Advertisment

ପଛରେ ପଡ଼ିଲେ ଏଲନ୍‌ ମସ୍କ; ଏବେ ପ୍ରଥମ ନୁହେଁ, ଦ୍ୱିତୀୟ..

ଫୋବର୍ସ ତାଲିକାରେ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।

ଅଦ୍ୟତନ ହୋଇଛି
Elon Musk

Elon Musk

Advertisment

ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ଟ୍ୱିଟର୍‌ ଓ ଟେସଲା କମ୍ପାନୀର ସିଇଓ ଏଲନ୍‌ ମସ୍କ । ଫୋବର୍ସ ଦ୍ୱାରା ପ୍ରକାଶ ପାଇଥିବା ତାଲିକାନୁଯାୟୀ ଏଲନ୍‌ ମସ୍କ ୧ ନଂରୁ ୨ନଂ ସ୍ଥାନକୁ ଖସିଯାଇଛନ୍ତି । ଟେସଲା ସେୟାର ହ୍ରାସ ପାଇବା ପରେ ଏଲନ୍‌ଙ୍କ ନେଟ୍‌ ୱର୍ଥ ଖସିଥିଲା ।

Advertisment

ଫୋବର୍ସ ତାଲିକାରେ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି । ଆର୍ନାଲ୍ଟ ଫୋର୍ବସ୍ ତାଲିକାରେ ୧୮୫.୩ ବିଲିୟନ ଡ଼ଲାର୍ ସହିତ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ମସ୍କ ନିଜ ବ୍ୟକ୍ତିଗତ ସମ୍ପତ୍ତି ୧୮୫.୭ ବିଲିୟନ ଡଲାର ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ସେପ୍ଟେମ୍ବର ୨୦୨୧ରୁ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାରେ ପଛରେ ପକାଇ ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆଖ୍ୟା ଅର୍ଜନ କରିଥିଲେ । ଟେସଲାର ସେୟାର ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିବାରୁ ୨୦୨୨ ରେ ଏଲନ୍‌ ମସ୍କଙ୍କ ନେଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ଟେସଲା ଏବଂ ଟ୍ୱିଟର ବ୍ୟତୀତ ମସ୍କ ରକେଟ୍ କମ୍ପାନୀ ‘ସ୍ପେସ୍ ଏକ୍ସ’ ଏବଂ ନ୍ୟୁରାଲିଙ୍କଙ୍କୁ ମଧ୍ୟ ପରିଚାଳନା କରନ୍ତି ।

Advertisment
Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ