରୂପ ଧାରଣ କରିପାରେ । କ୍ଷୁଦ୍ର ଦେଶ ୟୁକ୍ରେନ୍‌ ଏବେ ରଣକ୍ଷେତ୍ର ପାଲଟିବାରେ ଲାଗିଛି । ସୀମାରେ ବହୁ ସଂଖ୍ୟାରେ ସେନା ଠୁଳ କରିବାରେ ଲାଗିଛି ଋଷ । ଦୀର୍ଘ ଦିନ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଛି । ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ଘନେଇ ଆସୁଛି । ଯୁଦ୍ଧ ବିପଦ ମଧ୍ୟରେ ଋଷ ଏକା ହୋଇଯାଇଥିବା ବେଳେ ୟୁକ୍ରେନ ସହିତ ଅଛନ୍‌ ୟୁରୋପର ଅନେକ ଦେଶ ଏବଂ ଆମେରିକା । ସାମ୍ପ୍ରତିକ ଘଟଣା ଗୁଡ଼ିକ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ମଜବୁତ କରୁଛି ।

ତାଜା ଘଟଣାକ୍ରମ ଅନୁସାରେ ୟୁକ୍ରେନରେ ଥିବା ନିଜ ଦୂତାବାସ କର୍ମଚାରୀଙ୍କ ପରିବାରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ତେବେ ଚୀନ୍‌ ନିଜକୁ ଏହି ବିବାଦରୁ ଦୂରେଇ ରଖୁ ବୋଲି ବାଇଡେନ୍ ସରକାର କଡା ସ୍ୱରରେ ଚେତାଇ ଦେଇଛନ୍ତି । ଏଥିସହ ନାଟୋ ମଧ୍ୟ ଋଷକୁ ଏ ସମ୍ପର୍କରେ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ପଶ୍ଚିମୀ ଦେଶ ଗୁଡ଼ିକ ୟୁକ୍ରେନକୁ "ଆଧୁନିକ ଅସ୍ତ୍ରଶସ୍ତ୍ର" ଯୋଗାଉଥିବା ଅଭିଯୋଗ ତଥା ସେ ସାମରିକ ଅଭ୍ୟାସ କରୁଥିବା ଅଭିଯୋଗ କରିଛି ଋଷ ।

ବ୍ରିଟେନର ବିବୃତ୍ତି ଉପରେ ଋଷର ପ୍ରତିବାଦ

ଋଷ , ୟୁକ୍ରେନ୍‌ରେ ନିଜ ସମର୍ଥିତ ଜଣେ ନେତାଙ୍କୁ ୟୁକ୍ରେନରେ ବସାଇବାକୁ ଚାହୁଁଥିବା ଦୁଇ ଦିନ ପୂର୍ବେ ବ୍ରିଟେନର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଉଥିଲା । ଏଥିପାଇଁ ଋଷ ଗୁପ୍ତଚର ସଂସ୍ଥାକୁ ନିୟୋଜିତ କରିଛି, ଆଉ ସେମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ଋଷର ସମର୍ଥକ ନେତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ଋଷ ବ୍ରିଟେନର ଏହି ବିବୃତ୍ତିକୁ ଅସ୍ୱୀକାର କରିଛି । ବ୍ରିଟେନ ଏଭଳି ମିଥ୍ୟା ଖବର ପ୍ରସାରଣ ନକରିବା ଉଚିତ୍‌, କାରଣ ଏଥିଯୋଗୁଁ ଆଗାମୀ ସମୟରେ ଉତ୍ତେଜନା ବୃଦ୍ଧି ପାଇପାରେ ।

ୟୁକ୍ରେନ ସୀମାରେ ଠୁଳ ହୋଇଛନ୍ତି ଋଷ ସେନା

ୟୁକ୍ରେନ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କିଛି ଦିନ ପୂର୍ବରୁ କହିଥିଲା ଋଷ୍ । ତେବେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଅନୁସାରେ ୟୁକ୍ରେନ ସୀମାରେ ଋଷ ବହୁ ସଂଖ୍ୟକ ସୈନ୍ୟ ଠୁଳ କରିବା ସହ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ଆମେରିକାର ସାଟେଲାଇଟରୁ ମିଳିଥିବା ଚିତ୍ର ଗୁଡ଼ିକରେ ଏହା ସ୍ପଷ୍ଟ ଜଣାପଡ଼ୁଛି । ୟୁକ୍ରେନ ସମ୍ପର୍କରେ ଆଲୋଚନା କଲେ, ଏହାର ମୂଳ ମଧ୍ୟ ପୂର୍ବତନ ସୋଭିଏତ୍ ରାଷ୍ଟ୍ର ସହିତ ଜଡିତ । ୨୦୧୯ ପରଠାରୁ ୟୁକ୍ରେନ ରାଷ୍ଟ୍ରପତି ଅଛନ୍ତି, ବ୍ଲୋଦିମିର୍ ଜେଲେନସ୍କି । ସେ ଜଣେ ରାଜନେତା ହେବା ପୂର୍ବରୁ ଜଣେ ଅଭିନେତା ଏବଂ ହାସ୍ୟ ଅଭିନେତା ଥିଲେ । ତାଙ୍କ ଦଳର ନାମ (Servant of the People) ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ତିନୋଟି ମୁଖ୍ୟ କାରଣ

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ । ଆଉ ସେବେଠାରୁ ଉଭୟ ସେଶ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି । ୟୁକ୍ରେନ ଏହି ଅଞ୍ଚଳକୁ ଫେରିବାକୁ ପାଇବାକୁ ଚାହୁଁଥିବା ବେଳେ ଋଷ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟିଛି । ଏହି ପ୍ରସଙ୍ଗରେ ଆମେରିକା ଏବଂ ପଶ୍ଚିମୀ ଦେଶଗୁଡ଼ିକ ୟୁକ୍ରେନ ସହିତ ଥିବାବେଳେ ଋଷ ଏକା ଲଢ଼େଇ କରିବାକୁ ମନସ୍ଥ କରିଛି ।

ଏହି ବିବାଦର ଦ୍ୱିତୀୟ କାରଣ ହେଲା ବର୍ତ୍ତମାନ ନାର୍ଡ ଷ୍ଟ୍ରିମ୍ 2 ପାଇପଲାଇନ ମଧ୍ୟ ତିଆରି ହୋଇଯାଇଛି । ଆଉ ଏହି ପାଇପ୍ ଲାଇନ୍‌ ମାଧ୍ୟମରେ ଋଷ ବର୍ତ୍ତମାନ ଜର୍ମାନୀ ସମେତ ୟୁରୋପର ଅନ୍ୟ ଦେଶକୁ ସିଧାସଳଖ ତେଲ ଏବଂ ଗ୍ୟାସ ଯୋଗାଇବାରେ ସକ୍ଷମ ହେବ । ହେଲେ ଏହି କାରଣରୁ ୟୁକ୍ରେନ ଏକ ବୃହତ୍ ଆର୍ଥିକ କ୍ଷତି ସହିବ । କାରଣ ଏପର୍ଯ୍ୟନ୍ତ ୟୁକ୍ରେନ ରାସ୍ତା ଦେଇ ୟୁରୋପକୁ ଯାଉଥିଲା ପାଇପଲାଇନ, ଆଉ ଏଥିରୁ ତାକୁ ବହୁତ ରୋଜଗାର ମିଳୁଥିଲେ । କିନ୍ତୁ ବର୍ତ୍ତମାନ ନାର୍ଡ ଷ୍ଟ୍ରିମ ପାଇପଲାଇନ୍ ପାଇଁ ଏହି ରୋଜଗାର ଶେଷ ହେବା ଉପରେ ।

ସେପଟେ ଜର୍ମାନୀ ନାର୍ଡ ଷ୍ଟ୍ରିମକୁ ଅନୁମୋଦନ କରୁ ବୋଲି ଚାହୁଁନି ଆମେରିକା । ଏହାଦ୍ୱାରା ୟୁରୋପ ଋଷ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଉଛି । ଜର୍ମାନୀର ଅନୁମୋଦନର ସ୍ୱତନ୍ତ୍ର କାରଣ ରହିଛି, କାରଣ ଏହା ୟୁରୋପର ବୃହତ୍ତମ ଅର୍ଥନୀତି ଏବଂ ଋଷ ପ୍ରାୟତ ଜର୍ମାନୀକୁ ରପ୍ତାତୀ କରେ ।ଏହି ପରିପ୍ରେକ୍ଷୀରେ ଉଭୟ କ୍ରିମିୟା ଏବଂ ନାର୍ଡ ଷ୍ଟ୍ରିମ୍-୨ ଉଭୟ ବିବାଦ ମଧ୍ୟରେ ରହିଛି ।

ୟୁକ୍ରେନ ନାଟୋରେ ସାମିଲ ହେବା ପାଇଁ ଚାହୁଁଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ବିବାଦର ତୃତୀୟ କାରଣ ବୋଲି କୁହାଯାଉଛି | ଆମେରିକା ମଧ୍ୟ ଚାହୁଁଛି ଯେ ୟୁକ୍ରେନ ନାଟୋର ସଦସ୍ୟ ହେଉ । ଅନ୍ୟପଟେ ନାଟୋର ସଦସ୍ୟ ନହେବା ପାଇଁ ୟୁକ୍ରେନ ଠାରୁ ଆଇନଗତ ଗ୍ୟାରେଣ୍ଟି ମାଗିଛି ଋଷ୍ ।

ଆଉ ଏହାରି ଭିତରେ ଋଷ୍ ଯେକୌଣସି ସମୟରେ ଆକ୍ରମଣ କରିପାରେ ଆଶଙ୍କା କରୁଛନ୍ତି ଉଭୟ ଆମେରିକା ଏବଂ ୟୁକ୍ରେନ । ଏହି କାରଣରୁ ସମଗ୍ର ୟୁରୋପରେ ଆଲର୍ଟ ଜାରି କରାଯାଇଛି । ଏହି ଉତ୍ତେଜନାକୁ ନେଇ ୟୁରୋପ ଏବଂ ଆମେରିକା ମଧ୍ୟରେ ଅନେକ ସଭା ହୋଇସାରିଛି । ଆମେରିକା ବାରମ୍ବାର ୟୁକ୍ରେନ ସହିତ ଥିବାବେଳେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିସାରିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ହୁଏ, ତେବେ ଋଷ ଗୁରୁତର ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବ । ସେହିପରି କୌଣସି ପରିସ୍ଥିତିରେ ୟୁକ୍ରେନକୁ ନାଟୋ ସୈନ୍ୟ ପଠାଯିବ ନାହିଁ ବୋଲି ମଧ୍ୟ କହିଛନ୍ତି । ସେପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସିଧାସଳଖ ଆମେରିକା ଏବଂ ନାଟୋକୁ ଚେତାବନୀ ଦେଇଛନ୍ତି । ନାଟୋର ସମ୍ପ୍ରସାରଣ ବିଷୟରେ ଚିନ୍ତା ନକରିବା ପାଇଁ ସିଧାସଳଖ କୁହାଯାଇଛି ।