Advertisment

ଏଲନ ମସ୍କ ଯେତିକି ଟଙ୍କାରେ ଟ୍ୱିଟର କିଣିଲେ, ସେଥିରେ ୧୫୦ AIIMS ଓ ୩୫୦ ବଡ ଷ୍ଟାଡିୟମ ହୋଇଥାନ୍ତା

୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।

ଅଦ୍ୟତନ ହୋଇଛି
Elon Musk twitter deal equivalent with 150 aiims

Elon Musk twitter deal equivalent with 150 aiims

Advertisment

୪୪ ବିଲିୟନ ଡଲାର। ଭାରତୀୟ ମୁଦ୍ରା ଅନୁଯାୟୀ ୩ ଲକ୍ଷ ୩୬ ହଜାର କୋଟି। ଏତେ ପରିମାଣର ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା। ଶିକ୍ଷାରେ ତିନି ଗୁଣ ଅଧିକ ଖର୍ଚ୍ଚ ହୋଇପାରିଥାନ୍ତା।

Advertisment

ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର୍‌ କିଣିଛନ୍ତି। ଦୁଇ ବର୍ଷ ପୂର୍ବେ, ମସ୍କଙ୍କର ନେଟ୍‌ୱର୍ଥ ପ୍ରାୟ ଅଧା ଥିଲା। ୨୦୨୦ରେ, ତାଙ୍କର ନେଟ୍‌ୱର୍ଥ ପ୍ରାୟ ୨୪ ବିଲିୟନ ଡଲାର୍ ଥିଲା ଏବଂ ଆଜି ତାଙ୍କର ନେଟ୍‌ୱର୍ଥ ୨୪୫ ବିଲିୟନ ଡଲାରରେ ପହଞ୍ଚିଛି।

୪୪ ବିଲିୟନ ଡଲାର୍ ଅର୍ଥାତ୍ ୩.୩୬ ଲକ୍ଷ କୋଟି ଟଙ୍କା। ଏହି ରାଶି କେତେ ବଡ଼ ତାହା ଜାଣିବା ପାଇଁ କିଛି ଜିନିଷ ପ୍ରତି ନଜର ଦେବାରେ ଅଛି।

Advertisment

ଏହି ଟଙ୍କାରେ କ’ଣ କ’ଣ ହୋଇପାରିଥାନ୍ତା:

- ୧.୩୨ କୋଟିରୁ ଅଧିକ ଚାକିରି ସୃଷ୍ଟି ହୋଇପାରିଥାନ୍ତା:

୨୦୧୮ରେ ବିଶ୍ୱ ବ୍ୟାଙ୍କ୍‌ ଏକ ବ୍ଲଗ୍ ଲେଖିଥିଲା। ଏହି ବ୍ଲଗ୍‌ରେ, ଟ୍ୟୁନିସିୟାର ମଡେଲ ଦ୍ୱାରା ବୁଝାଯାଇଥିଲା ଯେ ଯଦି ୧୦ ମିଲିୟନ୍ ଡଲାର ବିନିଯୋଗ ହୁଏ, ତେବେ ଏଥିରେ ୩୦୦ ଚାକିରି ସୃଷ୍ଟି କରିହେବ। ଯଦି ଏହି ମଡେଲ୍‌କୁ ଆମେ ଭାରତରେ କରୁ ତେବେ ୪୪ ବିଲିୟନ ଡଲାରର ବିନିଯୋଗରେ ୧.୩୨ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା।

- AIIMS ପରି ୧୫୦ରୁ ଅଧିକ ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା:

ଦେଶରେ ଗୋଟିଏ AIIMS ଡାକ୍ତରଖାନା ପ୍ରତିଷ୍ଠା ପାଇଁ ହାରାହାରି ଖର୍ଚ୍ଚ ହେଉଛି ୨ ହଜାର କୋଟି ଟଙ୍କା। ୧୮୨୮ କୋଟି ଟଙ୍କା ବ୍ୟୟରେ କାଶ୍ମୀରରେ AIIMS ନିର୍ମାଣ କରାଯାଉଛି। ଯଦି ଏଥିପାଇଁ ୪୪ ବିଲିୟନ ଡଲାର୍ ଅର୍ଥାତ୍ ୩.୩୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା, ତେବେ ଭାରତରେ ୧୫୦ ରୁ ଅଧିକ AIIMS ନିର୍ମାଣ ହୋଇପାରିଥାନ୍ତା।

Advertisment

- ଶିକ୍ଷାରେ ସରକାର ତିନି ଗୁଣା ଖର୍ଚ୍ଚ କରିପାରିଥାନ୍ତା:

ଭାରତରେ ସରକାର ଏବେ ବି ଶିକ୍ଷା ପାଇଁ ଜିଡିପିର ୩ ପ୍ରତିଶତରୁ କମ୍ ଖର୍ଚ୍ଚ କରୁଛନ୍ତି। ଯେତେବେଳେ କି ଅତିକମରେ ୬ ପ୍ରତିଶତ ଖର୍ଚ୍ଚର ଆବଶ୍ୟକତା ରହିଛି। ଶିକ୍ଷା ଉପରେ କେନ୍ଦ୍ର ସରକାର ୧.୦୪ ଲକ୍ଷ କୋଟି ଟଙ୍କା ବଜେଟ୍ ରଖିଛନ୍ତି। ଟ୍ୱିଟର୍‌ରେ ମସ୍କ ଯେତିକି ଡିଲ୍ କରିଛନ୍ତି, ଭାରତ ୬ ପ୍ରତିଶତ ବଦଳରେ ଶିକ୍ଷା ପାଇଁ ପ୍ରାୟ ୧୦ ପ୍ରତିଶତ ଖର୍ଚ୍ଚ କରିପାରିଥାନ୍ତା।

- ୨ ବର୍ଷ ପାଇଁ ସରକାର ମାଗଣା ରାସନ ବାଣ୍ଟି ପାରିଥାନ୍ତା:

ମୋଦୀ ସରକାର ୮୦କୋଟି ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ରାସନ ଦେଉଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ମାସରେ ୫ କିଗ୍ରା ଖାଦ୍ୟ ଶସ୍ୟ ମିଳୁଛି। ଏହି ଯୋଜନାରେ ତିନି ମାସରେ ପ୍ରାୟ ୪୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ୪୪ ବିଲିୟନ ଡଲାରରେ ଭାରତରେ ପ୍ରାୟ ଦୁଇ ବର୍ଷ ପାଇଁ ୮୦ କୋଟି ଲୋକ ମାଗଣା ଖାଦ୍ୟ ଶସ୍ୟ ପାଇପାରିଥାନ୍ତେ।

- ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପରି ୩୫୦ଟି ଷ୍ଟାଡିୟମ ନିର୍ମାଣ ହୋଇପାରିଥାନ୍ତା:

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍। ଏହା ୬୩ ଏକର ଜମିଅରେ ବ୍ୟାପିଛି। ୨୦୨୧ ଫେବୃଆରୀରେ ଏହାର ଉଦ୍‌ଘାଟନ କରାଯାଇଥିଲା। ଏହି ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅନୁସାରେ ୪୪ ବିଲିୟନ ଡଲାରରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପରି ୩୫୦ ଷ୍ଟାଡିୟମ ନିର୍ମାଣ ହୋଇପାରିଥାନ୍ତା।

Elon Musk Twitter Deal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ