Advertisment

Forbes List: ଫୋର୍ବସ ପ୍ରସ୍ତୁତ କଲା ବିଶ୍ୱର ୧୦ ଶକ୍ତିଶାଳୀ ମହିଳାଙ୍କ ତାଲିକା, କେତେ ତମ ସ୍ଥାନରେ ଅଛନ୍ତି ଜର୍ଜିଆ ମେଲୋନୀ ?

ଫୋର୍ବସ୍ ତାଲିକାରେ ଜୁଲି ସ୍ୱିଟ ସପ୍ତମ ସ୍ଥାନରେ ରହିଛି। ସେ ଆସେଞ୍ଚର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ୫୭ ବର୍ଷିୟ ଜୁଲି କାଲିଫର୍ନିଆର ଟୁଷ୍ଟିନରେ ଜନ୍ମଗ୍ରହଣ କରିଥିଲେ । କାଲିଫର୍ନିଆର କ୍ଲେରିମେଟ ମ୍ୟାକକେନା କଲେଜ ଏବଂ ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟି ଲ ସ୍କୁଲରେ ସେ ଆଇନ ଅଧ୍ୟୟନ କରିଥିଲେ ।

ଅଦ୍ୟତନ ହୋଇଛି
ବିଶ୍ୱର ୧୦ ଶକ୍ତିଶାଳୀ ମହିଳା କିଏ

ବିଶ୍ୱର ୧୦ ଶକ୍ତିଶାଳୀ ମହିଳା କିଏ

Advertisment

ଆଧୁନିକା ନାରୀ ସଚେତନ, ଶିକ୍ଷିତା ଓ ସ୍ୱାବଲମ୍ବୀ। ଘର ହେଉ କି କାର୍ଯ୍ୟକ୍ଷେତ୍ର ସବୁଠି ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଏ । ଅର୍ଥନୀତିଠୁ ରାଜନୀତି, ସ୍ବାସ୍ଥ୍ୟଠୁ ସମାଜକଲ୍ୟାଣ, କ୍ରୀଡ଼ାଠୁ ମନୋରଞ୍ଜନ, ସାମ୍ବାଦିକଠୁ ବୈଜ୍ଞାନିକ ସବୁ କ୍ଷେତ୍ରରେ ତା’ର ଯୋଗଦାନ ରହିଛି । ଜଣେ ନାରୀ ଶିକ୍ଷିତ ହେଲେ ପୂରା ସମାଜ ଶିକ୍ଷିତ ହୁଏ । ନାରୀ ବିନା ପୁରୁଷ କେବେ ପୂର୍ଣ୍ଣତା ଲାଭ କରିପାରିବ ନାହିଁ । ନାରୀର ଉନ୍ନତି ବିନା ସମାଜର ଉନ୍ନତି ସମ୍ଭବ ନୁହେଁ । ଅନୁନ୍ନତ, ରୁଗଣ ପିଢ଼ିକୁ ନେଇ ସମାଜର ବିକାଶ ଆଶା କରିବା ବୃଥା । ନାରୀ ହେଉଛି ଜନନୀ, ଭଗିନୀ, ସହଧର୍ମିଣୀ, ସହକର୍ମୀଣି ସବୁ କିଛି । ନାରୀର କାମ କେବଳ ଘରକରଣା ନୁହେଁ । ତେଣୁ ନାରୀ ଜାତିର ଉନ୍ନତି ସମାଜ ତଥା ଦେଶର ମଙ୍ଗଳ ନିମନ୍ତେ ଅନିବାର୍ଯ୍ୟ ।

Advertisment

ବର୍ତ୍ତମାନ ସମୟରେ ପରିବାର ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନଙ୍କ ଭାଗୀଦାରିତା ବୃଦ୍ଧି ପାଉଛି । ମା’ ଭଉଣୀ ମାନେ ଦେଶ କାମରେ ଯୋଗଦେଇ ନିଜର ଦାବି ହାସଲ କରୁଛନ୍ତି । ଉଚ୍ଚଶିକ୍ଷା ହାସଲ କରି ମହିଳାମାନେ ସମଗ୍ର ବିଶ୍ୱରେ ଉଚ୍ଚ ପଦବୀରେ ରହିଛନ୍ତି । ଶିକ୍ଷା ମାଧ୍ୟମରେ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ର ପର୍ଯ୍ୟନ୍ତ ଧୀରେ ଧୀରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି ଫୋର୍ବସ, ଯେଉଁମାନେ କେବଳ ଦେଶ ଚଳାଉ ନାହାଁନ୍ତି ବରଂ ବଡ କମ୍ପାନୀ ଗୁଡ଼ିକରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏଭଳି ସ୍ଥିତିରେ, ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାମାନେ କେଉଁଠାରୁ ଅଧ୍ୟୟନ କରିଛନ୍ତି ?

ଜେନ ଫ୍ରେଜର
ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଦଶମ ସ୍ଥାନରେ ଅଛନ୍ତି ସିଟି ଗ୍ରୁପ୍‌ର ସିଇଓ ଜେନ ଫ୍ରେଜର । ୫୭ ବର୍ଷିୟ ଜେନ ବ୍ରିଟେନରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରିଟେନର କେମ୍ବ୍ରିଜ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିଲେ ଏବଂ ଆମେରିକାର ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ।

Advertisment

ମେକେଞ୍ଜି ସ୍କଟ

ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ମାକେଞ୍ଜି ସ୍କଟ ମଧ୍ୟ ଫୋର୍ବସ ତାଲିକାରେ ସ୍ଥାନ ପାଇଛନ୍ତି। ମ୍ୟାକେଞ୍ଜି ଦୁନିଆର ନବମ ଶକ୍ତିଶାଳୀ ମହିଳା । ସେ ଜଣେ ଲେଖକ ଏବଂ ପରୋପକାରୀ ମହିଳା । ଜେଫ ବେଜୋସଙ୍କ ସହ ଛାଡପତ୍ର ପରେ ଆମାଜନର ୩୮.୩ ବିଲିୟନ ଡଲାର ଷ୍ଟକ୍ ମେକେଞ୍ଜିଙ୍କୁ ମିଳିଥିଲା । ତେବେ ଏହି ସମ୍ପତ୍ତିରୁ ଅଧା ସେ ଦାନ ଦେବା ନେଇ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୪ ବିଲିୟନ ଡଲାରରୁ ଅଧିକ ଦାନ କରିସାରିଛନ୍ତି । ୫୪ ବର୍ଷୀୟ ମ୍ୟାକେନ୍ଜି କାଲିଫର୍ଣ୍ଣିଆର ସାନ ଫ୍ରାନ୍ସିସ୍କୋରେ ଜନ୍ମଗ୍ରହଣ କରିଥିଲେ । ସେ ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭରସିଟିରୁ ଇଂରାଜୀରେ ସ୍ନାତକ ହାସଲ କରିଛନ୍ତି।

ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚଙ୍କୁ ଫୋର୍ବସ୍ ଦ୍ୱାରା ବିଶ୍ୱର ଅଷ୍ଟମ ଶକ୍ତିଶାଳୀ ମହିଳା ଭାବରେ ସମ୍ମାନିତ କରାଯାଇଛି । ୬୦ ବର୍ଷିୟ ମେଲିଣ୍ଡା ଟେକ୍ସାସ୍ ରାଜ୍ୟ ଡଲାସରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍ତର କାରୋଲିନାର ଡ୍ୟୁକ୍ ୟୁନିଭରସିଟିରେ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ଡ୍ୟୁକ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ଆଜିକାଲି ସେ ଉଦାରବାଦୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ୨୦୨୧ରେ ବିଲ୍ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

Advertisment

ଜୁଲି ସ୍ୱିଟ
ଫୋର୍ବସ୍ ତାଲିକାରେ ଜୁଲି ସ୍ୱିଟ ସପ୍ତମ ସ୍ଥାନରେ ରହିଛି। ସେ ଆସେଞ୍ଚର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ୫୭ ବର୍ଷିୟ ଜୁଲି କାଲିଫର୍ନିଆର ଟୁଷ୍ଟିନରେ ଜନ୍ମଗ୍ରହଣ କରିଥିଲେ । କାଲିଫର୍ନିଆର କ୍ଲେରିମେଟ ମ୍ୟାକକେନା କଲେଜ ଏବଂ ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟି ଲ ସ୍କୁଲରେ ସେ ଆଇନ ଅଧ୍ୟୟନ କରିଥିଲେ ।

ଅବିଗେଲ ଜନସନ

ଅବିଗେଲ ଜନସନ ଆମେରିକାର ଫିଡେଲିଟି ଇନଭେଷ୍ଟମେଣ୍ଟର ସିଇଓ ଅଟନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଫୋର୍ବସ୍ ତାଙ୍କୁ ଷଷ୍ଠ ସ୍ଥାନରେ ରଖିଛି । ୬୩ ବର୍ଷୀୟ ଅବିଗେଲ ମାସାଚୁସେଟ୍ସ ରାଜ୍ୟର ବୋଷ୍ଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ନ୍ୟୁୟର୍କର ହୋବର୍ଡ ଆଣ୍ଡ ୱିଲିୟମ୍ ସ୍ମିଥ୍ କଲେଜରୁ ସ୍ନାତକୋତ୍ତର ଏବଂ ହାର୍ଭାର୍ଡ ୟୁନିଭରସିଟି ବ୍ୟବସାୟ ବିଦ୍ୟାଳୟରୁ ଏମବିଏ ହାସଲ କରିଥିଲେ।

ମେରି ବାରା

ଆମେରିକାର ସବୁଠୁ ବଡ଼ ଅଟୋମୋବାଇଲ କମ୍ପାନୀ ଜେନେରାଲ ମୋଟର୍ସ ଦାୟୀତ୍ୱ ମେରି ବାରାଙ୍କ ଉପରେ ନ୍ୟସ୍ତ କରାଯାଇଛି । ୬୩ ବର୍ଷିୟ ମେରି ବାରା ଜେନେରାଲ ମୋଟର୍ସର ସିଇଓ ଏବଂ ଦୁନିଆର ପଞ୍ଚମ ଶକ୍ତିଶାଳୀ ମହିଳା । ସେ ମିଚିଗାନର ରୟାଲ ଓକରେ ଜନ୍ମଗ୍ରହଣ କରିଥିଲେ । ମିଚିଗାନର କେଟରଙ୍ଗ ୟୁନିଭରସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ଏହା ବ୍ୟତୀତ ଷ୍ଟାନଫୋର୍ଡ ୟୁନିଭରସିଟି ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜିନେସରେ ସେ ସ୍ନାତକ ମଧ୍ୟ କରିଛନ୍ତି ।

କ୍ଲାଉଡିଆ ସିନବାମ
ଯେତେବେଳେ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ କ୍ଲାଉଡିଆ ଶେନବାମଙ୍କ ନାମ ମଧ୍ୟ ଏଥିରେ ଆସେ । ଫୋର୍ବସ୍ ତାଲିକାରେ ମେକ୍ସିକୋର ପ୍ରଧାନମନ୍ତ୍ରୀ ଚତୁର୍ଥ ସ୍ଥାନରେ ରହିଛନ୍ତି। ୬୨ ବର୍ଷୀୟ କ୍ଲାଉଡିଆ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ଜନ୍ମଗ୍ରହଣ କରିଥିଲେ । ସେ Universidad Nacional Autonoma de Mexico ରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଜର୍ଜିଆ ମେଲୋନି 

ଫୋର୍ବସର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବଣ୍ଡିଂକୁ ନେଇ ସବୁବେଳେ ଆଲୋଚନା ହୁଏ । ୪୮ ବର୍ଷୀୟ ମେଲୋନି ଇଟାଲୀର ରାଜଧାନୀ ରୋମରେ ଜନ୍ମଗ୍ରହଣ କରିଥିଲେ । ତେବେ ଜର୍ଜିଆ ମେଲୋନିଙ୍କ ପାଖରେ କଲେଜ ଡିଗ୍ରୀ ନାହିଁ । ସେ ଲିଙ୍ଗୁଇଷ୍ଟିକ୍ ଡିପ୍ଲୋମା କରିଥିବା କୁହାଯାଏ ।

କ୍ରିଷ୍ଟିନ ଲେଗାର୍ଡ

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କ୍ରିଷ୍ଟିନ ଲିଗାର୍ଡ । ସେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି। ୬୯ ବର୍ଷୀୟ କ୍ରିଷ୍ଟାଇନ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ । ସେ ଇନଷ୍ଟିଚ୍ୟୁଟ୍ ଡି’ଟୁଡସ୍ ପଲିଟିକ୍ସରୁ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛନ୍ତି ।

ଉର୍ସୁଲା ୱାନ ଡେର ଲେୟନ
ଫୋର୍ବସ୍ ତାଲିକାରେ ଉର୍ସୁଲା ୱାନ ଡେର ଲେୟନ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ଆଖ୍ୟା ପାଇଛନ୍ତି। ଉର୍ସୁଲା ୟୁରୋପୀୟ ୟୁନିଅନର ୟୁରୋପୀୟ ଆୟୋଗର ସଭାପତି ଅଟନ୍ତି। ସେ ବେଲଜିୟମର ବ୍ରୁସେଲ୍ସ ସହରରେ ଜନ୍ମଗ୍ରହଣ କରିଥିଲେ। ଉର୍ସୁଲା ଗୋଟିଙ୍ଗେନ୍ ୟୁନିଭରସିଟି ଏବଂ ଜର୍ମାନର ମୁଂଷ୍ଟର ୟୁନିଭରସିଟିରୁ ଅର୍ଥନୀତି ଅଧ୍ୟୟନ କରିଛନ୍ତି। ସେ ବ୍ରିଟେନର ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି।

Forbes List Powerful
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ