ଜାଣିଶୁଣି ପାହାଡ଼ ଉପରୁ ଟେସଲା କାରକୁ ତଳକୁ ଖସାଇଲେ ଯୁବକ, ଭିତରେ ଥିଲେ ଦୁଇ ପିଲା ଓ ସ୍ତ୍ରୀ...

ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .

accident

ମଣିଷରୂପୀ ଅମଣିଷର ଖୁନୀ ଷଡ଼ଯନ୍ତ୍ର । ବାପା ନୁହେଁ ସେ ଦାନବ, ସ୍ୱାମୀ ନୁହେଁ ସେ ସଇତାନ୍ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଏବେ ହସ୍ପିଟାଲରେ ଯୁବକ । କାଲିଫର୍ଣ୍ଣିଆରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ହାତରେ ଗଢ଼ିଥିବା ସୁନାର ସଂସାରକୁ ନିଜ ହାତରେ ହିଁ ଚୁନା କରିଦେବା ପାଇଁ ଚେଷ୍ଟା କରିଛନ୍ତି ଜଣେ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଆମେରିକୀୟ । ଏଥିପାଇଁ ସ୍ତ୍ରୀ ଓ ଦୁଇ ପିଲାକୁ ନିଜର ଦାମୀ ଗାଡ଼ି ଟେସଲାରେ ବସାଇ ଜାଣିଶୁଣି ପାହାଡ଼ ଉପରୁ ତଳକୁ ଖସାଇ ଦେଇଛନ୍ତି ।

କାଲିଫର୍ଣ୍ଣିଆର ପାସାଡେନାର ବାସିନ୍ଦା ଅଭିଯୁକ୍ତ ଧର୍ମେଶ ଏ. ପଟେଲ । ଦୁଇ ପିଲା ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ସଂସାର ଗାଡ଼ି ସୁରୁଖୁରୁରେ ଚାଲିଥିଲା । ହେଲେ କ’ଣ ହେଲା କେଜାଣି ସେ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଛନ୍ତି । ହେଲେ ସୌଭାଗ୍ୟବଶତଃ ସମସ୍ତେ ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସୋମବାର ଦିନ ସେନ୍‌ ମେଟୋ କାଉଣ୍ଟିସ୍ଥିତ ଡେଭିଲ୍‌ସ୍‌ ସ୍ଲାଇଡ୍‌ରୁ ଉଦ୍ଧାର କରାଯାଇଛି ।

ଅଧିକ ପଢ଼ନ୍ତୁ: ନୃଶଂସ ସ୍ୱାମୀ ! ସ୍ତ୍ରୀ ଗର୍ଭଧାରଣ କରିପାରିଲାନି ବୋଲି ଭୀଷଣ ପିଟିଲା, ଆଉ ତା’ପରେ...

ଅଭିଯୁକ୍ତ ଟେସଲା କାରକୁ ୨୫୦ରୁ ୩୦୦ ଫୁଟ୍‌ ତଳକୁ ଖସାଇ ଦେଇଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଅନେକ ସଂଖ୍ୟାରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ୪ ବର୍ଷର କୁନି ଝିଅ ଏବଂ ୯ ବର୍ଷର କୁନି ପୁଅକୁ ବଞ୍ଚାଇବା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ଏକ ବଡ଼ ପଥର ଚଟାଣକୁ ହଟାଇବାକୁ ପଡ଼ିଥିଲା । ଅନ୍ୟପଟେ ହେଲିକପ୍ଟରରୁ ରଶି ପକାଇ ସ୍ୱାମୀସ୍ତ୍ରୀଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏଭଳି ଉଦ୍ଧାର କାର୍ଯ୍ୟ ଅଲୌକିକ ବୋଲି ଦି ନ୍ୟୁୟର୍କ ଟାଇମ୍ସ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଛି ।

ଅଭିଯୁକ୍ତ ଜାଣିଶୁଣି ଏଭଳି କାଣ୍ଡ ଭିଆଇଥିବା ପ୍ରମାଣ ମିଳିଛି । ପ୍ରମାଣ ଆଧାରରେ ତଦନ୍ତ କରୁଛି ପୋଲିସ୍‌ । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଧର୍ମେଶ ଏ. ପଟେଲଙ୍କୁ ସାନ୍‌ ମେଟିଓ କାଉଣ୍ଟି ଜେଲ୍‌କୁ ପଠାଯିବ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ ଓ ଅଗ୍ନିଶମ ବାହିନୀ । ଉଦ୍ଧାର ଅଭିଯାନରେ ଯାଇଥିବା କାଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ ଫରେଷ୍ଟ୍ରି ଆଣ୍ଡ ଫାୟାର୍ ପ୍ରୋଟେକ୍ସନର ଜଣେ କର୍ମଚାରୀ କହିଛନ୍ତି, ଏତେ ଉପରୁ ପଡ଼ି ବଞ୍ଚିବା ଆଦୌ ସହଜ ନୁହେଁ । ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । କାର ସିଟ ଯୋଗୁଁ ଦୁଇ ପିଲାଙ୍କ ଜୀବନ ବଞ୍ଚିଯାଇଥିବା ଅନୁମାନ କରାଯାଉଛି ।