Advertisment

ବର୍ଷାରେ ବେହାଲ୍ ଦୁବାଇ; ଏୟାରପୋର୍ଟରେ ପଶିଲା ପାଣି, ବୁଡିଗଲା କାର୍ ...ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Dubai Airport Flooded

Dubai Airport Flooded

Advertisment

ଦୁବାଇରେ ସାଧାରଣତଃ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ। କ୍ୱଚିତ୍ ବର୍ଷା କାରଣରୁ ସେଠାରେ ବନ୍ୟାର ଆଶଙ୍କା ନଥାଏ। ମାତ୍ର ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ଦୁବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ବର୍ଷକର ବର୍ଷା ମାତ୍ର ଅଧ ଘଣ୍ଟାରେ ଢାଳିଛି।  ଲଗାଣ ବର୍ଷାରେ ବେହାଲ ହୋଇଛି ସଂଯୁକ୍ତ ଆରବ ଏମିରେଟ୍ସବା ୟୁଏଇ। ଅଚାନକ ବର୍ଷା ଯୋଗୁଁ ଜଳପ୍ରଳୟ ସୃଷ୍ଟି ହୋଇଛି। ଚଳଚଞ୍ଚଳ ଦୁବାଇ ସହର କିଛି ସମୟ ପାଇଁ ଅଟକି ଯାଇଥିଲା। ଏପରିସ୍ଥିତିରେ ବ୍ୟସ୍ତବହୁଳ ଏୟାରପୋର୍ଟରେ ପାଣି ପଶିଯିବାରୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

Advertisment

ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳରେ ବାଧା ଉପୁଜିଥିଲା। ପ୍ରବଳ ବର୍ଷା ହେତୁ ଦୁବାଇ ଆସୁଥିବା ଅନେକ ବିମାନର ଗତିପଥ ପରିବର୍ତ୍ତନ କରିବାକୁ ପଡିଥିଲା। ସନ୍ଧ୍ୟା ସମୟରେ ଶତାଧିକ ବିମାନ ଏୟାରପୋର୍ଟ ଆସୁଥିବା ବେଳେ ହଠାତ୍ ବିମାନ ଆସିବା ବନ୍ଦ କରାଗଲା। ପ୍ରାୟ ୨୫ମିନିଟ୍ ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ତଥାପି ବିଳମ୍ୱରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ କିଛି ବିମାନ ବାତିଲ କରାଯାଇଥିଲା।

ସୋସିଆଲ ମିଡିଆରେ ବର୍ଷା ସମୟର କିଛି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।

Advertisment

ଦୁବାଇ ମଲ୍ ଏବଂ ଏମିରେଟ୍ସର ମଲ୍ ପରି ପ୍ରମୁଖ ସପିଂ ସେଣ୍ଟର ସମେତ ସହରର ପ୍ରମୁଖ ଭିତ୍ତିଭୂମି ଜଳବନ୍ଦୀ ହୋଇଯାଇଥିଲା। ଦୁବାଇ ମେଟ୍ରୋ ଷ୍ଟେସନ ମଧ୍ୟ ପାଣିରେ ବୁଡିଗଲା ପରି ଦେଖାଯାଉଥିଲା। ଲଗାଣ ବର୍ଷାରେ ରାସ୍ତା ଧୋଇଯିବା ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଥିଲା।ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଆଜି ଏମିରେଟରେ ସ୍କୁଲ ବନ୍ଦ ରହିଛି ।

Advertisment

ସୂଚନା ଅନୁସାରେ, ଓମାନରେ ପ୍ରଥମେ ଝଡ଼ତୋଫାନ ହୋଇଥିଲା, ସେଠାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରବଳ ବର୍ଷା ଯୋଗୁଁ ବାହାରିନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ବର୍ଷର COP28 ଜାତିସଂଘର ଜଳବାୟୁ ସମ୍ମିଳନୀର ଆୟୋଜକ ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପୂର୍ବରୁ ବିଶ୍ୱ ତାପନ ହେତୁ ବନ୍ୟା ଆଶଙ୍କା ନେଇ ସତର୍କ କରାଇଥିଲେ ।

Dubai Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ