Advertisment

ଫାଶୀ କି ବିଷ ଇଞ୍ଜେକ୍ସନ ନୁହେଁ...ପ୍ରଥମଥର ଏହିପରି ଭାବେ ଦୋଷୀଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ

ସ୍ମିଥଙ୍କୁ ପ୍ରଥମେ ଏକ କୋଠରୀକୁ ନିଆଯାଇଥିଲା ଏବଂ ଏକ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରେ ଏକ ଇଣ୍ଡଷ୍ଟ୍ରିଆଲ୍ ମାସ୍କ ପିନ୍ଧାଯାଇ ନାଇଟ୍ରୋଜେନ୍ ଗ୍ୟାସ୍ ଛଡାଯାଇଥିଲା।

ଅଦ୍ୟତନ ହୋଇଛି
Nitrogen Gas Asphyxiation

Nitrogen Gas Asphyxiation

Advertisment

ସାଧାରଣତଃ ଅପରାଧ ପରେ ଦୋଷୀ ସାବ୍ୟସ୍ତ ହେଲେ କଠୋର ସଜା ରୂପରେ ମୃତ୍ୟୁଦଣ୍ଡ ଦିଆଯାଏ। ଭାରତ ସମେତ ଅନେକ ରାଷ୍ଟ୍ରରେ ଦୋଷୀକୁ ଫାଶୀ ଦିଆଯାଇଥାଏ। ତେବେ ଆମେରିକାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରଥମଥର ଆମେରିକା ମୃତ୍ୟୁଦଣ୍ଡର ଧାରା ବଦଳାଇଛି। ଫାଶୀ ବଦଳରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ତ ଦିଆଯାଇଛି। ଆଲାବାମାରେ କେନେଥ ସ୍ମିଥ ନାମକ ଜଣେ ଦୋଷୀଙ୍କୁ ଏହି ପଦ୍ଧତିରେ ମୃତ୍ୟୁଦଣ୍ତ ଦିଆଯାଇଛି।

Advertisment

ଶେଷ ମୁହୂର୍ତ୍ତରେ ଏହି ଦଣ୍ଡକୁ ଏଡାଇବା ପାଇଁ ସ୍ମିଥ ବିଳମ୍ବିତ ରାତିରେ ଆମେରିକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆମେରିକାରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡର ଏହା ପ୍ରଥମ ଘଟଣା ।

ଆମେରିକୀୟ ମିଡିଆ ହାଉସ୍ ସିଏନ୍ଏନ୍ ଅନୁଯାୟୀ, ସ୍ମିଥ୍ ୧୯୮୮ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜଣେ ପାଦ୍ରୀ ପାର୍କର ତାଙ୍କ ସ୍ତ୍ରୀ ଏଲିଜାବେଥ ସେନେଟଙ୍କୁ ହତ୍ୟା କରିବା ପାଇଁ ସ୍ମିଥଙ୍କୁ କହିଥିଲେ। ବୀମା ଟଙ୍କା ପାଇବା ପାଇଁ ଏହି ମର୍ଡର ପ୍ଲାନ କରାଯାଇଥିଲା। ମାମଲାରେ ଦେଷୀ ସାବ୍ୟସ୍ତ ହେବା ପରେ ପାର୍କରଙ୍କୁ ୨୦୧୦ରେ ମୃତ୍ୟୁଦଣ୍ତ ଦିଆଯାଇଥିଲା। ୨୦୨୨ରେ ସ୍ମିଥଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦେବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ବଞ୍ଚିଯାଇଥିଲେ। ଏହାପରେ ତାଙ୍କୁ ନାଇଟ୍ରୋଜନ ଗ୍ୟାସ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାନେଇ କୋର୍ଟ ଆଦେଶ ଦେଇଥିଲେ।

Advertisment

ଆଲବାମା ଜେଲର ଅଧିକାରୀଙ୍କ କହିବାନୁସାରେ, ସ୍ମିଥଙ୍କୁ ପ୍ରଥମେ ଏକ କୋଠରୀକୁ ନିଆଯାଇଥିଲା ଏବଂ ଏକ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରେ ଏକ ଇଣ୍ଡଷ୍ଟ୍ରିଆଲ୍ ମାସ୍କ ପିନ୍ଧାଯାଇ ନାଇଟ୍ରୋଜେନ୍ ଗ୍ୟାସ୍ ଛଡାଯାଇଥିଲା। ନିଶ୍ୱାସ ନେବା ମାତ୍ରେ ଏହି ଗ୍ୟାସ୍ ଶରୀରରେ ବ୍ୟାପିଗଲା ଓ ଶରୀରର ସମସ୍ତ ଅଙ୍ଗ କାମ ବନ୍ଦ କରିଦେଲା। ଏହାଦ୍ୱାରା ସ୍ମିଥଙ୍କ ମୃତ୍ୟୁ ହୋଇଥିଲା।

ଆମେରିକାରେ ୧୯୮୦ଦଶକରୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯାଉଛି। ଅନେକ ସମୟରେ ଦୋଷୀଙ୍କୁ ଇଞ୍ଜେକ୍ସନ ଦିଆଯିବାକୁ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇନଥାଏ। ଯାହା ସ୍ମିଥଙ୍କ କ୍ଷେତ୍ରରେ ଘଟିଥିଲା।

Advertisment

ନାଇଟ୍ରୋଜେନ ହାଇପୋକ୍ସିଆ କ’ଣ?

ନାଇଟ୍ରୋଜେନ ହାଇପୋକ୍ସିଆ ଅମ୍ଳଜାନକୁ ନାଇଟ୍ରୋଜେନରେ ପରିବର୍ତ୍ତିତ କରିଦିଏ। ଫଳରେ ଶରୀରକୁ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଏ। ଏପରିସ୍ଥିତିରେ ନିଃଶ୍ୱାସ ପ୍ରଶ୍ୱାସ ନ ନେଇ ପାରିବାରୁ ବ୍ୟକ୍ତିର ମୃତ୍ୟୁ ହୋଇଯାଏ।

Prisioner Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ