Advertisment

କାହିଁକି Twitterରୁ ବିଦା ହେଲେ କର୍ମଚାରୀ ? ଏହା ପଛର କାରଣ କହିଲେ ଏଲନ୍‌ ମସ୍କ...

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।

ଅଦ୍ୟତନ ହୋଇଛି
Elon Musk Over Twitter Sacks

Elon Musk Over Twitter Sacks

Advertisment

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।ଏଲନ୍‌ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ୍‌ଙ୍କ ସମେତ ବଡ଼ ବଡ଼ ଅଧିକାରୀମାନଙ୍କୁ କମ୍ପାନୀରୁ ବିଦା କରିବା ପରେ ବ୍ଲୁ ଟିକ୍‌ ଥିବା ଆକାଉଣ୍ଟଧାରୀଙ୍କଠୁ ଫି’ ଚାର୍ଜ ନେଇ ଘୋଷଣା କରିଥିଲେ। ଏବେ ଟ୍ୱିଟର କର୍ମଚାରୀଙ୍କ ଛଟେଇ ଚାଲିଛି। ଭାରତର ପ୍ରାୟ ସମସ୍ତ କର୍ମଚାରୀଙ୍କ ଛଟେଇ କରିଛନ୍ତି ଏଲନ୍‌ ମସ୍କ। ବିଶେଷ ଭାବେ ମାର୍କେଟିଂ ଅଧିକାରୀଙ୍କୁ ବାହାର କରିଛନ୍ତି ମସ୍କ। ସେଲସ୍, ଇଞ୍ଜିନିୟରିଂ ବିଭାଗରେ କାମ କରୁଥିବା କର୍ମଚାରୀ ଏଥିରେ ଥିବା ସୂଚନା ମିଳିଛି।

Advertisment

ପୂର୍ବରୁ ୨୫୦ କର୍ମଚାରୀ କାମ କରୁଥିବା ବେଳେ ଏବେ ମାତ୍ର ୧୦ ଜଣ ରହିଛନ୍ତି। ଏବେ ଭାରତରେ ଟ୍ୱିଟରରେ ୨ କୋଟି ୩୬ ଲକ୍ଷରୁ ଅଧିକ ୟୁଜର୍ସ ରହିଛନ୍ତି। ଏଭଳି କ୍ଷେତ୍ରରେ ଏଲନ୍ ମସ୍କଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଖାଲି ଭାରତରେ ନୁହେଁ ପୁରା ଟ୍ୱିଟରରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୫୦%କୁ କମାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି।

୭ ହଜାର ୫୦୦ କର୍ମଚାରୀଙ୍କୁ ନେଇ ଚାଲୁଥିବା ଟ୍ୱିଟରରେ ୩,୭୦୦ କର୍ମଚାରୀ ଅର୍ଥାତ୍‌ ୫୦% ଛଟେଇ ନେଇ ପ୍ରଥମ ଥର ପାଇଁ ମସ୍କ ତାଙ୍କର ବୟାନ ରଖିଛନ୍ତି। ଏହାପୂର୍ବରୁ ୧୨ ଘଣ୍ଟାର କାମ ଓ ବିନା ସାପ୍ତାହିକ ଛୁଟିରେ ଡ୍ୟୁଟି ନିୟମକୁ କଡ଼ାକଡ଼ି କରିଛନ୍ତି ମସ୍କ। ତେବେ କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ମସ୍କ ଟ୍ୱିଟ୍‌ କରି କହିଛନ୍ତି। ଏହାସହ କେଉଁ କାରଣ ପାଇଁ ସେ ଛଟେଇ କରୁଛନ୍ତି ଏହାର ଜବାବ ମଧ୍ୟ ସେ ରଖିଛନ୍ତି। 

Advertisment

ଏଲନ ମସ୍କ କହିଛନ୍ତି ଯେ, ପ୍ରତ୍ୟେକ ଦିନ କମ୍ପାନୀର ୪ ମିଲିୟନ ଡଲାର( ଭାରତୀୟ ମୁଦ୍ରା-୩୨,୭୭,୯୫,୮୦୦ ଟଙ୍କା)ରୁ ଅଧିକ କ୍ଷତି ହେଉଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଛଟେଇ ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ। ଯେଉଁମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ବାହାର କରି ଦିଆଯାଇଛି ସେମାନଙ୍କୁ ୩ ମାସର ଦରମା ମଧ୍ୟ ଦିଆଯାଇଛି। ଯାହାକି ଆଇନ୍‌ ଅନୁସାରେ, ଆବଶ୍ୟକ ବେତନଠୁ ୫୦% ଅଧିକ। ଆଇନ୍‌ ଅନୁସାରେ, କୌଣସି କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ସ୍ଥିତିରେ ୨ ମାସର ଦରମା ସେମାନଙ୍କୁ ପ୍ରଦାନ କରାଯାଇଥାଏ। 

Advertisment

ସେପଟେ ଏଲନ ମସ୍କଙ୍କ ଏଭଳି ଅଜବ ଗଜବ ନିୟମକୁ ନେଇ ଆମେରିକାରେ ମସ୍କଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି। 

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ