Advertisment

ଚାଷ କରିବେ ପାକିସ୍ତାନୀ ସେନା, ୧୦ ଲକ୍ଷ ଏକର ଜମିରେ କରିବ ଚାଷ

ଆର୍ଥିକ ସମସ୍ୟାର ସମାଧାନ ଲାଗି ସେନାର ଉଦ୍ୟମ..ନିଷ୍ପତ୍ତି ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଶଙ୍କା

ଅଦ୍ୟତନ ହୋଇଛି
Pakistan Army

Pakistan Army

Advertisment

ପାକିସ୍ତାନ ସେନା ସାଜିବ ଅନ୍ନଦାତା। ଦେଶ ଘୋର ଆର୍ଥିକ ସଂକଟ ଓ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ବେଳେ ଚାଷ କରି ଜନତାଙ୍କୁ ଖାଦ୍ୟ ଯୋଗାଇବାକୁ ସେନାର ଉଦ୍ୟମ।ପ୍ରାୟ ୧୦ ଲକ୍ଷ ଏକର ଜମିରେ ଚାଷ କରିବା ଲାଗି ସେନା ଯୋଜନା କରିଛି। ଏ ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏଭଳି ନିଷ୍ପତ୍ତି ପଛରେ ପାକିସ୍ତାନ ସେନାର ପ୍ରକୃତ ଉଦ୍ଦେଶ୍ୟ କଣ ରହିଛି ତାକୁ ନେଇ ବଢିଛି ଆଶଙ୍କା। କାରଣ ଶାସନ ବ୍ୟବସ୍ଥା ଉପରେ ବାରମ୍ବାର କବ୍ ଜା କରୁଥିବା ସେନା ଦେଶର ଅର୍ଥବ୍ୟବସ୍ଥା ଉପରେ କବ୍ ଜା କରିବାକୁ ମସୁଧା କରିନି ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।... 

Advertisment

ଆର୍ଥିକ ସଙ୍କଟ ସାଙ୍ଗକୁ ଘୋର ଖାଦ୍ୟଭାବ। ସଦ୍ୟତମ ରିପୋର୍ଟ ଅନୁସାରେ ଏବେ ୪୦ ପ୍ରତିଶତ ପାକିସ୍ତାନୀ ଦାରିଦ୍ର୍ୟ ସୀମା ରେଖା ତଳେ। ବିଦେଶୀ ଅର୍ଥ ଭଣ୍ଡାର ଖାଲି। ଶିଳ୍ପ, କୃଷି ଓ ବାଣିଜ୍ୟ ସବୁଠି ହାହାକାର ସ୍ଥିତି। ତେବେ ଘୋର ଦାରିଦ୍ର୍ୟରୁ ଦେଶବାସୀଙ୍କୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ସେନାର ନୂଆ ଯୋଜନା। ଏଣିକି ଫସଲ ଉତ୍ପାଦନ କରିବ ସେନା। ଏଥିଲାଗି ପଞ୍ଜାବ ପ୍ରଦେଶର ୧୦ ଲକ୍ଷ ଏକର ସେନା ଅଧୀନକୁ ଯିବ। ଏମିତିକି ସରକାରୀ ଜମିକୁ ସେନା ନିଜ ନିୟନ୍ତ୍ରଣକୁ ନେବା ଆରମ୍ଭ କରିଛି। ପାକିସ୍ତାନ ଗଣମାଧ୍ୟ ରିପୋର୍ଟ ଅନୁଯାୟୀ ୨୦୨୪ରୁ ପାକିସ୍ତାନରେ ନୂଆ ଖାଦ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହେବ। ନାଗରିକ-ସାମରିକ ନିବେଶ ସଂସ୍ଥା ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ସେନାକୁ ସମର୍ଥନ କରୁଥିବା କିଛି ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଫସଲ ବିକ୍ରି ଲାଭର ୨୦ ପ୍ରତିଶତ କୃଷି, ଅନୁସନ୍ଧାନ ଏବଂ ବିକାଶ ଲାଗି ରଖାଯିବ। ଅବଶିଷ୍ଟ ଅଂଶକୁ ସେନା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ। ତେବେ ଚାଷରେ ସେନାର ହସ୍ତକ୍ଷେପ ଅନେକଙ୍କ ମନରେ ସନ୍ଦେହ ଜନ୍ମାଇଛି।...କାରଣ ପାକିସ୍ତାନ ସେନା ନିୟମିତ ଦେଶର ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରିଆସିଛି।

Advertisment

ସେହିପରି ଦେଶର ୫୦ରୁ ଅଧିକ ଆର୍ଥିକ ସଂଗଠନ ଓ ଶିଳ୍ପ ସଂସ୍ଥା ପାକିସ୍ତାନ ସେନା ନିୟନ୍ତ୍ରଣରେ ରହିଛି। ତେଣୁ କୃଷି କ୍ଷେତ୍ରରେ ସେନା ପ୍ରବେଶ କରିବା ଦ୍ବାରା କୃଷକଙ୍କ ସ୍ୱାର୍ଥହାନୀ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଏହାଦ୍ୱାରା ସେନାର ଆଧିପତ୍ୟ ଆହୁରି ବୃଦ୍ଧି ପାଇବ, ଯାହା ଦେଶର ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ସେନାର କାମ ବାହ୍ୟ ଶତ୍ରୁଙ୍କ ଠାରୁ ଦେଶକୁ ରକ୍ଷା କରିବା, ଚାଷ କରିବା ନୁହେଁ ବୋଲି ବୁଦ୍ଧିଜୀବୀ
କହିଛନ୍ତି।...

ପାକିସ୍ତାନ ସେନାର ପ୍ଲାନିଂ ଅନୁଯାୟୀ ଆସନ୍ତା ୩୦ ବର୍ଷ ମଧ୍ୟରେ ଗହମ, ଆଖୁ ଓ କପା ଚାଷ କରାଯିବ। ଏଥିସହ ପନିପରିବା ଏବଂ ଫଳଚାଷ ବି କରିବ ସେନା। ତେବେ ପାକିସ୍ତାନୀ ସେନା ଯେଉଁ ଯୋଜନା ପ୍ରସ୍ତୁତ କରିଛି ସରକାରୀ ଦସ୍ତାବିଜରେ ତାର ସ୍ପଷ୍ଟ ଉଲ୍ଲେଖ ନାହିଁ। ସେନା ନିଜ କବଜାକୁ ନେବାକୁ ଥିବା ଜମି ମଧ୍ୟରୁ ପ୍ରାୟ ୧ ଲକ୍ଷ ହେକ୍ଟରରୁ ମରୁଭୂମି ରହିଛି। ଏହା କେବେସୁଦ୍ଧା ଚାଷ ଉପଯୋଗୀ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। ସରକାରୀ ଜମି ସେନାକୁ ହସ୍ତାନ୍ତର ନିଷ୍ପତ୍ତି ଉପରେ ପୂର୍ବରୁ ଲାହୋର ହାଇକୋର୍ଟ ରୋକ୍ ଲଗାଇଥିଲେ।

Advertisment

ତେବେ ଅନ୍ୟ ଏକ ବେଞ୍ଚ୍ ଏଥିଲାଗି ଅନୁମତି ଦେଇଛି। ତେବେ ଏତେ ଜମି କବ୍ ଜାକୁ ନେଇ ଚାଷ କରିବା ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟ କଣ ତାକୁ ନେଇ ପାକିସ୍ତାନୀଙ୍କ ମଧ୍ୟରେ ଆଶଙ୍କା ବଢିବାରେ ଲାଗିଛି।...

Pakistan Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ