Advertisment

ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।

Former High Court Chief Justice

Former High Court Chief Justice

Advertisment

ପାକିସ୍ତାନରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା । ବାଲୋଚିସ୍ତାନର ଖାରନର ଏକ ମସଜିଦ୍ ବାହାରେ ବାଲୋଚିସ୍ତାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହମ୍ମଦ ନୁର ମେସକାନଜାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

Advertisment

ମହମ୍ମଦ ନୁର ମସଜିଦ୍ ବାହାରେ ଛିଡ଼ା ହୋଇଥିବାବେଳେ ଜମେ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି ମାରିଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ତେବେ ତତ୍‌କ୍ଷଣାତ ତାଙ୍କୁ ପାଖରେ ଥିବା ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବତନ ବିଚାରପତିଙ୍କୁ ହତ୍ୟା କରାଯିବାକୁ ନେଇ ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ମିର୍ ଅବଦୁଲ କୁଦୁସ ବିଜେଞ୍ଜୋ ନିନ୍ଦା କରିଛନ୍ତି ।

ପାକିସ୍ତାନର ବାଲୋଚିସ୍ତାନରେ ବିଦ୍ରୋହୀମାନେ ବେଶ ସକ୍ରିୟ। ପୂର୍ବରୁ ଅନେକ ଥର ସେମାନେ ହମଲା କରିବାର ନଜିର ରହିଛି। ଏବେ ସେମାନଙ୍କ ଗୁଳିରେ ଜଷ୍ଟିସ ମହମ୍ମଦ ଟଳିଛନ୍ତି। ନିକଟରେ ସେ ଐତିହାସିକ ରାୟ ଦେଇ ରିବା ଭିତ୍ତିକ ବ୍ୟାଙ୍କିଂ ବ୍ୟବସ୍ଥାକୁ ଶରିଆ ବିରୋଧୀ ବୋଲି କହିଥିଲେ।

Advertisment

ଆତଙ୍କବାଦୀମାନେ କାହିଁକି ଜଣେ ପୂର୍ବତନ ବିଚାରପତିଙ୍କୁ ହତ୍ୟା କଲେ ସେକଥା ଜଣାପଡ଼ିନି। ଏପରି ହତ୍ୟାକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Pakistan Crime Former High Court Chief Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ