Advertisment

ଆମେରିକାରେ ଆସିଲା କି ହିମଯୁଗ ? ନିମିଷକେ ବରଫ ପାଲଟିଯାଉଛି ତତଲା ପାଣି

ଭୟଙ୍କର ବରଫ ଝଡ଼ କୋପରେ ଗଲାଣି ୨୦ ଜୀବନ।

Huge ‘bomb cyclone’ storm hits US with life-threatening cold

Huge ‘bomb cyclone’ storm hits US with life-threatening cold

Advertisment

ଡିପ୍ ଫ୍ରିଜର୍‌ରେ ଉତ୍ତର ଆମେରିକା। ସତେକି ଫେରି ଆସିଛି ହିମଯୁଗ। ଅଶାନ୍ତ ସମୁଦ୍ର... ଭୟଙ୍କର ବରଫ ଝଡ଼... କେଉଁଠି ବର୍ଷା, ତ ଆଉ କେଉଁଠି ପ୍ରବଳ ତୁଷାରପାତ। ଏସବୁକୁ ଟପି ଯାଇଛି ରକ୍ତ ଜମାଇ ଦେବା ଭଳି ଶୀତର ପ୍ରକୋପ। ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲ୍ସିୟସ। ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି। କାଠ ପାଲଟିଯାଇଛି ତତଲା ନୁଡୁଲ୍। କବାଟ ଖୋଲିଲେ ବରଫର ପାହାଡ଼। ଘର ଓ କାରକୁ ଗିଳି ପକାଇଛି ତୁଷାର ଗଦା ବରଫାବୃତ। ଚତୁର୍ଦ୍ଦିଗ ବେଳେବେଳେ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହୁଛି ପବନ। ବରଫ ଝଡ଼ ଯୋଗୁଁ ଅଳ୍ପ କିଛି ଫୁଟ୍ ଦୂରକୁ ବି ଦେଖାଯାଉ ନାହିଁ। ବାହାରେ ଜିରୋ ଭିଜିବିଲିଟି ଓ ଖସଡ଼ା ସଡ଼କ ଯୋଗୁଁ ଦୁର୍ଘଟଣା ଘଟୁଛି। କାର୍ ଧକ୍କା ଓ ଗଛ ପଡ଼ିବା ସହ ଅନ୍ୟ କାରଣରୁ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ା ଉତ୍ତର ଆମେରିକା ମହାଦେଶର ଅଧିକାଂଶ ଅଞ୍ଚଳରେ ଜାରି ହୋଇଛି ରେଡ୍ ଆଲର୍ଟ। ଖ୍ରୀଷ୍ଟମାସ ଋତୁରେ ଲୋକଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ବନ୍ଦୀ ଜୀବନ କାଟିବାକୁ ପଡ଼ୁଛି। ପ୍ରାୟ ୧୮ ଲକ୍ଷ ଲୋକ ଘରେ ଫସି ରହିଥିବା ବେଳେ, ରାସ୍ତାକଡ଼ରେ ଶୋଉଥିବା ବାସହରାଙ୍କ ଦୁର୍ଦ୍ଦଶା ଅସହ୍ୟ ହୋଇଛି। ସେମାନଙ୍କ ପାଇଁ ବିଭିନ୍ନ ସହରରେ ଖୋଲିଛି ଅସ୍ଥାୟୀ ଆଶ୍ରୟସ୍ଥଳୀ। ଝଡ଼ରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଫଳରେ, ୨୦ ଲକ୍ଷରୁ ଅଧିକ ପରିବାର ଅନ୍ଧାରରେ ଅଛନ୍ତି।

ଏଭଳି ପାଗରେ ୨୮ଶହରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ, ପ୍ରାୟ ୭ ହଜାର ଉଡ଼ାଣ ବିଳମ୍ବିତ ହୋଇଛି।  ଖ୍ରୀଷ୍ଟମାସ ଛୁଟି କାଟିବାକୁ ବାହାରିଥିବା ହଜାର ହଜାର ଲୋକ ବିମାନବନ୍ଦରରେ ଫସି ରହିଛନ୍ତି। ବିଭିନ୍ନ ସ୍ଥାନରେ ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ଏହି ଝଡ଼କୁ ଅତି ଗୁରୁତର ସହ ନେବାକୁ ଆମେରିକାବାସୀଙ୍କୁ ଚେତାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।

Advertisment

ଆମେରିକା ପାଇଁ ତୁଷାରପାତ, ବରଫ ଝଡ଼ କିଛି ନୂଆ କଥା ନୁହେଁ। ତେବେ ଖ୍ରୀଷ୍ଟମାସ ବେଳେ ସ୍ଥିତି ଏତେ ସଂଗୀନ ଓ ଏତେ ବିପଜ୍ଜନକ ହୋଇଯିବ ବୋଲି ହୁଏତ କେହିବି କଳନା କରିନଥିଲେ। ଆମେରିକାରେ ଏହି ବିରଳ ବମ୍ ସାଇକ୍ଲୋନକୁ ଓ୍ୱାନ୍ସ ଇନ୍ ଏ ଜେନେରେସନ୍, ଓ୍ୱାନ୍ସ ଇନ୍ ଏ ଏଜ୍ ବୋଲି କୁହାଯାଉଛି। ତେବେ ଏହି ହିମ ବିପତ୍ତିକୁ କାହିଁକି କୁହାଯାଏ ବମ୍ ସାଇକ୍ଲୋନ୍? ଏହା କେମିତି ସୃଷ୍ଟି ହୁଏ?

ପୃଥିବୀର ଉତ୍ତର ମେରୁ ଆଡ଼ୁ ବହୁଥିବା ଅତି ଶୀତଳ ପବନ ଏବଂ ମେକ୍ସିକୋ ଉପସାଗରୀୟ ଉଷ୍ଣ ପବନ ଧକ୍କା ହେବା ଫଳରେ ଆମେରିକାରେ ଏହି ଝ଼ଡ ସୃଷ୍ଟି ହୋଇଛି। ଏହି ବମ୍ବୋଜେନେସିସ୍ ପ୍ରକ୍ରିୟାରୁ ଆସିଛି। ବମ୍ ସାଇକ୍ଲୋନ୍‌ର ନାଁ ଏହା ପଛରେ ଜଳବାୟୁ ପରିବର୍ତ୍ତନର ହାତ ଥିବା କହିଛନ୍ତି ପରିବେଶବିତ୍। ପୂର୍ବରୁ ୨୦୧୯ ମାର୍ଚ୍ଚ ୧୩ରେ ଆମେରିକାର କଲୋରାଡ଼ୋରେ ବମ୍ ସାଇକ୍ଲୋନ୍ ହୋଇଥିଲା। ୧୯୮୭ରେ ବ୍ରିଟେନ୍ ଏହି ଦୁର୍ବିପାକର ସାମ୍ନା କରିଥିଲା।

Advertisment

(ସୌମ୍ୟରଞ୍ଜନ ସାହୁ ଓ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ)

US
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ