Advertisment

ଜେଲ୍‌ରେ ଥାଇ ବି ପାକିସ୍ତାନ ନିର୍ବାଚନରେ ଚାଲିଲା ଇମ୍ରାନଙ୍କ ଯାଦୁ !

ପିଏମଏଲ-ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ।

ଅଦ୍ୟତନ ହୋଇଛି
Imran Khan

Imran Khan

Advertisment

ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଏବଂ ସସପେନ୍ସ ଭିତରେ ଜାରି ରହିଛି ଭୋଟ୍ ଗଣତି। ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍। ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍‌ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛନ୍ତି।

Advertisment

ନୱାଜ ସରିଫଙ୍କ ପ୍ରତି ପାକିସ୍ତାନ ସେନାର ସମର୍ଥନ ଥିବା ସତ୍ତ୍ବେ ଇମ୍ରାନ୍ ଆଗରେ ରହିଛନ୍ତି। ପାକିସ୍ତାନ ନିର୍ବାଚନ କମିଶନ, ଇମ୍ରାନ ଖାନଙ୍କ ପିଟିଆଇର ଚିହ୍ନ ବ୍ୟାଟ୍କୁ ରଦ୍ଦ କରିଦେଇଥିଲେ। ଏହାପରେ ତାଙ୍କ ଦଳର ପ୍ରାର୍ଥୀ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିଥିଲେ। ଏବେ ସେହି ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ଗେମ୍ ଚେଞ୍ଜର। ସେପଟେ ପିଏମଏଲ-ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ। 

ତେବେ ପାକିସ୍ତାନ ନିର୍ବାଚନ ଲାଗି ଭୋଟ ଗଣତି ମଧ୍ୟରେ ନୱାଜ ସରିଫ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି। ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଥରେ ନୁହେଁ ବରଂ ଅନେକ ଥର କହି ସାରିଛି। ମୁଁ ଆପଣଙ୍କ ଆଖିରେ ଏକ ଚମକ ଏବଂ ଖୁସି ଦେଖୁଛି। ଆମେ ଦେଶର ଯନ୍ତ୍ରଣାକୁ ଛାତିରେ ରଖିଥାଉ। ଆମେ ସମସ୍ତେ ଏକାଠି ଦେଶ ପାଇଁ କାମ କରିବା। ଦେଶର ସମସ୍ତ ଅନୁଷ୍ଠାନକୁ ଏକତ୍ର ହୋଇ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ହେବ। ଯାହା ଦେଶର ଜନସାଧାରଣଙ୍କ ଜୀବନ ଏବଂ ଭବିଷ୍ୟତର ପ୍ରଶ୍ନ।

Advertisment

ନୱାଜ ସରିଫ ଆହୁରି ମଧ୍ୟ କହିଛନ୍ତି, ଆମେ ଶାହୱାଜ ସରିଫଙ୍କୁ ସବୁ ଦଳ ସହ ମିଶି ସରକାର ଗଠନ ଦିଗରେ କାର୍ଯ୍ୟ କରିବାକୁ କହିଛୁ। ଅସୁବିଧାରୁ ବାହାରିବା ପାଇଁ  ଦେଶକୁ ୧୦ ବର୍ଷର ରାଜନୈତିକ ସ୍ଥିରତା ଆବଶ୍ୟକ। ବର୍ତ୍ତମାନ ସମୟରେ ପାକିସ୍ତାନ କୌଣସି ପ୍ରକାର ଯୁଦ୍ଧ କରିପାରିବ ନାହିଁ କିମ୍ବା ଯୁଦ୍ଧ ହେଲେ ଏଥିପାଇଁ ହେଉଥିବା ଖର୍ଚ୍ଚ ବହନ କରିପାରିବ ନାହିଁ। ଆମ ଦେଶକୁ କେହି ଖରାପ ଦୃଷ୍ଟିରେ କେହି ଦେଖି ପାରିବେ ନାହିଁ। କାରଣ ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ