Advertisment

ଖଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ମାମଲା: ପୁଣି ଭାରତ ଉପରକୁ ଦୋଷ ଠେଲିଲେ କାନାଡା ପିଏମ୍

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।

ଅଦ୍ୟତନ ହୋଇଛି
India-Canada relation deteriorates further after Canada PM Justin Trudeau’s remark on Indian govt

India-Canada relation deteriorates further after Canada PM Justin Trudeau’s remark on Indian govt

Advertisment

କାନାଡା ଓ ଭାରତ ମଧ୍ୟରେ ପୁଣି ତୀବ୍ର ହେଲା ବିବାଦ। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି। ଭାରତ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି ବୋଲି ସେ ଆକ୍ଷେପ କରିଛନ୍ତି। 

Advertisment

ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟାକାଣ୍ଡ ପ୍ରସଙ୍ଗରେ ଭାରତକୁ କିଛି ସପ୍ତାହ ପୂର୍ବରୁ ସମସ୍ତ ସୂଚନା ଦିଆଯାଇଛି ବୋଲି ଟ୍ରୁଡ୍ୟୁ କହିଛନ୍ତି। ତେବେ କାନାଡାର ଏହି ଅଭିଯୋଗକୁ ପୂର୍ବରୁ ଭାରତ ଖଣ୍ଡନ କରି ଆସୁଛି । ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ।

ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବା ପରେ ଭାରତୀୟ କୂଟନୈତିଜ୍ଞ ପ୍ରତିନିଧିଙ୍କୁ କାନାଡା ବହିଷ୍କାର କରିଥିଲା। ଏହାପରେ ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇଥିଲା। କାନାଡା କୂଟନୈତିଜ୍ଞ ପ୍ରତିନିଧିଙ୍କୁ ଭାରତ ଛାଡି ଚାଲିଯିବାକୁ ଭାରତ କହିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ ନେଇ ଭିସା ସେବା ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ ।

Advertisment

ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ଅଯଥା ହସ୍ତକ୍ଷେପ କରୁଛି ବୋଲି ଭାରତ ଅଭିଯୋଗ କରିଛି। ସେପଟେ କାନାଡା ପ୍ରସଙ୍ଗକୁ ନେଇ ଆମେରିକା ବୈଦେଶିକ ବ୍ୟାପାର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତ ଓ କାନାଡାର କୂଟନୈତିଜ୍ଞ ପ୍ରତିନିଧିଙ୍କ ସହ ସମ୍ପର୍କରେ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ